ETV Bharat / state

ଧାନ ବିକ୍ରିରେ ସମସ୍ୟା : ମରୁଡ଼ି ଘୋଷଣା କରିବା ପାଇଁ ଦାବି କଲେ ଚାଷୀ

author img

By

Published : Dec 31, 2021, 7:22 AM IST

ଝାରସୁଗୁଡ଼ାରେ ଧାନ କିଣା ଆରମ୍ଭ ହୋଇଛି । ହେଲେ ଅନେକ ଗାଁରେ ଚାଷୀମାନେ ଧାନ ବିକ୍ରି କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମରୁଡ଼ି ଘୋଷଣା କରିବା ପାଇଁ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଧାନ ବିକ୍ରିରେ ସମସ୍ୟା : ମରୁଡ଼ି ଘୋଷଣା କରିବା ପାଇଁ ଦାବି କଲେ ଚାଷୀ
ଧାନ ବିକ୍ରିରେ ସମସ୍ୟା : ମରୁଡ଼ି ଘୋଷଣା କରିବା ପାଇଁ ଦାବି କଲେ ଚାଷୀ

ଝାରସୁଗୁଡ଼ା : ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ହେଲେ ଅନେକ ଗାଁରେ ଚାଷୀମାନେ ଧାନ ବିକ୍ରି କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର ସମାଧାନ ଦାବିରେ ଏକତ୍ରିତ ହୋଇ ଜିଲ୍ଲାର ଲଖନପୁର ବ୍ଲକର ରେମତା, ସୁନାରୀ, କୁଡ଼ାଲୋଇ ପଞ୍ଚାୟତର ଶତାଧିକ ଚାଷୀ ଆଜି( ଗୁରୁବାର) ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏହା ସହିତ ମରୁଡ଼ି ଘୋଷଣା କରିବା ପାଇଁ ଦାବି କରିଛନ୍ତି ଚାଷୀ । ଚାଷୀଙ୍କ ଧାନ କିଣିବା ପାଇଁ ସରକାର ଅନେକ SHG ଗୋଷ୍ଠୀ ଦାୟିତ୍ୱ ଦେଇଥିଲେ ମଧ୍ୟ ଚାଷୀମାନେ ଏହା ଦ୍ବାରା ଅନେକ ସମସ୍ୟା ଭୋଗୁଛନ୍ତି ।

ଠିକ ଭାବରେ ନିଜ ଧାନକୁ ବିକ୍ରି କରି ପାରୁ ନାହାଁନ୍ତି । ଟୋକନ ଅବଧି ସରିବାକୁ କମ ଦିନ ରହୁଥିବାରୁ ସରକାର ଏହା ପ୍ରତି ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ । ସମଡା ସେବା ସମବାୟ ସମିତି ପକ୍ଷରୁ ଧାନ କିଣିବାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି(ଗୁରୁବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମଡ଼ା ସେବା ସମବାୟ ସମିତି ପକ୍ଷରୁ ପୂର୍ବପରି ଚାଷୀଙ୍କ ଧାନ କିଣିବା ନିମନ୍ତେ ପୁନଃ ବିଚାର କରିବା ସକାଶେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଧାନ କିଣା ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି।

କେବଳ ସେତିକି ନୁହେଁ ଗତବର୍ଷର ମରୁଡ଼ି ଘୋଷଣା ସହାୟତା ରାଶି ଓ ବିମା ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ପ୍ରଦାନ କରାଯାଇନାହିଁ । ତେବେ ଚଳିତ ବର୍ଷ ମଧ୍ୟ ବର୍ଷା ଉଚିତ ପରିମାଣର ନ ହୋଇଥିବାରୁ ଚାଷୀ ମରୁଡ଼ି ଘୋଷଣା କରିବା ପାଇଁ ଦାବି କରିଛନ୍ତି । ରାଜ୍ୟ ସରକାର ପୂର୍ବାଞ୍ଚଳରେ ଅଦିନିଆ ବର୍ଷାକୁ ନେଇ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଘୋଷଣା କରିବା ପରେ ଝାରସୁଗୁଡ଼ା ଜିଲ୍ଲାର ଚାଷୀ କ୍ଷତିପୂରଣ ଦାବି କରିଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.