ETV Bharat / state

ମରାମତି ଅଭାବରୁ ମରଣଯନ୍ତା ପାଲଟିଛି ସରବାହାଲ ରାସ୍ତା

author img

By

Published : Aug 12, 2022, 6:05 PM IST

ସରକାରଙ୍କ ପାନୀୟ ଜଳ ଯୋଜନା କାମ ଯୋଗୁଁ ରାସ୍ତାର ହାଲ୍‌ ବେହାଲ । ଝାରସୁଗୁଡ଼ା ସହର ଉପକଣ୍ଠ ବିଜୁ ଏକ୍ସପ୍ରେସ ୱେରୁ ସରବାହାଲ ଗୌର ପଡାକୁ ଯାଇଥିବା ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ଅଧିକ ପଢନ୍ତୁ

ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା ପାଲଟିଛି ସରବାହାଲ ଗୌର ପଡା ରାସ୍ତା

ଝାରସୁଗୁଡା: ସହର ଉପକଣ୍ଠ ବିଜୁ ଏକ୍ସପ୍ରେସ ୱେରୁ ସରବାହାଲ ଗୌର ପଡାକୁ ଯାଇଥିବା ମୁଖ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା । ଘରକୁ ଘର ପାନୀୟ ଜଳ ଯୋଗାଣ ଯୋଜନା କାର୍ଯ୍ୟ ଜାରି ରହିଥିବାବେଳେ ଅଧାପନ୍ତରିଆ କାମ ଯୋଗୁଁ ବର୍ଷାଦିନେ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟବାସୀ । ଜଳ ଯୋଗାଣ ପାଇଁ ବର୍ତ୍ତମାନ ପାଇପ ବିଚ୍ଛାହେବା କାର୍ଯ୍ୟ ଚାଲିଛି । ହେଲେ ମାଟି ଖୋଲି ପାଇପ ପୋତିବା ପରେ ଠିକ୍‌ ଭାବରେ ମାଟି ପୋତା ଯାଉନଥିବା ଅଭିଯୋଗ ହୋଇଛି ।

ମରାମତି ଅଭାବରୁ ସରବାହାଲ ଗୌର ପଡା ରାସ୍ତା ପାଲଟିଛି ମରଣଯନ୍ତା

ପାଇପ ପୋତିବା ପାଇଁ ଅନେକ ରାସ୍ତା ମଧ୍ୟ ଖୋଲାଯାଇଛି । କିଛି ସ୍ଥାନରେ ପାଇପ ପୋତା ଯାଉଛି କିନ୍ତୁ ମାଟି ବଦଳରେ ପାଉଁଶ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ କାଦୁଅ ପଚପଚ୍‌ ରାସ୍ତାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ଦୁଇଚକିଆ ଯାନବାହନ ଚଳାଚଳ କଲେ ରାସ୍ତା ଧସି ଯାଉଛି । ଏପରିସ୍ଥିତିରେ ବଡ ଗାଡ଼ି ଚାଲିଲେ କଣ ହେଉଥିବ ତାହା ରାସ୍ତାର ଦୃଶ୍ୟ ଦେଖି ଅନୁମାନ କରିହେବ ।

ବିଜୁ ଏକ୍ସପ୍ରେସ ୱେରୁ ଗୌରପଡାକୁ ଯାଇଥିବା ରାସ୍ତାରେ ପାଇପ ପୋତା କାର୍ଯ୍ୟ ଚାଲିଛି । ଝାରସୁଗୁଡ଼ା ସହରାଞ୍ଚଳକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ହଜାର ହଜାର ଯାତ୍ରୀ । ଅଞ୍ଚଳର ଶ୍ମଶାନକୁ ଯିବା ପାଇଁ ମଧ୍ୟ ଏହା ମୁଖ୍ୟ ରାସ୍ତା । ହେଲେ ବର୍ତ୍ତମାନ PHD ବିଭାଗର ଏଭଳି ମନମୁଖି ଏବଂ ବେପରୁଆ କାର୍ଯ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ରାସ୍ତାର ଦୟନୀୟ ସ୍ଥିତି କାରଣରୁ ଏହି ରାସ୍ତାରେ ଦୁର୍ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତା ଝାରସୁଗୁଡ଼ା ପୌରପରିଷଦ ଅଧିନରେ ରହିଛି ।

ତେବେ ପୌରପରିଷଦ ଏଦିଗ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଲୋକେ । ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, "ଏଭଳି ଅସୁବିଧା ସମ୍ପର୍କରେ ଅବଗତ ରହିଛୁ । PHD ବିଭାଗକୁ ପୌରପରିଷଦ ତରଫରୁ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.