ଝାରସୁଗୁଡା: ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଲୁଟ ଅଭିଯୋଗ ହୋଇଛି । ଝାରସୁଗୁଡ଼ା ସହର ନିକଟସ୍ଥ ବାଇପାସରେ ଥିବା ଶ୍ରେୟା ଟ୍ରେଡର କେଡ଼ିଆ ଗୋଦାମ ମାଲିକଙ୍କ ଠାରୁ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ତେବେ 2 ଜଣ ଅଜଣା ବ୍ୟକ୍ତି କଳା ମୁଖା ପିନ୍ଧି ବାଇକରେ ଆସି ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଲୁଟ କରିଥିଲେ । ସେପଟେ ଘଟଣାସ୍ଥଳରେ ଝାରସୁଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ