ETV Bharat / state

ଝାରସୁଗୁଡ଼ାରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ବିତ ପାଇଁ ବୈଠକ

ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ବିତ ପାଇଁ ସାଂସଦ, ବିଧାୟକ ଏବଂ ରେଳବାଇ ଅଧିକାରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଧିକ ପଢନ୍ତୁ

author img

By

Published : Jul 2, 2023, 9:43 PM IST

ରେଳ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ବିତ ପାଇଁ ବୈଠକ

ଝାରସୁଗୁଡ଼ା: ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ବିତ କରିବା ପାଇଁ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନର ଉନ୍ନତି, ଆଧୁନିକୀକରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ରେଳ ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟ ତ୍ଵରାନ୍ବିତ ପୂର୍ବକ ଶୀଘ୍ର ସମ୍ପନ୍ନ ପାଇଁ ବୈଠକରେ ଆଲୋଚନା କରାଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ, ବିଳାସପୁର ଡିଆରଏମ, ଚକ୍ରଧର ଡିଆରଏମଙ୍କ ସମେତ ଜିଲ୍ଲା ସ୍ତରୀୟ ଓ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଲ୍ଲାରେ ରେଳ ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ତ୍ଵରାନ୍ବିତ କରାଯିବା, ଫୁଟ ଓଭର ବ୍ରିଜ,ଏସ୍କଲେଟର, ଲିଫ୍ଟ, ଆବଶ୍ୟକସ୍ଥଳେ ଓଭର ବ୍ରିଜ, ଅଣ୍ଡର ବ୍ରିଜ ଆଦି କାର୍ଯ୍ୟ ଶୀଘ୍ର ସାରିବା ସହ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତା ଓ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯାଇଛି। ଆଧୁନିକ ଝାରସୁଗୁଡ଼ା ଜିଲ୍ଲା ଗଠନରେ ରେଳ ବିଭାଗର ଭୂମିକା କିପରି ଫଳପ୍ରଦ ହେବ ସେ ଦିଗରେ ସାଂସଦ ସୁରେଶ ପୂଜାରୀ ଉଭୟ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମ୍ପୃକ୍ତ ଅଧିକାରୀମାନେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଧାୟିକା ସୁଶ୍ରୀ ଦୀପାଳି ଦାସ ରେଳ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ଚୌକିପଡ଼ା ଓଭର ବ୍ରିଜ , ବସଷ୍ଟାଣ୍ଡରେ ଥିବା ଦୋକାନୀମାନଙ୍କ ଥଇଥାନ ଉପରେ ଉଲ୍ଲେଖ କରିଥିଲେ।

ଏହା ମଧ୍ୟ ପଢନ୍ତୁ...ଲୋକଙ୍କୁ ସେବା ଯୋଗାଇବାରେ ଆନ୍ତରିକତା ରଖ: ଅତିରିକ୍ତ ଶାସନ ସଚିବ

ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ବାବଦକୁ ଜମି ରେକର୍ଡ ସଂଶୋଧନ ଓ ମ୍ୟୁଟେସନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବେଲ ପାହାଡ଼ , ବ୍ରଜରାଜନଗର ପୋୖରାଞ୍ଚଳର ନାଗରିକମାନଙ୍କ ପକ୍ଷରୁ ଉଭୟ ରେଳ ଷ୍ଟେସନରେ ପୂର୍ବ ପରି କିଛି ଏକ୍ସପ୍ରେସ ଟ୍ରେନ ରହଣି ନେଇ ସାଂସଦ, ବିଧାୟିକା ଓ ଜିଲ୍ଳାପାଳଙ୍କ ମାଧ୍ୟମରେ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ପୁନର୍ବାସ ଓ ଥଇଥାନ ପ୍ରବନ୍ଧକ ନିର୍ଦ୍ଦେଶକ ଆଲୋମଣୀ ସେଠୀ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ , ରାସ୍ତା ଓ ଗୃହ ଅଧିକ୍ଷଣ ଯନ୍ତ୍ରୀ, ତହସିଲଦାର ବସନ୍ତ ହାତୀ, ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି, ଚନ୍ଦ୍ରମଣି ସ୍ୱାଇଁ, ବିକାଶ ଭୋଇଙ୍କ ସମେତ ରେଳ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.