ETV Bharat / state

ମମିତାଙ୍କୁ ନ୍ୟାୟ ନ ଦେଲେ ଆଗକୁ ଆହୁରି ଅଣ୍ଡା ମାଡ ହେବ: ଝାରସୁଗୁଡା ଛାତ୍ର କଂଗ୍ରେସ - ଝାରସୁଗୁଡା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଏନେଇ ଝାରସୁଗୁଡା ଜିଲ୍ଲାର ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ମମିତା ମେହେର ହତ୍ୟାକାଣ୍ଡ, ଝାରସୁଗୁଡା ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

author img

By

Published : Nov 18, 2021, 1:37 PM IST

ଝାରସୁଗୁଡ଼ା: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବାର ଅଭିଯୋଗ ଆଣି ବିରୋଧୀ ଦଳ ତାଙ୍କର ଇସ୍ତଫା ପାଇଁ ଅଡି ବସିଛନ୍ତି । ଏନେଇ ଝାରସୁଗୁଡା ଜିଲ୍ଲାର ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ମମିତା ମେହେର ହତ୍ୟାକାଣ୍ଡ, ଝାରସୁଗୁଡା ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ମହାଲିଙ୍ଗ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାରେ ରାଜ୍ୟ ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉ ଥିବା ଭଳି ଅଭିଯୋଗ ଆଣିବା ସହ ଗଣତନ୍ତ୍ରର ପବିତ୍ରତା ପ୍ରତି ଶକ୍ତ ଆଘାତ ବୋଲି କହିଛନ୍ତି ଝାରସୁଗୁଡ଼ା ଛାତ୍ର କଂଗ୍ରେସ ସଭାପତି । ଯଦି ମମିତା ମେହେରଙ୍କୁ ନ୍ୟାୟ ନଦିଆଯାଏ ତେବେ ଆଗକୁ ଆହୁରି କଳା ପତାକା ପ୍ରଦର୍ଶନକରି ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ର ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.