ETV Bharat / state

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଦାବିପତ୍ର ପ୍ରଦାନ

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପକ୍ଷରୁ ୪ ଦଫା ଦାବି ନେଇ ଆଜି(ଶନିବାର) ଝାରସୁଗୁଡାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Dec 18, 2021, 10:47 PM IST

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଦାବିପତ୍ର ପ୍ରଦାନ
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଦାବିପତ୍ର ପ୍ରଦାନ

ଝାରସୁଗୁଡ଼ା: ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପକ୍ଷରୁ ୪ ଦଫା ଦାବି ନେଇ ଆଜି(ଶନିବାର) ଝାରସୁଗୁଡାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଙ୍ଘର କର୍ମଚାରୀ ଓ ସଦସ୍ୟମାନେ ଝାରସୁଗୁଡାସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରୁ ଏକ ବିଶାଳ ର‌ାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।

କେନ୍ଦୁପତ୍ରରୁ ୪୬ ପ୍ରତିଶତ ଜିଏସଟି ପ୍ରତ୍ୟାହାର, କେନ୍ଦୁପତ୍ର ତୋଳାଳୀମାନଙ୍କୁ ହିତାଧିକାରୀ ହେବାପାଇଁ ୨ ହଜାର କରି ମାପଦଣ୍ଡକୁ ଉଠାଇ ଦିଆଯାଇ ପୂର୍ବପରି ହଜାରେ କରି ମାପଦଣ୍ଡ କରିବା, ୨୦୧୮ ମସିହା ପର୍ଯ୍ୟନ୍ତ ଚାଲି ଆସିଥିବା ଓ ଏହା ପରଠାରୁ ସ୍ଥଗିତ ଓ ବନ୍ଦ ହୋଇଥିବା ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମର ପୁନଃ ପ୍ରଚଳନ କରିବା । କେନ୍ଦୁପତ୍ର ସଂସ୍ଥାକୁ ଉନ୍ନତ କରିବା ଓ କଲ୍ୟାଣ ଅଭିମୁଖୀ କରିବାକୁ ୨ ଶହ କୋଟି ଟଙ୍କାର ପୂର୍ଣ୍ଣାୟମାନ ପାଣ୍ଠି ପ୍ରଦାନ ଆଦି ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.