ETV Bharat / state

ଓପିଜିସିରେ ରହିବାକୁ ଦୁର୍ନୀତିଖୋର ଏଇଏସ ଅଧିକାରୀଙ୍କ ଉଦ୍ୟମକୁ ବିରୋଧ

author img

By

Published : Dec 17, 2020, 9:06 PM IST

ଦୀର୍ଘ ୨୪ ବର୍ଷ ପରେ ଆମେରିକୀୟ କମ୍ପାନୀର ମାଲିକାନାରୁ ମୁକ୍ତ ହୋଇଛି ଓପିଜିସି । ଓପିଜିସିର ଅଂଶଧନକୁ ଓଏଚପିସି କିଣିଛି । ଏପଟେ କିଛି ଦୁର୍ନୀତିଖୋର ଅଧିକାରୀ ପୁଣିଥରେ ଓପିଜିସିରେ ରହିବାକୁ ଉଦ୍ୟମ କରୁଥିବାରୁ ତାକୁ ବିରୋଧ କରାଯାଇଛି ।

ଦୁର୍ନୀତିଖୋର ଏଇଏସ ଅଧିକାରୀ ପୁଣିଥରେ ଓପିଜିସିରେ ରହିବାକୁ ଉଦ୍ୟମକୁ ବିରୋଧ

ଝାରସୁଗୁଡା: ଜିଲ୍ଲା ବନହରପାଲି ଠାରେ ଥିବା ଇବ ଥର୍ମାଲରେ ୧୯୯୭ ମସିହାରୁ ୪୯ ପ୍ରତିଶତ ଅଂଶଧନ ନିଜ ଅକ୍ତିଆରକୁ ନେଇଥିବା ଆମେରିକୀୟ କମ୍ପାନୀ ଏଇଏସ ଶେଷରେ ଆନୁଷ୍ଠାନିକ ଭାବେ ବିଦାୟ ନେଇଛି । ଦୀର୍ଘ ୨୪ ବର୍ଷ ପରେ ଆମେରିକୀୟ କମ୍ପାନୀର ମାଲିକାନାରୁ ମୁକ୍ତ ହୋଇଛି ଓପିଜିସି । ଓପିଜିସିର ଅଂଶଧନକୁ ଓଏଚପିସି କିଣିଛି । ବର୍ତ୍ତମାନ ସରକାରଙ୍କ ଅଧୀନକୁ ସମ୍ପୂର୍ଣ୍ଣ ଭାବେ ଓପିଜିସି ଆସିବା ଯୋଗୁଁ କର୍ମଚାରୀ ଖୁସି ପ୍ରକାଶ କରିଛନ୍ତି ।

ଦୀର୍ଘ ୧ ମାସ କାଳ ଧରି ବିଭିନ୍ନ ଦାବି ନେଇ ଓପିଜିସି ମୁଖ୍ୟ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କର୍ମଚାରୀ । କାରଣ ଓପିଜିସିରେ ଏଇଏସର ଥିବା ଅଂଶଧନ ବାବଦକୁ ୧୦୨୦ କୋଟି ଟଙ୍କା ପ୍ରଦାନ କରିବା ପରେ ଓପିଜିସି ଏଇଏସରେ ସମସ୍ତ ଡ଼ାଇରେକ୍ଟର ଓ ଅଧିକାରୀ ନିଜ ପଦରୁ ଇସ୍ତାଫା ପ୍ରଦାନ କରିଛନ୍ତି । କିନ୍ତୁ କିଛି ଦୁର୍ନୀତିଖୋର ଅଧିକାରୀ ପୁଣିଥରେ ଓପିଜିସିରେ ରହିବାକୁ ଉଦ୍ୟମ କରୁଥିବାରୁ ତାକୁ ବିରୋଧ କରାଯାଇଛି ।

ବାରମ୍ବାର କର୍ମଚାରୀ ମାହୋଲରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ନିଆନଯିବା ଯୋଗୁଁ ପ୍ରତିଦିନ କର୍ମଚାରୀମାନେ ଓପିଜିସିର ମୁଖ୍ୟ ଅଫିସ ସମ୍ମୁଖରେ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ସମାନ କାମକୁ ସମାନ ଦରମା, ସପ୍ତମ ବେତନ କମିଶନର ସୁପାରିଶ ତୁରନ୍ତ ଲାଗୁ କରିବା ପାଇଁ ଦାବି ମଧ୍ୟ ହୋଇଛି ।

ସମସ୍ୟାର ସମାଧାନ ନହେଲେ ଏହି ପ୍ରଦର୍ଶନ ଆଗକୁ ମଧ୍ୟ ଜାରି ରହିବ ବୋଲି କର୍ମଚାରୀ ଓ ଅଫିସର ସଂଘ ପକ୍ଷରୁ କୁହାଯାଇଛି । ଏପଟେ ଓପିଜିସି ହାତକୁ ସମ୍ପୂର୍ଣ୍ଣ ପରିଚାଳନାଭାର ଆସିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ କର୍ମଚାରୀଙ୍କ ସହ ବିକ୍ଷୋଭରେ ଆଜି ଯୋଗଦାନ ଦେଇଥିଲେ ସ୍ଥାନୀୟ ଶାସକ ଦଳ ବିଧାୟକ କିଶୋର ମହାନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.