ଝାରସୁଗୁଡା: କୋରୋନାରେ ଆଖି ବୁଜିଲେ ଜିଲ୍ଲା ଶିକ୍ଷାଧିକାରୀ କଳ୍ପନା ପଣ୍ଡା । ଗତ ଶୁକ୍ରବାର ଠାରୁ ସେ କୋରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି ।
ମୃତ୍ୟୁବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା । ସେ ଅବିବାହିତା ଥିଲେ । ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମୃତ୍ୟୁ ଖବର ପାଇବା ପରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ