ଝାରସୁଗୁଡ଼ା: ଛଟେଇ ଓ ବକେୟା ଦରମା ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା । କୋରୋନା ସମୟରେ ଛଟେଇ କରିବା ସହିତ ମିଳିନାହିଁ ଦରମା । ଏଭଳି ଅଭିଯୋଗ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ ଥିବା ଏକଜୁକ୍ୟୁଟିଭ ସୁରକ୍ଷା ସଂସ୍ଥାର ସିକୁରୀଟି କର୍ମଚାରୀ ।
ସୂଚନା ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାର ତିନୋଟି ପ୍ରମୁଖ ପାୱାର ଗ୍ରୀଡ଼ରେ କାର୍ଯ୍ୟରତ ସିକ୍ୟୁରୀଟି ଗାର୍ଡ କର୍ମଚାରୀଙ୍କ ଗତ ୮ ମାସ ହେବ ଦରମା ଦେଇନଥିବା ବେଳେ ଛଟେଇ କରିଦିଆଯାଇଛି । ଏଭଳି ଅଭିଯୋଗ କରିଛନ୍ତି ସିକ୍ୟୁରୀଟି ଗାର୍ଡ ଯୋଗାଣ ପାଇଁ ଟେଣ୍ଡର ନେଇଥିବା କମ୍ପାନୀ ବିରୁଦ୍ଧରେ । ତେବେ ଯଥାଶୀଘ୍ର ୮ ମାସର ବକେୟା ଦରମା ପ୍ରଦାନ ସହ ଅନ୍ୟାନ୍ୟ ବେନିଫିଟ ଦେବା ସହିତ ଛଟେଇ ନକରିବା ପାଇଁ ଚେତାବନୀ ଦେଇଛନ୍ତି କର୍ମଚାରୀ । ଶତାଧିକ ସିକ୍ୟୁରିଟି କର୍ମଚାରୀ କମ୍ପାନୀ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରିଲେ ଅନଶନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ