ETV Bharat / state

ବାଲି ମାଫିଆଙ୍କ ଦାଦାଗିରି; ‘ଗାଡି ଅଟକାଇଲେ ଅସୁବିଧା ହେବ’ - ଝାରସୁଗୁଡା ଆରକ୍ଷୀ ଅଧ୍ୟକ୍ଷକ ଅଶ୍ବନୀ କୁମାର ମହାନ୍ତି

ରାଜ୍ୟରେ ଚାଲିଛି ବେଧଡକ ଖଣିଜ ସମ୍ପଦ ଲୁଟ । ବିନା ଲିଜରେ ମାଫିଆଙ୍କ କବଜାରେ ବାଲିଘାଟ । ପୋଲିସ ଯାଞ୍ଚ କରିବାରୁ ଝାରସୁଗୁଡାରେ ପୋଲିସକୁ ଚ୍ୟାଲେଞ୍ଜ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 25, 2019, 9:03 PM IST

Updated : Sep 25, 2019, 10:38 PM IST

ଝାରସୁଗୁଡା: ‘ଆପଣଙ୍କ ନାଁଟା କହିବେ’ ଖର୍ଚ୍ଚା ପାଣି କେତେ ଦେବି କହୁନ୍ ତ ? ଆଉ ଦିନେ ଯଦି ସୌରଭ ପଟେଲର ଗାଡି ଅଟ୍ କଲା ଆଇଆଇସିନୁ ଧରିକି ଏସପିନୁ ଧରିକି ସମକର ମା.... କେତେ ଖର୍ଚ୍ଚା ପାନି ଦରକାର 2ଶହ 4ଶହ 5ଶହ କି 5ହଜାର ।’ ଏହା କୌଣସି ଯାତ୍ରା କି ରଙ୍ଗମଞ୍ଚର ଶବ୍ଦ ସଂଯୋଜନା ନୁହେଁ । ଏହା ହେଉଛି ଜଣେ ଲଘୁଜ ଖଣି ସମ୍ପଦ ଲୁଟେରାର ପ୍ରଶାସନକୁ ଖୋଲା ଧମକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏମିତି ଏକ ଭିଡିଓ ଏବେ ଝାରସୁଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ଅନୁସାରେ ଗତ ସୋମବାର ଦିନ ରାତିରେ ସୁଟିଂ ହୋଇଥିବା ଭିଡିଓଟି ଝାରସୁଗୁଡା ସହରର ବଢେଇମୁଣ୍ଡା ଛକର ବୋଲି ଜଣାପଡିଛି । ଯେଉଁ ଭିଡିଓରେ ଜଣେ ବାଲି ମାଫିଆ ପ୍ରଶାସନକୁ ଖୁଲମ ଖୁଲ୍ଲା ଧମକ ଦେଉଛନ୍ତି । ତାଙ୍କର ଗାଡିକୁ ଯଦି ଅଟକାଯାଏ ତେବେ ସେ କାହାରିକୁ ଛାଡିବେ ନାହିଁ ବୋଲି କହୁଛନ୍ତି । ଏହାସହ ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କୁ ଲାଞ୍ଚ ଯାଚିବା ସହ ନିଜେ ଭିଡିଓ ମଧ୍ୟ ରେକର୍ଡିଂ କରି ଭାଇରାଲ କରିଛନ୍ତି । କେତେ ଲାଞ୍ଚ ନେବେ 2ଶହ 4ଶହ 5ଶହ କି 5ହଜାର ନା ଦଶ ହଜାର ଏମିତି ପ୍ରଶ୍ନ କରୁଛନ୍ତି ଏହି ବ୍ୟକ୍ତି ଜଣକ । ଯିଏ ନିଜକୁ ସୌରଭ ପଟେଲ ବୋଲି ପରିଚୟ ଦେଉଛନ୍ତି ।

ଝାରସୁଗୁଡା ଜିଲାରେ ବାଲି ମାଫିଆ ମାନେ ବେଆଇନ ଭାବରେ ମେସିନ ଲଗାଇ ବିପୁଳ ପରିମାଣରେ ନଦୀର ବାଲି ଉଠାଇବା ସହ ଜମା ରଖୁଛନ୍ତି । ଏହା ସହ ରାତିରେ ଚଢା ଦରରେ ବାଲି ବିକ୍ରି କରୁଛନ୍ତି । କୌଣସି ବାଲିଘାଟ କି ଖଣି ଏମାନେ ଲିଜ ନେଇ ନାହାନ୍ତି । ବେଆଇନ ଭାବେ ବିଭିନ୍ନ ନଦୀରୁ ବାଲି ଉଠାଇ କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି । ଏହାକୁ ଲଗାମ ଲଗାଇବାକୁ ପୋଲିସ ଯାଞ୍ଚ କରୁଛି । ଏଥିରେ ଉତକ୍ଷିପ୍ତ ହୋଇ ବାଲିଆ ମାଫିଆ ଶେଷରେ ପ୍ରଶାସନକୁ ଧମକ ଦେବକୁ ପଛାଇ ନାହାଁନ୍ତି ।

ତେବେ ଏହି ଭିଡିଓ ଭାଇରାଲ ହେବାପରେ ଝାରସୁଗୁଡା ଆରକ୍ଷୀ ଅଧ୍ୟକ୍ଷକ ଅଶ୍ବନୀ କୁମାର ମହାନ୍ତି ତାଙ୍କ ପାଖରେ ଚୋରା ବାଲି ଚାଲଣ ନେଇ ଖବର ନଥିବା କହିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅବଗତ ହୋଇଛି । ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି । ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ସେହିପରି ତହସିଲଦାର କହିଛନ୍ତି ଆମେ ମାଫିଆଙ୍କ ଉପରେ ଚଢାଉ କରୁଛୁ । ଯେଉଁ ସୌରଭ ପଟଲେ ଭିଡିଓରେ ଧମକ ଦେଉଛନ୍ତି ସେହି ନାଁରେ ଆମେ କାହାକୁ ବାଲି ଘାଟ ଲିଜରେ ଦେଇନାହୁଁ । ଏହା ବେଆଇନ କାମ । ଘଟଣାର ତଦନ୍ତ କରୁଛୁ । ତେବେ ଜଣେ ବାଲି ମାଫିଆ ପ୍ରଶାସନକୁ ଖୋଲା ଧମକ ଦେବା କେତେ ଦୂର ଠିକ । ଆଉ ପୋଲିସ ଏହି ଘଟଣାକୁ ନେଇ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:
ଝାରସୁଗୁଡା ଜିଲ୍ଲାରେ ଲଘୁ ଖଣିଜ ସଂପଦ ଲୁଟ କରି ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି କରୁଥିବା ମାଫିଆ ମାନେ ଏବେ ପ୍ରଶାସନ କୁ ଖୁଲମ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି । ଭିଡିଓ ଭାଇରାଲ ହେବା ପରେ କଣ କରିବ ଜିଲ୍ଲା ପ୍ରଶାସନ ।

Body:ଭାଇରାଲ ହୋଇଥିବା ଭିଡିଓ ରେ ଯେଉଁଥିରେ ବାଲି ମାଫିଆ ସୌରଭ ପଟେଲ ଝାରସୁଗୁଡା ଥାନା ଅଧିକାରୀ ସମେତ ଏସପି କୁ ଅଶ୍ଳୀଳ ଭାଷା ରେ ଗାଳି କରୁଥିବା ବେଳେ ଜଣେ କାର୍ଯ୍ୟରତ କନେଷ୍ଟବଳକୁ ଲାଞ୍ଚ ଯାଚିବା ସହ ନିଜେ ଭିଡିଓ ମଧ୍ୟ ରେକର୍ଡିଂ କରି ଭାଇରାଲ କରିଛନ୍ତି । ଘଟଣା ଘଟିଛି ଗତ ସୋମବାର ରାତି ଝାରସୁଗୁଡା ସହର ବଢ଼େଇମୁଣ୍ଡା ଛକ ରେ । ଝାରସୁଗୁଡା ଜିଲାରେ ବାଲି ମାଫିଆ ମାନେ ବେଆଇନ ଭାବରେ ଆଧୁନିକ ମେସିନ ଲଗାଇ ବିପୁଳ ପରିମାଣରେ ବାଲି ଜମା କରିବା ସହ ରାତିରେ ବାଲି ଚାଲାଣ କରି ବିକ୍ରି ଥାନ୍ତି ।ଏବେ ମାଫିଆମାନେ ପ୍ରଶାସନ କୁ ଖାତିର କରୁ ନଥିବା ବେଳେ ପୋଲିସ କୁ ମଧ୍ୟ ଖୋଲା ଚ୍ୟାଲେଞ୍ଜ ଦେବାକୁ ପଛାଉ ନାହାନ୍ତି ।ଏ ନେଇ ଝାରସୁଗୁଡା ଏସପି ଅଶ୍ୱିନୀ ମହାନ୍ତି କହିଛନ୍ତି ସୌରଭ ପଟେଲ ବିରୋଧ ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା କହିଛନ୍ତି ।
ବେଆଇନ ଭାବେ ଶହ ଶହ ଟ୍ରିପ ବାଲି ବିଭିନ୍ନ ସ୍ଥାନରେ ଜମା ରଖି ଚଢା ଦରରେ ବାଲି ବିକି ଲକ୍ଷ ଲକ୍ଷ ଟଙ୍କା ମୁନାଫା ପାଉଛନ୍ତି ବାଲି ମାଫିଆ ମାନେ ।ଅନ୍ୟପଟେ ବେଆଇନ ବାଲି କାରବାର ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ ବଢୁ ଥିବା ବେଳେ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ।ଏ ନେଇ ଝାରସୁଗୁଡା ତହସିଲଦାର ଦିଲୀପ ପଧାନ କହିଛନ୍ତି ସୌରଭ ପଟେଲ ନାମରେ ତହସିଲ ଅଂଚଳରେ କୌଣସି ବାଲି ଘାଟ ନ ଥିବା ବେଳେ ଭାଇରାଲ ହୋଇଥିବା ଭିଡିଓ ଦେଖି ଜାଣିବା ପରେ ଘଟଣା ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ବାଇଟ1:ଅଶ୍ୱିନୀ କୁମାର ମହାନ୍ତି, ଏସପି,ଝାରସୁଗୁଡା ।
ବାଇଟ2:ଦିଲୀପ ପ୍ରଧାନ, ତହସିଲଦାର, ଝାରସୁଗୁଡା ।Conclusion:
Last Updated : Sep 25, 2019, 10:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.