ETV Bharat / state

Naba Das Death Case: କ୍ରାଇମବ୍ରାଞ୍ଚକୁ ମିଳିଲା ନବ ଦାସଙ୍କ ଜୀବନ ନେଇଥିବା ଗୁଳି

5 ଦିନ ପରେ କ୍ରାଇମବ୍ରାଞ୍ଚ ପାଇଲା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜୀବନ ନେଇଥିବା ଗୁଳି । ଅଧିକ ପଢନ୍ତୁ

Naba Das Death Case
Naba Das Death Case
author img

By

Published : Feb 3, 2023, 11:26 AM IST

Updated : Feb 3, 2023, 11:53 AM IST

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣା । ମିଳିଲା ନବ ଦାସଙ୍କ ଜୀବନ ନେଇଥିବା ଗୁଳି । ହତ୍ୟାର ୫ ଦିନ ପରେ ଗୁଳି ପାଇଛି କ୍ରାଇମବ୍ରାଞ୍ଚ ଟିମ । ଫାରୋ-ଥ୍ରୀଡି ସ୍କାନର ମାଧ୍ୟମରେ ଗୁଳି ଜବତ କରିଲା ସାଇଣ୍ଟିଫିକ ଟିମ ଓ ବାଲିଷ୍ଟିକ ବିଶେଷଜ୍ଞ ।

ଗାନ୍ଧି ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ଘଟଣା ସାରା ରାଜ୍ୟର ଚହଳ ସୃଷ୍ଟି କରିଥିବା ବେଳେ ପ୍ରତିଦିନ ସେହି ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନବ ଦାସଙ୍କ ଜୀବନ ଯାଇଥିବା ଗୁଳି ଆଜି ମିଳିଛି । ଗତ ୫ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ ଗୁଳି ପାଇବା ପାଇଁ କସରତ ଜାରି ରଖିଥିବା ବେଳେ ଆଜି ଗୁଳି ପାଇଛି ଟିମ ।

ଏହା ମଧ୍ୟ ପଢନ୍ତୁ: Naba Das Death Case: ବିସ୍ଫୋରକ ବୟାନ ଦେଲେ କଟକର ଚର୍ଚ୍ଚିତ ବୃଦ୍ଧା, ରିକ୍ସାଚାଳକଙ୍କୁ ଦାନ କରିଥିଲେ ସମସ୍ତ ସମ୍ପତ୍ତି

ପ୍ରକାଶଯୋଗ୍ୟ ଯେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ପରେ ଗୋପାଳ ଦାସଙ୍କ ହାତରୁ ବନ୍ଧୁକକୁ ଜଣେ ବ୍ୟକ୍ତି ଛଡାଇ ନେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପିସ୍ତଲର ରହସ୍ୟ ବର୍ତ୍ତମାନ ସୁଦ୍ଧା ଖୋଲିନଥିବା ବେଳେ ଏହି ଘଟଣାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଗୋପାଳ ଆଙ୍କୁଲି ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍, ଅଭିଯୁକ୍ତକୁ 4 ଦିନିଆ ରିମାଣ୍ଡ

ହତ୍ୟାକାରୀ ଗୋପାଳକୁ କ୍ରାଇମବ୍ରାଞ୍ଚ ଟିମ ରିମାଣ୍ଡରେ ନେଇଥିବା ବେଳେ ଆଜି ତୃତୀୟ ଦିନ । କୋର୍ଟ ୪ ଦିନ ରିମାଣ୍ଡ ଅବଧି ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଅବଧି ବଢାଇବା ପାଇଁ ଆବେଦନ କରିପାରନ୍ତି । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସକୁ ବିମାନବନ୍ଦର ଥାନା ଅଣାଯାଇଥିବା ବେଳେ ପରିଶ୍ରା କରିବାକୁ ଯାଇ କିଛି କାଗଜକୁ ଚିରି ପାଇଖାନାରେ ପକାଇ ଦେଇଥିଲା ବୋଲି କ୍ରାଇମବ୍ରାଞ୍ଚ ଜେରା କରିବା ସମୟରେ କହିଥିଲା ଗୋପାଳ ।

ଏହାପରେ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଟିମ୍ ହତ୍ୟାକାଣ୍ଡ ପଛର କିଛି ପ୍ରମାଣ ସନ୍ଧାନରେ ରାତି ଅଧିଆ ବିମାନବନ୍ଦର ଥାନା ପରିସରରେ ଥିବା ଏକ ପାଇଖାନା ଟାଙ୍କିକୁ ଖୋଳିବା ଆରମ୍ଭ କରିଥିଲା । ପ୍ରାୟ ୧୮ ଘଣ୍ଟା ଧରି ଖୋଳିବା ପରେ ସ୍ବେରେଜ ଟ୍ୟାଙ୍କରୁ ଟୁକୁରା କାଗଜ ମିଳିଛି । ହେଲେ ଗୋପାଳ ଦାସ ଖଣ୍ଡଖଣ୍ଡ କରି ଚିରିଥିବା କାଗଜଟି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହୋଇପାରେ କି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 3, 2023, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.