ETV Bharat / state

କୁଡାଲୋଇ କୋଲ ବ୍ଲକ ନିଲାମ: ବିରୋଧ କଲେ ସ୍ଥାନୀୟ ବାସିନ୍ଦା - ବିରୋଧ କଲେ ସ୍ଥାନୀୟ ବାସିନ୍ଦା

କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ପ୍ରକ୍ରିୟାରେ ଘରୋଇ କ୍ଷେତ୍ର ନିଲାମ ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ଦେଶର 41ଟି କୋଇଲା ଖଣି ନିଲାମ ହେବାକୁ ଥିବାବେଳେ ଏଥିରେ ଓଡିଶାର 9ଟି ଖଣି ରହିଛି । ତେବେ କେନ୍ଦ୍ରରୁ ଏନେଇ ଗ୍ରୀନ ସିଗନାଲ ମିଳିନଥିବା ବେଳେ ଓଡିଶାର ଝାରସୁଗୁଡା ଜିଲ୍ଲାର ଲଖନପୁର ଅନ୍ତର୍ଗତ କୁଡ଼ାଲୋଇ (ଏ) ନର୍ଥ କୋଲ ବ୍ଲକର ପ୍ରସ୍ତାବିତ ଅଞ୍ଚଳରେ ଖଣି ନିଲାମକୁ ବିରୋଧ କରିଛନ୍ତି ସାଧାରଣ ଲୋକେ। ଅଧିକ ପଢନ୍ତୁ...

କୁଡ଼ାଲୋଇ କୋଲ ବ୍ଲକ ନିଲାମ: ବିରୋଧ କଲେ ସ୍ଥାନୀୟ ବାସିନ୍ଦା

author img

By

Published : Jul 27, 2020, 10:41 PM IST

ଝାରସୁଗୁଡା: ରାଜ୍ୟରେ ନିଲାମ ହେବ 9ଟି କୋଲ ବ୍ଲକ । ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ କରିଛନ୍ତି ସୁପାରିଶ । ଖଣି କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ଲକ୍ଷ୍ୟରେ ବିଦେଶ କମ୍ପାନୀମାନଙ୍କୁ ମଧ୍ୟ ନିବେଶ ପାଇଁ ଆହ୍ବାନ କରାଯାଇଛି । କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ପ୍ରକ୍ରିୟାରେ ଘରୋଇ କ୍ଷେତ୍ର ନିଲାମ ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ଦେଶର 41ଟି କୋଇଲା ଖଣି ନିଲାମ ହେବାକୁ ଥିବାବେଳେ ଏଥିରେ ଓଡିଶାର 9ଟି ଖଣି ରହିଛି । ତେବେ କେନ୍ଦ୍ରରୁ ଏନେଇ ଗ୍ରୀନ ସିଗନାଲ ମିଳିନଥିବା ବେଳେ ଓଡିଶାର ଝାରସୁଗୁଡା ଜିଲ୍ଲାର ଲଖନପୁର ଅନ୍ତର୍ଗତ କୁଡ଼ାଲୋଇ (ଏ) ନର୍ଥ କୋଲ ବ୍ଲକର ପ୍ରସ୍ତାବିତ ଅଞ୍ଚଳରେ ଖଣି ନିଲାମକୁ ବିରୋଧ କରିଛନ୍ତି ସାଧାରଣ ଲୋକେ।

କୁଡ଼ାଲୋଇ କୋଲ ବ୍ଲକ ନିଲାମ: ବିରୋଧ କଲେ ସ୍ଥାନୀୟ ବାସିନ୍ଦା

କୁଡ଼ାଲୋଇ କୋଲ ବ୍ଲକର ପରିସୀମା ରହିଛି ୯.୬୩ ବର୍ଗ କିଲୋମିଟର । ଏଥିରେ ପିପିଲିମାଲ, ଖଡ଼ିଆପଡ଼ା, ଜୟବୁଡ଼ିଆ, ନୂଆପଡ଼ା, ମହୁଲଟିକ୍ରା, ବଞ୍ଜରୀ ଭଳି ବିଭିନ୍ନ ଗ୍ରାମରହିଛି । କୋଇଲା ଖଣି ହେଲେ ଗ୍ରାମ ଗୁଡ଼ିକର ଶହ ଶହ ପରିବାର ବିଶେଷ ଭାବରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେବେ । କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଅନେକ ଗରିବ ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ପରିବାର ତାଙ୍କ ପୂର୍ବ ପୁରୁଷମାନଙ୍କ ଠାରୁ ସେମାନେ କେବଳ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ତେଣୁ ସେମାନଙ୍କ କୃଷିକାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ ।

ପୂର୍ବରୁ ଏହି ଅଞ୍ଚଳର କିଛି ଗ୍ରାମର ପରିବାର ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁ ବିସ୍ଥାପିତ ହୋଇଛନ୍ତି । ଅନ୍ୟପକ୍ଷରେ ଝାରସୁଗୁଡା ଲଖନପୁର ଅଞ୍ଚଳରେ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମସିଏଲ) ଦ୍ବାରା କୋଇଲା ଖଣି ୧୯୮୨ ମସିହାରୁ ପରିଚାଳିତ ହୋଇଆସୁଛି। ଏମସିଏଲ ପ୍ରଭାବିତ ଓ କ୍ଷତିଗ୍ରସ୍ତ ଗାଁ ଗୁଡ଼ିକ ଖଣି ଅଂଚଳରୁ ମାତ୍ର କିଛି ଦୂରରେ ରହିଛନ୍ତି । ଫଳରେ କୋଇଲା ଗୁଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ଦେଖିବାକୁ ମିଳୁଛି । ପ୍ରତିଦିନ ଏକାଧିକ ବ୍ଲାଷ୍ଟିଙ୍ଗ ପାଇଁ ଲୋକେ ସବୁବେଳେ ଆତଙ୍କିତ ହୋଇ ବିପଦରେ ଦିନ କାଟୁଛନ୍ତି । ଏମସିଏଲ ଦ୍ବାରା ବିସ୍ଥାପିତ ଅନେକ ପରିବାର ନିଜର କ୍ଷତିପୂରଣ ନିଯୁକ୍ତି, ଥଇଥାନ ଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଗୋଟିଏ ବିସ୍ଥାପନ ମାମଲାର ସମ୍ପୂର୍ଣ୍ଣ ସମାଧାନ ନ କରି ଅନ୍ୟ ଏକ କୋଇଲା ଖଣି ଖନନକୁ ବିରୋଧ କରିଛନ୍ତି ଜନତା ।

ସରକାର ପୁଣି ଲଖନପୁର ଅଂଚଳରେ କୋଲ ବ୍ଲକ ଚିହ୍ନଟ କରି ଘରୋଇ କମ୍ପାନୀକୁ ଟେକି ଦେବେ ବୋଲି ଅଭିଯୋଗ ହୋଇଛି । ଏହି ଘରୋଇ କମ୍ପାନୀଗୁଡିକ ଏଠାରେ ଖଣି ଖନନ କରିବା ସହ ସ୍ଥାନୀୟ ଲୋକଙ୍କ ଘରଦ୍ବାର ଓ ଜମିବାଡି ପରିବର୍ତ୍ତେ କେବଳ କିଛି ଟଙ୍କା ପ୍ରଦାନ କରିବେ । ହେଲେ କମ୍ପାନୀ ଦେଇଥିବା ଟଙ୍କା ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସମ୍ଭବ ନୁହେଁ । ତେଣୁ ସରକାର କୋଲ ବ୍ଲକକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳରେ ଦୃଢ ବିରୋଧ କରାଯାଇଛି ।

ଏପଟେ କୁଡାଲୋଇ ଅଞ୍ଚଳରେ କୋଲବ୍ଲକ ନିଲାମ ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିବା ସହିତ ଖଣିର ଘରୋଇକରଣକୁ ବିରୋଧ କରାଯାଇଛି । ଏପରିକି ବର୍ତ୍ତମାନରେ ସମୟରେ କୋଇଲା ଖନନ କରୁଥିବା ଏମସିଏଲ ଖଣି କମ୍ପାନୀ ଏମସିଏଲ ଅଧିନରେ ପ୍ରସ୍ତାବିତ ଖଣିର ପରିଚାଳନା କରିବାକୁ ମଧ୍ୟ ଦାବି କରାଯାଉଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.