ETV Bharat / state

ମଙ୍ଗଳବଜାର ହସ୍ପିଟାଲର ହେବ ରୂପାନ୍ତରୀକରଣ, ଦାବିପତ୍ର ପ୍ରଦାନ କଲେ ଦୀପାଳି

author img

By

Published : Jul 25, 2023, 10:26 AM IST

ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଙ୍ଗଲବଜାର ହସ୍ପିଟାଲକୁ ରୂପାନ୍ତରିତ କରିବା ପାଇଁ ଦାବିପତ୍ର ପ୍ରଦାନ କଲେ ଝାରସୁଗୁଡା ବିଧାୟିକା ଦୀପାଲି ଦାସ । ଅଧିକ ପଢନ୍ତୁ

MLA Deepali das
MLA Deepali das
MLA Deepali das

ଝାରସୁଗୁଡା: ମଙ୍ଗଳବଜାର ହସ୍ପିଟାଲର ହେବ ରୂପାନ୍ତରୀକରଣ । ଏନେଇ ଗତକାଲି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି ବିଧାୟିକା ଦୀପାଳି ଦାସ । ଗତ କିଛିଦିନ ହେବ ବିଭିନ୍ନ ଗଣମାଧ୍ୟମରେ ମଙ୍ଗଲବଜାର ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯାଉ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ କେନ୍ଦ୍ର କରି ଦାବିପତ୍ର ପ୍ରଦାନ କରାଯାଇଛି ।

ତେବେ ଏହାକୁ ନେଇ ବିଧାୟିକା ଦୀପାଲି ଦାସ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହିତ ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଜିଲ୍ଲାପାଳ ଏହି ସମସ୍ୟାର ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବୋଲି ବିଧାୟିକା କହିଛନ୍ତି । ବାପା ଯେତେବେଳେ ଝାରସୁଗୁଡାରେ ବିଧାୟକ ଓ ମନ୍ତ୍ରୀ ଥିଲେ ସେ ସମୟରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିଚାଲିଥିଲେ । ମୁଁ ବି ମଧ୍ୟ ସ୍ଥାନୀୟ ଲୋକଙ୍କ ଲୋକଙ୍କ ପାଇଁ କାର୍ଯ୍ୟ କରିବି ବୋଲି ବିଧାୟିକା କହିଛନ୍ତି ।

ଏହା ସହିତ ଗତ ଗୁରୁବାର ଦିନ ବିଜେପି ନେତାଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ଗତକାଲି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଜ ମତ ରଖିଥିଲେ ବିଧାୟିକା ଦୀପାଳି ଦାସ । ଗତ ୨୦ ତାରିଖରେ ବିଜେପି ନେତା ବିଟିଏମ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ଵର୍ଗତ ନବ ଦାସଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ସେ ସମୟରେ ସ୍ଵାସ୍ଥ୍ୟମନ୍ତ୍ରୀ ଥିବା ସ୍ଵର୍ଗତ ନବ ଦାସ ଝାରସୁଗୁଡାବାସୀଙ୍କୁ ଭୁଆଁ ବୁଲାଇଛନ୍ତି । ମଙ୍ଗଲବଜାର ହସ୍ପିଟାଲର ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ହେଲେ ତାହା ଏପର୍ଯ୍ୟନ୍ତ ହୋଇ ପାରି ନାହିଁ । ଏହାକୁ ନେଇ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ଝାରସୁଗୁଡା ବିଧାୟିକା ଦୀପାଳି ଦାସ ।

ଏହା ମଧ୍ୟ ପଢନ୍ତୁ- ଝାରସୁଗୁଡାକୁ ସ୍ବତନ୍ତ୍ର ଡିଭିଜନ ଦାବି, ରେଳବିଭାଗ କର୍ଣ୍ଣପାତ ନକଲେ ଆନ୍ଦୋଳନ ଚେତାବନୀ

ପ୍ରକାଶ ଥାଉକି, କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ରେଳବିଭାଗ । ଦେଶର ଅର୍ଥନୈତିକ କ୍ଷେତ୍ରରେ ରେଳ ବିଭାଗ ମେରୁଦଣ୍ଡ ଅଟେ । ସରକାରୀ ବେସରକାରୀ ସ୍ତରରୁ ବହୁଳ ଭାବରେ ରାଜସ୍ବ ଆଦାୟ କରିଥାଏ ରେଳ ବିଭାଗ । ତେଣୁ ଝାରସୁଗୁଡ଼ା ରେଳ ବିଭାଗକୁ ସ୍ବତନ୍ତ୍ର ଡିଭିଜନ କରିବାକୁ ଦାବି ହୋଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.