ETV Bharat / state

Jharsuguda Bypoll: ଆଜି ପ୍ରଚାରର ଶେଷ ଦିନ, 10ରେ ପରୀକ୍ଷା ଦେବେ ପ୍ରାର୍ଥୀ

author img

By

Published : May 8, 2023, 8:56 AM IST

Updated : May 8, 2023, 9:54 AM IST

ଝାରସୁଗୁଡା ଉପନିର୍ବାଚନ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ । ଆଜି ନିର୍ବାଚନୀ ପ୍ରଚାରର ଶେଷ ଦିନ । ଆଜି ଶେଷ ଦିନରେ ଲୋକଙ୍କ ମନ ଜିଣିବାକୁ ଜୋରସୋର କସରତ କରିବେ 3 ଦଳର ପ୍ରାର୍ଥୀ । ଅଧିକ ପଢନ୍ତୁ

jharsuguda byelection
ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା: ହାତରେ ଆଉ ମାତ୍ର ଗୋଟିଏ ଦିନ । ଝାରସୁଗୁଡା ଉପନିର୍ବାଚନ ପାଇଁ ମଝିରେ ଆଉ ଗୋଟିଏ ଦିନ ବାକି ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ 3 ଦଳର ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ ଜାରି ରହିଛି । ପ୍ରଚାର କରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ଆଜି ପ୍ରଚାରର ଶେଷ ଦିନ । ସନ୍ଧ୍ୟାରେ ସରିବ ନର୍ବାଚନୀ ପ୍ରଚାର । ଆଜି ଶେଷ ଦିନ ଥିବାରୁ ପ୍ରଚାରକୁ ଜୋରଦାର କରିବେ 3 ରାଜନୈତିକ ଦଳର ପ୍ରାର୍ଥୀ । 10 ତାରିଖରେ ପରୀକ୍ଷା ଦେବେ 3 ପ୍ରାର୍ଥୀ । ଅନ୍ୟ ପଟେ ଝାରସୁଗୁଡା ଉପନିର୍ବାଚନ ଶେଷ ପର୍ଯ୍ୟାୟ ପ୍ରଚାରରେ ଗତକାଲି (ରବିବାର) ନବୀନ ବନାମ ଧର୍ମେନ୍ଦ୍ରଙ୍କ ହାଇଭୋଲଟେଜ ଟକ୍କରରେ କମ୍ପିଥିଲା ମୈଦାନ ।

ପ୍ରାର୍ଥୀଙ୍କ ପାଇଁ ଶୀର୍ଷ ନେତାଙ୍କ ଭୋଟ ଭିକ୍ଷା: କାହାର ହେବ ଝାରସୁଗୁଡା । ଝାରସୁରୁଗୁଡା ବ୍ୟାଟେଲ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଦୁଇ ଦଳର ଶୀର୍ଷ ନେତା । ହେଭିୱେଟଙ୍କ ହାଇଭୋଲଟେଜ ପ୍ରଚାର ଟକ୍କରରେ କମ୍ପିଥିଲା ଝାରସୁଗୁଡା । ଶେଷ ପର୍ଯ୍ୟାୟ ପ୍ରଚାର ଲଢେଇରେ ଆଟାକ ଓ କାଉଣ୍ଟର ଆଟାକରେ ପରସ୍ପର ଉପରେ ବର୍ଷିଥିଲେ ଶାସକ ଦଳ ଓ ବିରୋଧୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି (ରବିବାର) ଝାରସୁଗୁଡା ଗସ୍ତ କରିଥିଲେ । ଅମଲିପାଲିରେ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଝାରସୁଗୁଡାବାସୀଙ୍କୁ ଭୋଟ ଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁକମ୍ପା କାର୍ଡ ଓ ମହିଳାଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ବିଜେଡି ସୁପ୍ରିମୋ ।

ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଲାବିରା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ କମ୍ପିଥିଲା । ଉପନିର୍ବାଚନରେ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ଧର୍ମେନ୍ଦ୍ର । ରୋଡ ଶୋ ଓ ଜନସଭାକୁ ସମ୍ବୋଧନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଅସ୍ମିତା ଓ ଝାରସୁଗୁଡାର ସ୍ବାର୍ଥ ସୁରକ୍ଷିତ ପାଇଁ ବିଜେପିର ଲଢେଇ ଜାରି ରହିବ ବୋଲି କହିଥିଲେ ଧର୍ମେନ୍ଦ୍ର । ସେପଟେ ଦୁଇ ଦଳର ଏହି ଘମାଘୋଟ ପ୍ରଚାରକୁ ନେଇ କଂଗ୍ରେସ ଟାର୍ଗେଟ କରିଛି ।

ଏହା ବି ପଢନ୍ତୁ...Jharsuguda Bypoll: ଅମଲିପାଲିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଅଭିଭାଷଣ ବେଳେ ହେଲେ ଭାବୁକ

ଏହା ବି ପଢନ୍ତୁ...ଝାରସୁଗୁଡାରେ ହାଇଭୋଲ୍ଟେଜ ପ୍ରଚାର, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୈତିକ ସମୀକ୍ଷକଙ୍କ ପ୍ରତିକ୍ରିୟା

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମେ 10 ତାରିଖରେ ଭୋଟ ଗ୍ରହଣ ହେବ । ମେ 13 ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଅର୍ଥାତ ଫଳାଫଳ ପ୍ରକାଶ ପାଇବ । ଶଙ୍ଖ ବାଜୁଛି ନା ପଦ୍ମ ଫୁଟୁଛି ନା ହାତ ବଳ ଗୋଟାଉଛି ତାହା ଦେଖିବାକୁ ବାକି ରହିଲା । କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଝାରସୁଗୁଡାବାସୀ । ପ୍ରସଙ୍ଗ ନା ବ୍ୟକ୍ତିତ୍ବ ଦେଖି ଭୋଟ ଦେବେ ଭୋଟର ତାହା ସମୟ କହିବ ।

ଇଟିଭି ଭାରତ, ଝାରସୁଗୁଡା

Last Updated : May 8, 2023, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.