ETV Bharat / state

ରାଷ୍ଟ୍ରୀୟ ସମ୍ମାନ ସହ କିଶୋର ମହାନ୍ତିଙ୍କୁ ଅନ୍ତିମ ବିଦାୟ, ଲୁହରେ ଭିଜିଲା ଝାରସୁଗୁଡା - ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପାର୍ଥିବ ଶରୀର । ଅଧିକ ପଢନ୍ତୁ

ଗାର୍ଡ ଅଫ୍ ଅନର ସହ କିଶୋର ମହାନ୍ତିଙ୍କୁ ଅନ୍ତିମ ବିଦାୟ, ଲୁହରେ ଭିଜିଲା ଝାରସୁଗୁଡା

author img

By

Published : Dec 31, 2021, 6:55 PM IST

Updated : Dec 31, 2021, 7:37 PM IST

ଝାରସୁଗୁଡା: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପାର୍ଥିବ ଶରୀର । ଝାଡେଶ୍ବର ମନ୍ଦିର ସ୍ଥିତ ମୁକ୍ତି ମଣ୍ଡପକୁ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ସହ ବିଧାୟକଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଜିଲ୍ଲା ମଙ୍ଗଲବଜାର ଅଡିଟୋରିଅମ୍ ଠାରେ ବିଭିନ୍ନ ସଂଗଠନ, ନେତୃବର୍ଗ, ମନ୍ତ୍ରୀ ଏବଂ ବିଜେଡି କର୍ମକର୍ତ୍ତାଙ୍କ ସହ ଜିଲ୍ଲାବାସୀ କିଶୋର ମହାନ୍ତିଙ୍କୁ ଅନ୍ତିମ ଦର୍ଶନ କରିଛନ୍ତି ।

ଗାର୍ଡ ଅଫ୍ ଅନର ସହ କିଶୋର ମହାନ୍ତିଙ୍କୁ ଅନ୍ତିମ ବିଦାୟ, ଲୁହରେ ଭିଜିଲା ଝାରସୁଗୁଡା

ଏହା ମଧ୍ୟ ପଢନ୍ତୁ:- MLA Kishore Mohanty passes away: ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା । କିଶୋର ମହାନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଝାରସୁଗୁଡାରୁ ୩ ଥର ବିଧାୟକ ଥିଲେ । ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କିଶୋର ମହାନ୍ତି । ୨୦୧୯ରୁ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭା ଆସିଥିଲେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Dec 31, 2021, 7:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.