ETV Bharat / state

ଝାରସୁଗୁଡା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଉଦଘାଟିତ - ଡିଷ୍ଟ୍ରିକ୍ଟ କୋର୍ଟ କମ୍ପ୍ଲେକ୍ସ

ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି ।

ଝାରସୁଗୁଡା ଡିଷ୍ଟ୍ରିକ୍ଟ କୋର୍ଟ କମ୍ପ୍ଲେକ୍ସ  ଉଦଘାଟିତ

author img

By

Published : Aug 3, 2020, 8:31 PM IST

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ନ୍ୟାୟାଳୟ ପରିସର ବା ଡିଷ୍ଟ୍ରିକ୍ଟ କୋର୍ଟ କମ୍ପ୍ଲେକ୍ସ ସୋମବାର ଅପରାହ୍ନରେ ଉଦଘାଟିତ ହୋଇଛି । ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ୧୧ଟି କୋର୍ଟ ଥିବା ଏହି କୋର୍ଟ କମ୍ପ୍ଲେକ୍ସରେ ଜିଲ୍ଲାର ସମସ୍ତ କୋର୍ଟ ରହିଛି । ଜିଲ୍ଲା ଓ ଦୌରା ଜଜ ଅଦାଲତ ସମେତ ଏଡିଜେ ଅଦାଲତ, ସିଜେଏମ ଅଦାଲତ, ଏସଡ଼ିଜେଏମ୍‌ ଅଦାଲତ, ଜେଏମଏଫସି -1 ଓ ଜେଏମଏଫସି-୨ ଅଦାଲତ, ସିଭିଲ ଜଜ ଜୁନିଅର ଓ ସିଭିଲ ଜଜ ସିନିଅର ଅଦାଲତ, ରେଜିଷ୍ଟ୍ରାର କୋର୍ଟ ଆଦି ଅଦାଲତ କାର୍ଯ୍ୟ କରିବ ବୋଲି କୋର୍ଟ ମ୍ୟାନେଜର ମନମିତ ସିଂ ସୂଚନା ଦେଇଛନ୍ତି ।

ଉଦଘାଟନ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକ , ଏଡିଜେ ରାଜା ରଞ୍ଜନ ପାଢ଼ୀ, ସିଜେଏମ ସୁନୀଲ କୁମାର ଦାସ, ଜେଏମଏଫସି ବିକାଶ ଗୋଏଲ, ପ୍ରଶାସନିକ ଜଜ ଅକ୍ଷୟ କୁମାର ମିଶ୍ର, ରେଜିଷ୍ଟ୍ରାର ଗୋପବନ୍ଧୁ ଗଡନାୟକ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଏସପି ରାହୁଲ ପି.ଆର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୋର୍ଟ ମ୍ୟାନେଜର ମନମିତ ସିଂ, ଜିଲ୍ଲା ବାର ଆସୋସିଏସନ ଅଧ୍ୟକ୍ଷ ପି.ରାମ ମୋହନ ରାଓ, ସାଧାରଣ ସମ୍ପାଦକ ବିଶ୍ବନାଥ ନାଏକ, ସରକାରୀ ଓକିଲ ଗୋପାଳ ଚନ୍ଦ୍ର ପଟନାୟକ, ପିପି ପ୍ରକାଶ ଚନ୍ଦ୍ର ମହାନ୍ତି ଆଦି ଯୋଗ ଦେଇଥିଲେ । କୋରୋନା ନିୟମକୁ କଡାକଡି ଭାବରେ ପାଳନ କରାଯାଇ ଉଦଘାଟନ କାର୍ଯ୍ୟକ୍ରମ ହୋଇଥିଲା । ସସାମାଜିକ ଦୂରତ୍ବ ବଜାୟ ରଖି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.