ETV Bharat / state

ଗରମ ପାଉଁଶ ପଡି ଶ୍ରମିକ ମୃତ୍ୟୁ ଘଟଣା, ଧାରଣାରେ ବସିଲେ ଲୋକେ

author img

By

Published : Sep 18, 2020, 4:33 PM IST

ଝାରସୁଗୁଡାରେ ଓପିଜିସି କମ୍ପାନୀରେ ପାଉଁଶ ପଡି ଘଟଣାରେ ଶ୍ରମିକ ମୃତ । କ୍ଷତିପୂରଣ ଦାବିରେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଲେ ଲୋକେ । ଧାରଣ ସ୍ଥଳରେ ପୋଲିସ ଓ ଓପିଜିସି କର୍ତ୍ତୃପକ୍ଷ ପହଞ୍ଚି ଧାରଣାକାରୀଙ୍କ ବୁଝାସୁଝା କରିଛନ୍ତି । ଅଧିକ ପଢନ୍ତୁ...

ଓପିଜିସି କମ୍ପାନୀରେ ପାଉଁଶ ପଡି ଘଟଣାରେ ଶ୍ରମିକ ମୃତ, ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଲୋକେ

ଝାରସୁଗୁଡା: ଜିଲ୍ଲା ଓପିଜିସି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା । ଓପିଜିସିର ଆଶ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ପାଉଁଶ ପଡିବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ପରେ ଓପିଜିସି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

ଝାରସୁଗୁଡା ବନହରପାଲିରେ ଥିବା ଓପିଜିସିର ଆଶ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଗରମ ପାଉଁଶ ପଡି ଘଟଣାରେ ଜଣେ ଶ୍ରମିକ ମୃତ। ସୂଚନାଥାଉକି ଗତ 5 ତାରିଖ ରାତିରେ ଓପିଜିସିର ଆଶ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ କାମ କରୁଥିବାବେଳେ 3 ଶ୍ରମିକଙ୍କ ଦେହରେ ହପର ଖସି ଗରମ ପାଉଁଶ ପଡିବାରୁ ଗୁରୁତର ହୋଇଥିଲେ । ଏହାପରେ ସମସ୍ତଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଶ୍ରମିକଙ୍କ ନାଁ ଭଗବାନ ପାତ୍ର ବୋଲି ଜଣାପଡିଛି। ଅନ୍ୟ 2 ଜଣ ଶ୍ରମିକ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ସେପଟେ ଜଣକର ମୃତ୍ୟୁ ହୋଇଥିବା ଖବର ପାଇ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବିରେ ଓପିଜିସି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣା ସ୍ଥଳରେ ପୋଲିସ ଓ ଓପିଜିସି କର୍ତ୍ତୃପକ୍ଷ ପହଞ୍ଚି ଧାରଣାଧାରୀଙ୍କ ବୁଝାସୁଝା କରିଛନ୍ତି । ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଅର୍ଥ ୧୫ ଲକ୍ଷ ଦେବାପାଇଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.