ଝାରସୁଗୁଡ଼ା: ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରୁ ବିଚରାଧୀନ କଏଦୀ ଫେରାର । ଝାରସୁଗୁଡା ସଦର ଡାକ୍ତରଖାନାରୁ ଛୁ ମାରିଛନ୍ତି କଏଦୀ ଇନ୍ଦ୍ରଜିତ ସାହାଣୀ । ଫେରାର କଏଦୀ ବିହାର ମାଧପୁର ଥାନା ବୋଥନା ଗାଁର ହୋଇଥିବା ବେଳେ ଗତ 26 ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି ମାମଲାରେ ଗିରଫ ହୋଇଥିଲା ।
ଏହା ପରେ କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତରେ ଥିଲା । ଜେଲରେ ଥିବା ସମୟରେ ଦେହ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜେନେରାଲ ୱାର୍ଡରେ ଚିକିତ୍ସା ଚାଲିଥିଲା । ତେବେ ଶନିବାର ଭୋର ପ୍ରାୟ 3ଟା ସମୟରେ କେହି ନଥିବାର ସୁଯୋଗ ନେଇ ଫେରାର ମାରିଥିଲା । ବହୁ ଖୋଜାଖୋଜି ପରେ ଏପର୍ଯ୍ୟନ୍ତ ପତ୍ତା ମିଳିନଥିବାରୁ ଡ୍ୟୁଟିରେ ଥିବା ଜେଲ ୱାର୍ଡର୍ କିରଣ କୁମାର ଯୋଶୀଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।