ETV Bharat / state

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଝାରସୁଗୁଡା ଗସ୍ତ - Odisha State Commission for the Protection of the Rights of the Child

ଝାରସୁଗୁଡା ସ୍ଥିତ ଫେଥ ଆଉଟ ନାବାଳକ ଅନ୍ତେବାସୀଙ୍କ ସହ ଯୌନ ନିର୍ଯାତନା ମାମଲାର ତଦନ୍ତ ପାଇଁ ଝାରସୁଗୁଡ଼ା ସର୍କିଟ ହାଉସରେ ଏହି ମାମଲାର ସମୀକ୍ଷା କରିଛନ୍ତି ।

Jharsuguda
ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
author img

By

Published : Sep 7, 2020, 11:01 PM IST

ଝାରସୁଗୁଡା: ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଝାରସୁଗୁଡା ଗସ୍ତ । ଝାରସୁଗୁଡା ସ୍ଥିତ ଫେଥ ଆଉଟ ନାବାଳକ ଅନ୍ତେବାସୀଙ୍କ ସହ ଯୌନ ନିର୍ଯାତନା ମାମଲାର ତଦନ୍ତ ପାଇଁ ଝାରସୁଗୁଡ଼ା ସର୍କିଟ ହାଉସରେ ଏହି ମାମଲାର ସମୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଏସପି ରାହୁଲ ପିଆର ଓ ସିଡବ୍ଲୁସି ଅଧ୍ୟକ୍ଷା ଆନନ୍ଦିନି ପାଢ଼ୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ସୂଚନାଯୋଗ୍ୟ ଯେ, ଯୌନ ନିର୍ଯାତନା ମାମଲାରେ ଫେଥ ଆଉଟ ରିଚ ସଂସ୍ଥାର ଜନ ପି. ବ୍ରିଜକୁ ଜାମିନ ଦେଇଛନ୍ତି ମାନ୍ୟବର କୋର୍ଟ । ଅନ୍ୟପଟେ ଯୌନ ନିର୍ଯାତନା ଅଭିଯୋଗ ହେବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଫେଥ ଆଉଟ ରିଚ ସଂସ୍ଥାକୁ ସିଲ କରାଯାଇଛି।

ଜଣେ ନାବାଳକ ସହ ଅପ୍ରାକୃତିକ ଯୌନକ୍ରିୟା କରିଥିବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଗିରଫର ଦିନକ ପରେ ଝାରସୁଗୁଡା ପୋସ୍କୋ ଅଭିଯୁକ୍ତକୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

୨୦୧୫ ମସିହାରେ ଜନ ନିଜ ସଂସ୍ଥାର ଜଣେ ଅନ୍ତେବାସୀ ନାବାଳକକୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ନାବାଳକ ଜଣକ ସଂସ୍ଥାରୁ ବାହାରିବା ପରେ ଗତ 14 ତାରିଖରେ ନାବାଳକର ପରିବାର ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଝାରସୁଗୁଡ଼ା ପୋଲିସ ପ୍ରାଥମିକ ତଦନ୍ତ କରିବା ପରେ ଅଭିଯୋଗର ସତ୍ୟତା ଥିବା ଜାଣାପଡିଥିଲା ।

ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ନାବାଳକ ଯୌନଉତ୍ପୀଡନ ନିରୋଧ ଆଇନର ୧୦ ପୋସ୍କୋ , ୩୪୧ ଆଇପିସି ଓ ଆଦିବାସୀ ଉତ୍ପୀଡନ ନିରୋଧ ଆଇନର ୩ ଧାରାରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇଛି NCPCR । ସମ୍ପୂର୍ଣ୍ଣ ଘଟଣା ଉପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.