ETV Bharat / state

ଆଜିଠୁ ପେଞ୍ଚକ ସିଲାଟ ଚମ୍ପିଆନସିପ, ଭାଗ ନେବେ ୧୫ ଜିଲ୍ଲାର କ୍ରୀଡାବିତ

author img

By

Published : Oct 8, 2022, 10:22 AM IST

ଆଜିଠୁ ଆରମ୍ଭ ହେବାକୁ ଯାଉଛି ପେଞ୍ଚକ ସିଲାଟ ଚମ୍ପିଆନସିପ । ଏହା ଝାରସୁଗୁଡ଼ାରେ ଅନୁଷ୍ଠିତ ହେବା ନେଇ ଓଡ଼ିଶା ପେଞ୍ଚକ ସିଲାଟ ଆସୋସିଏସନ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ଆସନ୍ତାକାଲିଠୁ ପେଞ୍ଚକ ସିଲାଟ ଚମ୍ପିଆନସିପ, ଭାଗ ନେବେ ୧୫ ଜିଲ୍ଲାର କ୍ରୀଡାବିତ

ଝାରସୁଗୁଡ଼ା: ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଖାଲି ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି କ୍ରୀଡା ପ୍ରତି ସମସ୍ତଙ୍କ ଆଗ୍ରହ । ତେବେ ଏନେଇ ଆଉ ପାଦେ ଆଗେଇଛି ଓଡିଶା ପେଞ୍ଚକ ସିଲାଟ ଆସୋସିଏସନ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ପେଞ୍ଚକ ସିଲାଟ ଚମ୍ପିଆନସିପ । ଏହି ଚମ୍ପିଆନସିପ ଝାରସୁଗୁଡ଼ାରେ ଅନୁଷ୍ଠିତ ହେବା ନେଇ ଓଡ଼ିଶା ପେଞ୍ଚକ ସିଲାଟ ଆସୋସିଏସନ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୮ ଓ ୯ ତାରିଖରେ ଝାରସୁଗୁଡା ସହର ସ୍ଥିତ ମଙ୍ଗଳବଜାର ଅଡିଟୋରୀୟମରେ ଅନୁଷ୍ଠିତ ହେବ ପେଞ୍ଚକ ସିଲାଟ ପ୍ରତିଯୋଗିତା । ଏନେଇ ଶୁକ୍ରବାର ଝାରସୁଗୁଡା ସରବାହାଲଠାରେ ପେଞ୍ଚକ ସିଲାଟ ଚମ୍ପିଆନସିପ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାରେ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପେଞ୍ଚକ ସିଲାଟ ଚମ୍ପିଆନସିପ ପାଇଁ ଓଡ଼ିଶା ପେଞ୍ଚକ ସିଲାଟ ଆସୋସିଏସନ ତରଫରୁ ପ୍ରସ୍ତୁତି ଶେଷ ହୋଇଛି । ଖେଳାଳି ଓ ଆୟୋଜକ ଉଭୟ ପ୍ରସ୍ତୁତ ରହିଛନ୍ତି । ୧୫ଟି ଜିଲ୍ଲାରୁ ପ୍ରାୟ ୪୦୦ ଖେଳାଳି ଯୋଗ ଦେବେ । ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରୁଥିବା ୪୦ରୁ ଊର୍ଦ୍ଧ୍ବ ଖେଳାଳିଙ୍କୁ ଚୟନ କରାଯାଇ ସେମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରଶିକ୍ଷଣ ଦିଆଯିବ । ସରକାର ଏବେ ଖେଳ ପ୍ରତି ବେଶ ସଜାଗ ରହିଛନ୍ତି । ସେପଟେ ଅଲମ୍ପିକରେ ମଧ୍ୟ ପେଞ୍ଚକ ସିଲାଟ ସ୍ଥାନ ପାଇଛି । ଅନେକ ଖେଳାଳି ଏଥିରେ ଭାଗ ନେବାପାଇଁ ଇଚ୍ଛୁକ ରହିଛନ୍ତି । ତେବେ ଉପଯୁକ୍ତ ଖେଳାଳିଙ୍କୁ ରାଜ୍ୟସ୍ତରୀୟ କ୍ରୀଡାରେ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ଝାରସୁଗୁଡା, ସମ୍ବଲପୁର ବରଗଡ, ଯାଜପର, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର, ଗଞ୍ଜାମ, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଞ୍ଜ, କଟକ, କନ୍ଧମାଳ ଏବଂ ଅନୁଗୋଳରୁ ଖେଳାଳି ଏହି ପେଞ୍ଚକ ସିଲାଟ ଚମ୍ପିଆନସିପରେ ଭାଗ ନେବାକୁ ଯାଉଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.