ETV Bharat / state

ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା, ଗୋଟିଏ ପରିବାରର 6 ଅଟକ - ଯୁବକଙ୍କୁ ପିଟିପିଟି ହତ୍ୟା

Jharasuguda Murder: ଝାରସୁଗୁଡାରେ ଅଭାବନୀୟ ଘଟଣା । ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଗୋଟିଏ ପରିବାରର 6 ଅଟକ । ଅଧିକ ପଢନ୍ତୁ

ଗାଁ ମଝିରେ ଯୁବକଙ୍କୁ ପିଟି ପିଟି ହତ୍ୟା
ଗାଁ ମଝିରେ ଯୁବକଙ୍କୁ ପିଟି ପିଟି ହତ୍ୟା
author img

By ETV Bharat Odisha Team

Published : Jan 3, 2024, 12:12 PM IST

Updated : Jan 3, 2024, 3:59 PM IST

ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା, ଗୋଟିଏ ପରିବାରର 6 ଅଟକ

ଝାରସୁଗୁଡ଼ା: ଜିଲ୍ଲାର ଲଇକେରା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଯୁବକଙ୍କୁ ଗାଁ ମଝିରେ ପିଟିପିଟି ହତ୍ୟା । ଗୋଟିଏ ପରିବାରର ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସମସ୍ତ ୬ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଁରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁ ମଝିରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ବିପିନ ଭୋଇ ବୋଲି ଜଣାପଡିଛି । ତେବେ ସେହି ଗ୍ରାମର ଗୋଟିଏ ପରିବାରର ୬ ଜଣ ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ତାଙ୍କୁ ହତ୍ୟା କରିଥିବା ନେଇ ମୃତ ବିପିନଙ୍କ ପତ୍ନୀ ସୋନାଲି ଭୋଇ ଲଇକେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ... ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ, ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଲେ

ଅଭିଯୋଗ ଆଧାରରେ ଲଇକେରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ SDPO, ସାହାସପୁର ଫାଣ୍ଡି, ଲଇକେରା ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ ଜାରି ରଖିଛନ୍ତି । ତେବେ ବିପିନ ଭୋଇ ଓ ସତ୍ୟ କିଶନ ପରିବାର ମଧ୍ୟରେ କିଛି କାରଣକୁ ନେଇ ବଚସା ହୋଇଥିବା ବେଳେ ଏହି ଘଟଣାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।

ଅନ୍ୟପଟେ ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସୋନାଲି ଭୋଇଙ୍କ ଅଭିଯୋଗ ଆଧାରରେ ଲଇକେରା ଥାନାରେ କେସ୍ ନମ୍ବର 4 ଧାରା 302/34 IPCରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ସତ୍ୟ କିଶାନ ପରିବାରର କିଛି ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଘଟଣାସ୍ଥଳରେ ପୋଲିସ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାଥମିକ ଯାଞ୍ଚ ଆରମ୍ଭ କରିଛି । ହତ୍ୟାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣାପଡିନଥିବା ବେଳେ କୌଣସି କାରଣରୁ ବଚସାକୁ ନେଇ ଏହା ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ଏସଡିପିଓ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Jan 3, 2024, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.