ETV Bharat / state

ହାତଗୋଡ ବାନ୍ଧି ଲୁଟିନେଲେ ୮ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଅଳଙ୍କାର - Loot

ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହିରେ ଘରେ ପଶି ଲୁଟି ନେଲେ ବହୁ ମୂଲ୍ୟର ସୂନାରୂପା ଅଳଙ୍କାର । ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Jul 11, 2019, 7:15 PM IST

ଝାରସୁଗୁଡ଼ା: ଜିଲ୍ଲାର ଲଇକେରା ଥାନା ଅନ୍ତର୍ଗତ ବାଗଡ଼ିହିରେ ସାମ୍ନାକୁ ଆସିଛି ଲୁଟ ଘଟଣା । ବୁଧବାର ବିଳମ୍ବିତ ରାତିରେ ଘରର ଝରକା ଭାଙ୍ଗି ୧୨ ଜଣ ଦୁର୍ବୃତ୍ତ ପଶି ଲୁଟିନେଇଛନ୍ତି ବହୁମୂଲ୍ୟ ସୂନାରୂପା ଅଳଙ୍କାର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ବ୍ୟକ୍ତି ଶ୍ୟାମଲାଲ ଅଗ୍ରୱାଲ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାମୁତାବକ, ଦୁର୍ବୃତ୍ତ ମାନେ ଶ୍ୟାମଲାଲ ଅଗ୍ରୱାଲ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧିଦେଇ ଘରେ ଥିବା ସମସ୍ତ ସୁନାଗହଣା ଲୁଟି ନେଇଥିଲେ । ଯାହାର ଆନୂମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଅଭିଯୋଗ ପରେ ଘଟଣାସ୍ଥଳରେ ଝାରସୁଗୁଡା ଏସପି ଅଶ୍ବିନୀ ମହାନ୍ତି ସହ ଲଇକେରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗତବର୍ଷ ବାଗଡ଼ିହିରେ ଜଣେ ପେଟ୍ରୋଲ ପମ୍ପ ମାଲିକ ଓ ଅନ୍ୟ ଜଣେ ବ୍ୟବସାୟୀଙ୍କ ଘରୁ ମଧ୍ୟ ଡକାୟତି ହୋଇଥିଲା । ତେବେ ଉକ୍ତ ଘଟଣାରେ ସମସ୍ତ ଅଭିଯୁକ୍ତ ଧରାପଡିଥିବା ବେଳେ ବୁଧବାର ରାତିରେ ହୋଇଥିବା ଲୁଟର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ଝାରସୁଗୁଡା ଏସପି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡ଼ିହିରେ ଡକାୟତି ଘଟଣା ଘଟିଛି।।ଗତ ବିଳମ୍ବିତ ରାତିରେ ଘରର ଝରକା ଭାଙ୍ଗି ପଶିଥିଲେ ୧୨ ଜଣ ଦୃବୃତ୍ତ । ଶ୍ୟାମଲାଲ ଅଗ୍ରୱାଲ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧିଦେଇ ଲୁଟି ନେଲେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ।ଘଟଣାସ୍ଥଳରେ ଝାରସୁଗୁଡା ଏସପି ଅଶ୍ୱିନୀ ମହାନ୍ତି ସହ ଲଇକେରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଗତବର୍ଷ ମଧ୍ୟ ବାଗଡ଼ିହିରେ ଜଣେ ପେଟ୍ରୋଲ ପମ୍ପ ମାଲିକ ଓ ଅନ୍ୟ ଜଣେ ବ୍ୟବସାୟୀଙ୍କ ଘରୁ ମଧ୍ୟ ଡକାୟତି ହୋଇଥିଲା। ଗତବର୍ଷ ଡକାୟତି ଘଟଣା ରେ ସମସ୍ତ ଅଭିଯୁକ୍ତ ଧରାପଡିଥିବା ବେଳେ ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି ।
ବାଇଟ1:ଶ୍ୟାମଲାଲ ଅଗ୍ରବାଲ, ବାଗଡ଼ିହି ।
ବାଇଟ2:ଅଶ୍ୱିନୀ କୁମାର ମହାନ୍ତି, ଏସପି,ଝାରସୁଗୁଡା ।Body:।।।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.