ETV Bharat / state

Sambalpur violence: ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ - ସମ୍ବଲପୁର ଜିଲ୍ଲାପାଳ

ଅଭିଯୋଗ ପାଇବା ପରେ ସଂସଦର ସ୍ବାଧିକାର ଓ ନୈତିକତା (ପ୍ରିଭିଲେଜ ଓ ଏଥିକ୍ସ) କମିଟି ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ ଓ ଜନ ଅଭିଯୋଗ ମନ୍ତ୍ରାଳୟ ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି । ଅଧିକ ପଢନ୍ତୁ

Sambalpur violence:ସମ୍ବଲପୁର ଜିଲ୍ଲାପାଳ ଏସପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

author img

By

Published : May 5, 2023, 11:04 PM IST

Sambalpur violence:ସମ୍ବଲପୁର ଜିଲ୍ଲାପାଳ ଏସପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ଝାରସୁଗୁଡା: ସମ୍ବଲପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ବଢିଲା ଅଡୁଆ । ଏପ୍ରିଲ ୧୮ ରେ ଝାରସୁଗୁଡା-ସମ୍ବଲପୁର ସୀମାବର୍ତ୍ତୀ ଠେଲକୋଇଲି ଥାନାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ସାଂସଦ ବସନ୍ତ ପଣ୍ଡା, ସୁରେଶ ପୁଜାରୀ, ଜୁଏଲ ଓରାମଙ୍କୁ ପୋଲିସ ବିନା କାରଣରେ ଅଟକ ରଖିବା ଘଟଣାରେ ଜିଲ୍ଲାପାଳ ଓ ଏସପଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି ହୋଇଛି ।

ଏନେଇ ଆଜି ଝାରସୁଗୁଡାରେ ପ୍ରେସମିଟ କରି ବିଜେପି ସାଂସଦ ସୁରେଶ, ବସନ୍ତ ପଣ୍ଡା ଓ ଜୁଏଲ ଓରାମ କହିଛନ୍ତି ଯେ ସମ୍ବଲପୁରରେ ଏପ୍ରିଲ ୧୨ ଓ ୧୪ ରେ ହିଂସାକାଣ୍ଡ ହୋଇଥିଲା । ଘଟଣାରେ ରାଷ୍ଟ୍ରବିରୋଧୀ ସ୍ଲୋଗାନ ସହ ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଯାଇଥିଲା । ପ୍ରଶାସନ ସମ୍ବଲପୁର ସହରରେ ଇଣ୍ଟରନେଟ ବନ୍ଦ ସହ କର୍ଫ୍ୟୁ ଜାରି କରିଥିଲା । ଏହି ହିଂସାକାଣ୍ଡ ଘଟଣାରେ ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭେଟିବା ସହ ମୃତ ଯୁବକଙ୍କ ପରିବାରକୁ ସାକ୍ଷାତ କରି ସାନ୍ତ୍ବନା ଦେବା ଓ ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସମେତ ଆରଡିସିଙ୍କ ସହ ଆଲୋଚନା କରିବା ପାଇଁ ଏପ୍ରିଲ ୧୮ ରେ ବିଜେପି ସଂସଦୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରୁଥିଲା । ଅନୁମତି ନେଇ କାର୍ଯ୍ୟକ୍ରମ ହୋଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଅନୁମତିକୁ ରଦ୍ଦ କରି ବିନା କୌଣସି ନିର୍ଦ୍ଦେଶନାମାରେ ସାଂସଦ ସୁରେଶ ପୂଜାରୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭବନରେ ୫ଘଣ୍ଟା ଧରି ଗୃହବନ୍ଦୀ କରିଥିଲା ।

ସେହିପରି ପ୍ରତିନିଧି ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରଶାସନର ଅନୁମତି ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ, ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ ଓ ବସନ୍ତ ପଣ୍ଡାଙ୍କ ସମ୍ବଲପୁର ଗସ୍ତ କରୁଥିଲେ । କିନ୍ତୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଝାରସୁଗୁଡା-ସମ୍ବଲପୁର ଜିଲ୍ଲାର ସୀମାନ୍ତବର୍ତୀ ଠେଲକୋଇଲି ଥାନାଠାରେ ବିଜେପି ସଂସଦୀୟ ପ୍ରତିନିଧିଙ୍କୁ ଅଟକ ରଖିଥିଲା । କର୍ଫ୍ୟୁ କୋହଳ ବେଳେ ସମ୍ବଲପୁରରେ ପ୍ରବେଶ କରାଇ ନଦେବା ଏବଂ ରାତି ୮ ଟା ପର୍ଯ୍ୟନ୍ତ ଥାନାରେ ଲୋକ ପ୍ରତିନିଧିଙ୍କୁ ଅଟକ ରଖାଯିବାର କାରଣ ସଂପର୍କରେ ପଚରାଯିବାରୁ ଉପସ୍ଥିତ ପୋଲିସ ପ୍ରଶାସନଙ୍କଠାରୁ କୌଣସି ଉତ୍ତର ମିଳିନଥିଲା । ବିନା କୌଣସି ଅପରାଧ ଓ ନିର୍ଦ୍ଦେଶରେ ନିର୍ବାଚିତ ସାଂସଦମାନଙ୍କୁ ଥାନାରେ ଅଟକ ରଖି ବିଶେଷ ଅଧିକାରକୁ ଜିଲ୍ଲା ପ୍ରଶାସନ ଉଲ୍ଲଘଂନ କରିଛି ବୋଲି ସାଂସଦମାନେ ଅଭିଯୋଗ କରି ଏପ୍ରିଲ ୨୫ ଓ ୨୭ ରେ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଥିଲେ ।

ଅଭିଯୋଗ ପାଇବା ପରେ ସଂସଦର ସ୍ବାଧିକାର ଓ ନୈତିକତା (ପ୍ରିଭିଲେଜ ଓ ଏଥିକ୍ସ) କମିଟି ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ ଓ ଜନ ଅଭିଯୋଗ ମନ୍ତ୍ରାଳୟ ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି । ବିଜେପିର ସାଂସଦମାନଙ୍କୁ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧ କରିବାର କାରଣର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ଦେବାକୁ କୁହାଯାଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.