ETV Bharat / state

ଜମେରାରେ ଜଳ ସଙ୍କଟ: ଟ୍ୟାପ ଅଛି ପାଣି ଆସୁନି, ଶୁଖିଗଲାଣି କୂଅ - ପାଣି ପାଇଁ ଡହଳବିକଳ

ଖରା ଆରମ୍ଭରୁ ଝାରସୁଗୁଡ଼ା ସହରରେ ଦେଖା ଦେଲାଣି ପାନୀୟ ଜଳ ସମସ୍ୟା । ପାଇପରେ ପାଣି ଆସୁନଥିବାରୁ ହନ୍ତସନ୍ତ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

water problem in jharsuguda
ଝାରସୁଗୁଡ଼ାରେ ପାନୀୟ ଜଳ ସଂକଟ
author img

By

Published : Apr 9, 2023, 7:13 PM IST

ଝାରସୁଗୁଡ଼ାରେ ପାନୀୟ ଜଳ ସଂକଟ

ଝାରୁସୁଗୁ଼ଡ଼ା: ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଇପ ଯୋଗେ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ହେଲେ ବାସ୍ତବରେ ଏହି ଯୋଜନା ଲୋକଙ୍କ କାମରେ ଆସୁନି । ଖରା ଆସିଲେ ପାଣି ଟୋପାଏ ପାଇଁ ସବୁଠି ହନ୍ତସନ୍ତ । ପାନୀୟ ଜଣ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଲୋକେ । ଠିକ ସେହିପରି ଶିଳ୍ପ ନଗରୀ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଖରା ଆରମ୍ଭରୁ ଦେଖା ଦେଇଛି ଜଳ ସଂକଟ ।

ଝାରସୁଗୁଡ଼ା ସହରର ଜମେରା ପଞ୍ଚାୟତରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଆରମ୍ଭରୁ କେଉଁଠି ଟ୍ୟାପରୁ ପାଣି ଆସିବା ବନ୍ଦ ହେଲାଣି ତ ଆଉ କେଉଁଠି କୂଅ ଶୁଖିଲାଣି । ସରକାରଙ୍କ ମେଗା ଜଳ ପ୍ରକଳ୍ପ ଯୋଜନାରେ ଘରକୁ ଘର ପାନୀୟଜଳ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତି ଘରେ ପାଇପ ସଂଯୋଗ ହୋଇଛି । ହେଲେ ସେଥିରେ ପାଣି ଆସୁନାହିଁ । ଗାଁକୁ ଲାଗି ପାଖରେ ରହିଛି ଇବ ନଦୀ । ଖରା ଯୋଗୁଁ ତାହା ମଧ୍ୟ ଶୁଖିବାକୁ ବସିଲାଣି । ସେପଟେ ସକାଳ ସମୟରେ ଏହି ପାଇପରେ ୧୦ ରୁ ୧୫ ମିନିଟ ସମୟ ପାଇଁ ପାଣି ଦିଆଯାଉଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ସେତିକି ପାଣି ନିଅଣ୍ଟ ହେଉଛି । ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ପାଇପ ଫାଟି ଯାଉଥିବା ଯୋଗୁଁ ପାଣି ଠିକ ଭାବରେ ପହଞ୍ଚି ପାରୁନାହିଁ । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଏପ୍ରିଲ ୧୧ରେ ପାଳନ ହେବ ଛେନାପୋଡ ଦିବସ, ସମସ୍ତଙ୍କୁ ନିମନ୍ତ୍ରଣ ଦେଲା ନୟାଗଡ ବିକାଶ ମଞ୍ଚ

ତେବେ ଗ୍ରାମବାସୀଙ୍କ ଅଭିଯୋଗକୁ ସ୍ବୀକାର କରିଛନ୍ତି ସରପଞ୍ଚ । ସେ କହିଛନ୍ତି, " ଦୀର୍ଘ ଦିନ ଧରି ଗାଁରେ ଜଳ ସମସ୍ୟା ଲାଗି ରହିଛି । ସରକାର ମେଗା ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଇ ଦେବାକୁ ଘରକୁ ଘର ପାଇପ ଲାଇନ ସଂଯୋଗ କରିଛନ୍ତି । କିନ୍ତୁ ମାଟି ତଳେ ପାଇପ ଫାଟି ଯାଇଥିବା ଯୋଗୁଁ ପାଣି ପହଞ୍ଚି ପାରୁନାହିଁ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରାଯାଇଛି । ତେବେ ଆଗକୁ ଯଦି ଏହି ସମସ୍ୟାର ସମାଧାନ ନହୁଏ, ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.