ETV Bharat / state

ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ, ବିପୁଳ ଚୋରି ସାମଗ୍ରୀ ଜବତ - sarfaraj gang arrest

ଆନ୍ତଃଜିଲ୍ଲା ଚୋର ଦଳକୁ ଠାବ କରି ତାଙ୍କ ନିକଟରୁ ପ୍ରାୟ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସଂପତ୍ତି ଜବତ କରିଛି ଝାରସୁଗୁଡା ଜିଲ୍ଲା ପୋଲିସ । ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର, ବେଲପାହାଡ, ଓରିଏଣ୍ଟ, କୋଲାବିରା ଓ ଲଇକେରା ଥାନା ଅଧୀନରେ ବିଗତ କିଛି ଦିନ ଭିତରେ ହୋଇଥିବା ଅନେକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ; ୪ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

author img

By

Published : May 9, 2021, 8:00 PM IST

ଝାରସୁଗୁଡା: ଝାରସୁଗୁଡା ପୋଲିସକୁ ମିଳିଛି ବଡ ସଫଳତା । ଏକ ଆନ୍ତଃଜିଲ୍ଲା ଚୋର ଦଳକୁ ଠାବ କରି ତାଙ୍କ ନିକଟରୁ ପ୍ରାୟ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସଂପତ୍ତି ଜବତ କରିଛି ଝାରସୁଗୁଡା ଜିଲ୍ଲା ପୋଲିସ । ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର, ବେଲପାହଦ, ଓରିଏଣ୍ଟ, କୋଲାବିରା ଓ ଲଇକେରା ଥାନା ଅଧୀନରେ ବିଗତ କିଛି ଦିନ ଭିତରେ ହୋଇଥିବା ଅନେକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।

ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ; ୪ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

ଆଜି(ରବିବାର) ଜିଲ୍ଲା ପୋଲିସ ପଡିଆରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଏସପି ଉଦ୍ଧାର ସାମଗ୍ରୀ ସଂପର୍କରେ ସୂଚନା ଦେଇଥିଲେ । ଆନ୍ତଃ ଜିଲ୍ଲା ଅପରାଧୀ ବାବୁ କାଙ୍ଗ ଓରଫ ସରଫରାଜ ଖାନ ଓ ତା ସାଥୀକୁ ପୋଲିସ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିଲେ । ଏମାନଙ୍କୁ ଧରିବା ପାଇଁ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ବ୍ରଜରାଜନଗର ଦିଲୀପ ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା ।

ଏକାଧିକ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ଚୋରି ସାମଗ୍ରୀ ଜବତ କରାଯାଇଛି । ପୂର୍ବରୁ ସରଫରାଜ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଦୁଇ ଥର ଚେଷ୍ଟା କରିଥିଲା । କିନ୍ତୁ, ସେମାନେ ଏତେ ଚତୁର ଥିଲେ ମୋବାଇଲ ନମ୍ବର ବଦଳାଇ ଖସି ଯାଉଥିଲେ ।

ତେବେ ପୋଲିସ ଦୁଇଜଣଙ୍କୁ ବେଳପାହାଡ଼ ଅଞ୍ଚଳରୁ ଗିରଫ କରିଛି ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଅଏଁଠାପାଲିର ଅଭିଷେକ କୁମାର ଏବଂ ବରଗଡ଼ ଭଟଲିର ପ୍ରମୋଦ ମିଶ୍ରଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ହୋଇଥିବା ସରଫରାଜ ଖାନର ନାମରେ ପ୍ରାୟ ୩୩ ଗୋଟି ମାମଲା ବିଭିନ୍ନ ଥାନାରେ ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

କୋଲାବିରା ଥାନାରୁ ଚୋରି ହୋଇଥିବା ବାଇକ, ଗୋଟିଏ LED ଟିଭି, ଗୋଟିଏ DVR, ଗୋଟିଏ ଇନଭର୍ଟର, ୧୦ଟି ଇନଭର୍ଟର ବ୍ୟାଟେରୀ, ପାନା ପ୍ଲାସ, ମୋବାଇଲ ବକ୍ସ, ଆଦି ଚୋରି ହୋଇଥିଲା । ସେହିପରି ବେଳପାହାଡ଼ ଥାନା ଅନ୍ତର୍ଗତ ଅଞ୍ଚଳରୁ ୬ଟି ବଡ଼ ଟାୟାର, ୪ଟି ଛୋଟ ଟାୟାର, ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୋଟିଏ ଟାଟା ୭୦୯ ଗାଡ଼ି, ଆଦି ଚୋରି ହେବାର ଅଭିଯୋଗ ହୋଇଥିଲା, ଯାହାକୁ ପୋଲିସ ସିଜ କରିଛି ।

ଏହା ଛଡ଼ା ଏମାନଙ୍କ ଠାରୁ ଅନ୍ୟ ଏକ LED ଟିଭି, ମୋନିଟର, CP PLUS DVR, ୫ଟି ସିସିଟିଭି କ୍ୟାମେରା, ଦୁଇଟି ସ୍କୁଟି, ଗୋଟିଏ ବାଇକ ଆଦି ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ସିଜ କରିଛି ପୋଲିସ । ଏହି ଘଟଣାରେ ବାବୁ କାଙ୍ଗ ଓରଫ ସରଫରାଜ ଖାନ, ମହମ୍ମଦ ଇରଫାନ, ଅଭିଷେକ ମୁମାରଙ୍କୁ ଗିରଫ କରାଯାଇଛି । ସେହିପରି ଏହି ସବୁ ଚୋରି ସାମଗ୍ରୀ କିଣିଥିବା ପ୍ରମୋଦ କୁମାର ମିଶ୍ରଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

ସେହିପରି ଜିଲ୍ଲା ତଥା ରାଜ୍ୟର ଅନେକ ସ୍ଥାନରୁ ଚୋରି ସାମଗ୍ରୀ ସବୁ ବରଗଡ଼କୁ ଜଣକୁ ବିକ୍ରି କରୁଥିଲୁ ବୋଲି ଗିରଫ ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି । ତେବେ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣିଲେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ସୂଚନା ଦେଇଛି । ଏହି ଚୋର ଗ୍ୟାଙ୍ଗ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ, ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ଚୋରୀ କରୁଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.