ଝାରସୁଗୁଡା: ମୋ ବାପା ଆପଣଙ୍କ ସହଯୋଗୀ ଥିଲେ। ଆପଣଙ୍କ ଦଳରେ କାମ କରିଥିଲେ । ମୁଁ ଜାଣିବା ଦିନ ଠାରୁ ମୋ ବାପା ଏବଂ ଆପଣ ଉଭୟ ଭଲ ବନ୍ଧୁ ଥିଲେ। ଗୋଟିଏ ଦଳରେ କାମ କରୁଥିଲେ । ସେହି ଦୃଷ୍ଟିରୁ ଆପଣଙ୍କୁ ମୁଁ ବହୁତ ସମ୍ମାନ କରେ । କିନ୍ତୁ ମୋ ବାପାଙ୍କ ଅବର୍ତ୍ତମାନରେ ତାଙ୍କ ପ୍ରତି ଆପଣ ଦେଇଥିବା ମନ୍ତବ୍ୟ ଦୁଃଖଦାୟକ । ଆପଣଙ୍କୁ ଏଭଳି ମନ୍ତବ୍ୟ ଶୋଭା ଦେଉନି । ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ବରିଷ୍ଠ ରାଜନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେଇଥିବା ମନ୍ତବ୍ୟର ଜବାବ ଦେଇ ଏହା କହିଛନ୍ତି ନବ ଦାସଙ୍କ ଝିଅ ଦିପାଳୀ ଦାସ ।
ନରସିଂହଙ୍କୁ ଜବାବ ଦେଇ ଦୀପାଳି କହିଛନ୍ତି, ‘‘ମୋ ବାପାଙ୍କ ଅବର୍ତ୍ତମାନରେ ତାଙ୍କ ପ୍ରତି ଆପଣ ଦେଇଥିବା ମନ୍ତବ୍ୟ ଦୁଃଖଦାୟକ । ଆପଣଙ୍କୁ ଏଭଳି ମନ୍ତବ୍ୟ ଶୋଭା ଦେଉନି ।’’ ଆପଣ କଂଗ୍ରେସର ଜଣେ ବରିଷ୍ଠ ରାଜନେତା। ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ। ମୋ ବାପା ଆପଣଙ୍କର ସହଯୋଗୀ ଥିଲେ। କିନ୍ତୁ ଆପଣ ମୋ ବାପାଙ୍କ ଚରିତ୍ରକୁ ନେଇ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ମୋ ପରିବାରକୁ ବହୁତ ଆଘାତ ଦେଇଛି। ଯଦି ନବ ଦାସଙ୍କ ମୃତ୍ୟୁକୁ ନେଇ କିଛି ତଥ୍ୟ ଆପଣଙ୍କ ପାଖରେ ରହିଛି ପୋଲିସକୁ ଦିଅନ୍ତୁ, କୋର୍ଟରେ ଦିଅନ୍ତୁ । ଦୟାକରି ଗଣମାଧ୍ୟମ ଆଗରେ ମୋ ବାପାଙ୍କ ଚରିତ୍ର ସଂହାର କରନ୍ତୁ ନାହିଁ । ଏହାସହ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ବିରୋଧରେ ଏହିପରି ମନ୍ତବ୍ୟ ଦେବା ଠିକ ନୁହେଁ । ହିନ୍ଦୁ ଧର୍ମରେ କେହି ଯଦି ମୃତ୍ୟୁ ବରଣକରେ, ତାର ମୃତ୍ୟୁ ପରେ ଚରିତ୍ରକୁ ନେଇ ଏଭଳି ମନ୍ତବ୍ୟ ଧର୍ମ ବିରୋଧୀ ବୋଲି କହିଛନ୍ତି ଦୀପାଳି l ଦୀପାଳି ନରସିଂହଙ୍କୁ ଅନୁରୋଧ କରି କହିଛନ୍ତି ମୁଁ ଝିଅ ହିସାବରେ ଆପଣଙ୍କୁ ଅନୁରୋଧ କରୁଛି ମୋ ବାପାଙ୍କ ଚରିତ୍ରକୁ ନେଇ କୌଣସି ଟିପ୍ପଣୀ ଦିଅନ୍ତୁ ନାହିଁ କି ରାଜନୀତି କରନ୍ତୁ ନାହିଁ ।
ସୂଚନାଯୋଗ୍ଯଯେ ନବ ଦାସ ହତ୍ୟାକାଣ୍ଡକୁ ନେଇ ଆଜି ନରସିଂହ ମିଶ୍ର ନୂଆ ତଥ୍ୟ ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ନରସିଂହ କହିଥିଲେ, ‘‘ଗୋପାଳ ଦାସ ପାଗଳ ନଥିଲା ବୋଲି ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ପରେ ସ୍ପଷ୍ଟ ହୋଇସାରିଛି । କୋର୍ଟ ମଧ୍ୟ ରିପୋର୍ଟକୁ ଗ୍ରହଣ କରିଛନ୍ତି । ଯାହା ନିଜେ ଅଭିଯୁକ୍ତ ପ୍ରମାଣ କରିବା କଥା ତାହା ସରକାର କାହିଁକି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି? ’’ ସନ୍ଦେହ ହେଉଛି ଦଣ୍ଡ ଦେବା ପରିବର୍ତ୍ତେ ମୁଦାଲା କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର ଏବଂ କ୍ରାଇମବ୍ରାଞ୍ଚ ଏଥିପାଇଁ ପ୍ରସ୍ତୁତି କରୁଛି । ମୋ ପାଖରେ ଯାହା ତଥ୍ୟ ଅଛି ଅଭିଯୁକ୍ତ ଗୋପାଳ ନିଜ ଝିଆରୀକୁ ନେଇ ନବ ବାବୁଙ୍କ ପାଖକୁ ଯାଉଥିଲା ଗୋପାଳ। ସେତେବେଳ କଣ ଅଘଟଣ ନ ଘଟିଥାଇ ପାରେ ବୋଲି କିଏ କହିବ? ନବ ବାବୁଙ୍କ ନା ରେ ପୂର୍ବରୁ ଅନେକ କଥା ଶୁଣିବାକୁ ମିଳିଛି। ଦେହାନ୍ତ ପରେ ଏହା କହିବା ଉଚିତ ହେବ ନାହିଁ। ଏଥିପାଇଁ ପରିବାର ଲୋକେ ଷଡଯନ୍ତ୍ର କରିଥାଇ ପାରନ୍ତି ନବଙ୍କୁ ହତ୍ୟା କରିବା ପାଇଁ । ଗୋପାଳର ଝିଆରୀକୁ ପଚାର ଉଚୁରା କଲେ ସ୍ପଷ୍ଟ ଜଣାପଡିବ ।
ଇଟିଭି ଭାରତ, ଝାରସୁଗୁଡା