ETV Bharat / state

ବିଳମ୍ବ ପାଇଁ ଶ୍ରେଣୀଗୃହକୁ ଆସିବାକୁ ବାରଣ କଲେ ଅଧ୍ୟାପକ, ମାଡ ମାରି ଗୁରୁତର କଲା ଛାତ୍ର

author img

By

Published : Feb 23, 2023, 2:04 PM IST

ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ଏଚ୍.କଟାପାଲି ସ୍ଥିତ ପିକେଏସ୍ଏସ୍ କଲେଜରେ ଅଭାବନୀୟ ଘଟଣା । ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର । ଅଧିକ ପଢନ୍ତୁ

ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର
ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର
ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର

ଝାରସୁଗୁଡା: କଥାରେ ଅଛି ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ବର । ଗୁରଙ୍କ ଅଭିଶାପ ଜୀବନକୁ ନଷ୍ଟ କରେ ଏବଂ ଗୁରୁଙ୍କ ଆଶୀର୍ବାଦ ଜୀବନକୁ ଶ୍ରେଷ୍ଠ କରେ । ତେଣୁ ଗୁରୁ ଓ ଶିଷ୍ୟ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ହେଲେ ଝାରସୁଗୁଡାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଙ୍କ ଆକ୍ରମଣରେ ଅଧ୍ୟାପକ ଗୁରୁତର ହୋଇଛନ୍ତି । ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ଏଚ୍. କଟାପାଲି ସ୍ଥିତ ପିକେଏସ୍ଏସ୍ ଯୁକ୍ତ ତିନି ଡିଗ୍ରୀ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଇଂରାଜୀ ଅଧ୍ୟାପକ ଅମିତ ବାରିକଙ୍କ ଉପରେ ଆକ୍ରମଣ କରିଛି ପିକେଏସ୍ଏସ୍ ଯୁକ୍ତ ତିନି ଡିଗ୍ରୀ କଲେଜର ପ୍ରଥମ ବର୍ଷର ଛାତ୍ର ଦିନେଶ କୁମାର ସହିସ ।

ଖବରଅନୁସାରେ, ଗତକାଲି(ବୁଧବାର) ସକାଳ ୧୧ଟା ୧୫ ସମୟରେ ଅଧ୍ୟାପକ ପାଠପଢ଼ାଉଥିବା ବେଳେ ୧୧ଟା ୪୦ରେ କ୍ଲାସକୁ ଆସିଥିଲେ ଛାତ୍ର ଦିନେଶ କୁମାର ସହିସ । ବିଲମ୍ବରେ ଆସିଥିବାରୁ ଛାତ୍ରକୁ କ୍ଲାସରେ ପସିବା ପାଇଁ ବାରଣ କରିଥିଲେ ଅଧ୍ୟାପକ । ଏହି ଘଟଣାକୁ ନେଇ ଅଧ୍ୟାପକ ଓ ଛାତ୍ର ମଧ୍ୟରେ ବଚସା ହୋଇଥିଲା । ଫଳରେ ଛାତ୍ର ଜଣକ କ୍ରୋଧିତ ହୋଇ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଯାହାଫଳରେ ଅଧ୍ୟାପକ ଶ୍ରେଣୀ ଗୃହରେ ରକ୍ତାକ୍ତ ହୋଇ ଅଚେତ ହୋଇପଡ଼ିଥିଲେ ।

ଏହା ପରେ ପ୍ରଥମେ ଛାତ୍ରଛାତ୍ରୀମାନେ ତାଙ୍କୁ କମନ ରୁମକୁ ଆଣିଥିଲେ । ହେଲେ ଅଧ୍ୟାପକ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ସହରର ସମଲେଶ୍ବରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । କିନ୍ତୁ ସେଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସ୍ଥିତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତେବେ ଅଧ୍ୟାପକ ଅମିତ ବାରିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଧ୍ୟାପକଙ୍କ ଚେତା ଫେରିନଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି ।

ଅଧ୍ୟାପକଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲେ ମଧ୍ୟ ୭୨ଘଣ୍ଟା ଯାଏଁ କିଛି କୁହାଯାଇ ପାରିବ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏପଟେ ଅଭିଯୁକ୍ତ ଛାତ୍ର ଦିନେଶକୁ ସଦରଥାନା ପୋଲିସ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଏହା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଘଟଣାଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସେପଟେ ପିକେଏସ୍ଏସ୍ ମହା ବିଦ୍ୟାଳୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଅନେକ ସମୟରେ ରାଗିଙ୍ଗ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥାଏ । କିନ୍ତୁ ଛାତ୍ର ଏବଂ ଅଧ୍ୟାପକଙ୍କ ଏଭଳି ଘଟଣା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.