ETV Bharat / state

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଡ୍ରାମା: ୬ ମହଲାରୁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମ ବାହିନୀ - ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛଅ ମହଲା ଛାତକୁ ଚଢି ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢ଼ନ୍ତୁ

man attempts to kill self in jharsuguda
୬ ମହଲା ଛାତରୁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Mar 28, 2023, 9:57 PM IST

୬ ମହଲା ଛାତରୁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ଅଭାବନୀୟ ଘଟଣା । ଛଅ ମହଲା ଛାତରେ ଠିଆ ହୋଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । ସୌଭାଗ୍ୟ ବସତଃ କୌଣସି ଅଘଟଣ ଘଟିନଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବ୍ୟକ୍ତି ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ସେନେଇ କାରଣ ସ୍ପଷ୍ଟ ହୋଇନାହିଁ ।

ଘଟଣା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ହଠାତ ଡାକ୍ତରଖାନାର ଛଅ ମହଲା ଉପରକୁ ଚଢିଯାଇଥିଲେ । ଛଅ ମହଲାରେ ଝରକା ଉପରେ ଠିଆ ହୋଇ ବ୍ୟକ୍ତି ଜଣକ ଉତ୍ପାତ ମଚାଇଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ସେ ଝରକା ଉପରେ ଠିଆ ହୋଇ ରହିଥିଲେ । ବ୍ୟକ୍ତିଙ୍କ ଏଭଳି କାଣ୍ଡ ଦେଖି ଡାକ୍ତରଖାନା ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବହୁ କସରତ ପରେ ଯୁବକଙ୍କ ଉଦ୍ଧାର କରିବାରେ ଅଗ୍ନିଶମ ବାହିନୀ ସଫଳ ହୋଇଥିଲା । ତେବେ କାହିଁକି ଓ କିପରି ଡାକ୍ତରଖାନାର ଛଅ ମହଲା ଉପରକୁ ଚଢ଼ିଲେ ତାହା ଜଣା ପଡ଼ିନାହିଁ । ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, "ଏହି ଉଦ୍ଧାର କାର୍ଯ୍ୟ ବହୁତ ବିପଜ୍ଜନକ ଥିଲା । ଉଦ୍ଧାର କାର୍ଯ୍ୟ ୧୦ ମିନିଟ ଧରି ଚାଲିଥିଲା । ସତର୍କତା ସହିତ ବ୍ୟକ୍ତିଙ୍କୁ ଓହ୍ଲାଇବାରେ ସଫଳ ହୋଇଛୁ । ବ୍ୟକ୍ତି ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ଶେଷ କରିବା ପରେ ପୋଲିସରେ ଜିମା ଦେଇଛୁ । "

ସୂଚନା ଅନୁଯାୟୀ, ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ଜଣକ ହେଲେ ଘିରାମୁରା ଓରାମ ପଡାର ସୁନିଲ ଓରାମ । ଗତ ଏକ ମାସ ଧରି ସେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କର ମାନସିକ ଅବସ୍ଥା ଠିକ ନଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀର ଉଦ୍ଧାର ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ପଚରାଉଚରା ପରେ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବ । ତେବେ ଡାକ୍ତରଖାନାରେ ସମସ୍ତ କର୍ମଚାରୀ ଥାଇ ମଧ୍ୟ ଜଣେ ରୋଗୀ କିପରି ଛଅ ମହଲା ଉପରକୁ ଚଢିଲେ ସେନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.