ETV Bharat / state

ସରିଲା ଗୋପାଳର ନାର୍କୋ ଟେଷ୍ଟ: ଆଜି ଫେରିବ, ସୋମବାର କୋର୍ଟରେ ହାଜର ହେବ

author img

By

Published : Feb 12, 2023, 8:34 AM IST

ଦିବଙ୍ଗତ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ ଗୁଜୁରାଟ ଗାନ୍ଧିନଗର ଡିଏଫଏସରେ ଶେଷ ହୋଇଛି । ଆଜି ଝାରସୁଗୁଡା ଫେରିବ ଗୋପାଳ । ଅଧିକ ପଢନ୍ତୁ

ସରିଲା ଗୋପାଳର ନାର୍କୋ ଟେଷ୍ଟ
ସରିଲା ଗୋପାଳର ନାର୍କୋ ଟେଷ୍ଟ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ଗୁଜୁରାଟ ଗାନ୍ଧିନଗରରେ ସରିଲା ଅଭିଯୁକ୍ତ ଗୋପାଳର ନାର୍କୋ ଟେଷ୍ଟ । ଶନିବାର ଦିନ ଗୋପାଳର ନାର୍କୋ ଟେଷ୍ଟ ଶେଷ ହୋଇଥିବା କୁହାଯାଉଛି । ତେବେ ଆଜି ଗୋପାଳକୁ ଝାରସୁଗୁଡା ଅଣାଯିବା ନେଇ ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ନବ ଦାସଙ୍କୁ ହତ୍ୟା କରିବାର ୧୪ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଖାଲି ରହିଛି କ୍ରାଇମବ୍ରାଞ୍ଚର ହାତ । ୩ ଥର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଟିମ ଜେରା କରୁଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ଉଠାଇବାରେ ବିଫଳ ପୋଲିସ । ୩ଥର ରିମାଣ୍ଡ ସମୟରେ ଗୋପାଳର ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ଟିମ । ଅଦାଲତଙ୍କ ଅନୁମତି ଏବଂ ଅଭିଯୁକ୍ତଙ୍କ ସହମତି ପରେ ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନିଆଯାଇଥିଲା । ଏଥିପାଇଁ ତିନିଦିନ ହେବ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଆଠଜଣିଆ ଦଳ ଗାନ୍ଧୀନଗରରେ କ୍ୟାମ୍ପ କରିଥିଲେ ।

ପୂର୍ବରୁ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଶନିବାର ନାର୍କୋ ଟେଷ୍ଟ କରାଯାଇଛି । ଅଚେତନ ଅବସ୍ଥାରେ ଗୋପାଳ ସବୁ ସତ କହିଥିବା କୁହାଯାଉଛି । କ୍ରାଇମବ୍ରାଞ୍ଚ ଟିମ ତିଆରି କରିଥିବା ସବୁ ପ୍ରଶ୍ନର ଉତ୍ତର ଅଭିଯୁକ୍ତ ଗୋପାଳ ଦେଇଥିବା ନେଇ କୁହାଯାଉଛି । ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସୁଛି । ନାର୍କୋ ଟେଷ୍ଟ ସମୟରେ ଗାନ୍ଧିନଗର ଲ୍ୟାବର ଅଧିକାରୀମାନେ ତଦନ୍ତକାରୀ ଅଧିକାରୀଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । କ୍ରାଇମବାଞ୍ଚ ଟିମ ପକ୍ଷରୁ ଲିଖିତଭାବେ ଦିଆଯିବା ପରେ ଲ୍ୟାବର ମନୋବିଜ୍ଞାନୀ, ଡାକ୍ତର ଓ ଫରେନସିକ ଏକ୍ସପୋର୍ଟମାନେ ଗୋପାଳକୁ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନୋତ୍ତର ସମୟର ଭିଡିଓ ରେକର୍ଡ କରାଯାଇଥିଲା । ତେବେ ସେହି ଭିଡିଓକୁ କୋର୍ଟରେ ଦାଖଲ କରିବେ ଲ୍ୟାବ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟରେ ସତ ଓଗାଳିବ ଗୋପାଳ ! ଝାରସୁଗୁଡ଼ା ବିମାନବନ୍ଦରରେ ହସିଲା ଅଭିଯୁକ୍ତ

ସେପଟେ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଅଫିସ ସମ୍ମୁଖରେ ଗୋପାଳକୁ ତଦନ୍ତକାରୀ ଟିମ ନେଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋପାଳ ହସିହସି ଯାଉଥିବା ନେଇ ଭିଡିଓରେ ଦେଖାଯାଇଛି । ଡ୍ୟୁଟିରେ ରହିଥିବା ସମୟରେ ହାଇପ୍ରୋଫାଇଲ ନେତାଙ୍କୁ ଗୁଳିକରି ହତ୍ୟା କରିବା ପରେ ଟିକେ ମଧ୍ୟ ଶଙ୍କା ନଥିବା ଭଳି ଦେଖାଯାଉଛି । ଏହାରି ଭିତରେ ସୋମବାର ଦିନ ତୃତୀୟ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଆଜି ଗୋପାଳକୁ ଗୁଜୁରାଟରୁ ଝାରସୁଗୁଡା ଆଣିବା କ୍ରାଇମବ୍ରାଞ୍ଚ ଟିମ । ଏହାସହ ସୋମବାର ଦିନ କୋର୍ଟରେ ହାଜର କରାଯିବ । ତେବେ ନାର୍କୋ ଟେଷ୍ଟ ସମୟରେ ଗୋପାଳ କଣ କହିଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.