ETV Bharat / state

ଓଡ଼ିଶାରେ ସରକାର କରିବ ବିଜେପି: ମନମୋହନ ସାମଲ

author img

By ETV Bharat Odisha Team

Published : Nov 7, 2023, 12:50 PM IST

ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ସରକାର ଗଠନ ଉଦ୍ଦେଶ୍ୟରେ ଶକ୍ତି ବୃଦ୍ଧି ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ଶାସକ ଦଳକୁ ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି ବିଜେପି । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ସରକାର କରିବ ବିଜେପି
ଓଡ଼ିଶାରେ ସରକାର କରିବ ବିଜେପି
ଓଡ଼ିଶାରେ ସରକାର କରିବ ବିଜେପି

ଝାରସୁଗୁଡା: ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି । କିନ୍ତୁ ଏବେଠୁ ରାଜ୍ୟରେ ଦେଖା ଗଲାଣି ରାଜନୈତିକ ଉଷ୍ମତା । ପ୍ରମୁଖ ଦଳମାନେ ନିଜ ନିଜର ରଣନୀତି ଆରମ୍ଭ କରିଦେଲେଣି । ଏହାରି ମଧ୍ୟରେ ବିଜେପି ଦଳର ପ୍ରମୁଖ ନେତାମାନେ ବର୍ତ୍ତମାନ ଜନ ସମ୍ପର୍କ ଅଭିଯାନରେ ବାହାରିଛନ୍ତି । ଲୋକଙ୍କୁ ଯୋଡ଼ିବା ସହ ବିରୋଧୀ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଥିବା ନଜର ଆସିଛି । କେବଳ ସେତିକି ନୁହେଁ, ଦଳର ରାଜ୍ୟ ସଭାପତି ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ଲାଗିଛନ୍ତି ।

ରାଜ୍ୟ ସାରା ବର୍ତ୍ତମାନ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ କରି ରାଲି ଅନୁଷ୍ଠିତ କରୁଛନ୍ତି ନେତା । ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ଡବଲ ଇଞ୍ଜିନ୍ ସରକାର ଗଠନ ଉଦ୍ଦେଶ୍ୟରେ ଶକ୍ତି ବୃଦ୍ଧି ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ଏଥି ସହ ଶାସକ ଦଳକୁ ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି ବିଜେପି । ତେବେ ଏନେଇ ଗତକାଲି(ସୋମବାର) ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଝାରସୁଗୁଡ଼ାରେ ସଭାପତି ପହଞ୍ଚିବା ପରେ ଝାରସୁଗୁଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଵାଗତ କରାଯାଇଥିଲା । ପରେ ପରେ ବିଟିଏମ କାର୍ଯ୍ୟାଳୟକୁ ରାଜ୍ୟ ସଭାପତି ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - General Election 2024: ବିଜେପି ଫୋକସରେ ଅର୍ବାନ ଭୋଟର

ସେହିପରି ସଂଧ୍ୟା ୫ଟା ୩୦ ସମୟରେ ବିଟିଏମ କାର୍ଯ୍ୟାଳୟରୁ ଏକ ବିରାଟ ବାଇକ୍‌ ରାଲି ବାହାରି ଝାରସୁଗୁଡ଼ା ସହର ପରିକ୍ରମା କରିଥିଲା । ଏହାପରେ ପଣ୍ଡରୀପଥରଠାରେ ଥିବା ବିଜେପିର ନୂତନ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ସଭାପତି ସୁନୀଲ ପଣ୍ଡା, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ସମେତ ବହୁ ବରିଷ୍ଠ ସଦସ୍ୟମାନେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଦଳୀୟ କର୍ମୀଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସଭାପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ତେବେ ଆସନ୍ତା ନିର୍ବାଚନରେ ଝାରସୁଗୁଡା ଜିଲ୍ଲାରେ ଥିବା ଦୁଇଟି ନିର୍ବାଚନ ମଣ୍ଡଳୀ ଓ ବରଗଡ଼ ଲୋକସଭା ଆସନ ସହିତ ଓଡ଼ିଶାରେ ସରକାର କରିବ ବିଜେପି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଦୃଢ଼ୋକ୍ତି ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.