ETV Bharat / state

ଶ୍ରମ ଆଇନ ବିରୋଧରେ କଂଗ୍ରେସ ସମାବେଶ

author img

By

Published : Nov 18, 2021, 2:08 PM IST

ଝାରସୁଗୁଡା ଜିଲ୍ଲାର ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ପକ୍ଷରୁ ଶ୍ରମ ଆଇନକୁ ବିରୋଧ କରି ସମାବେଶ ଅନୁଷ୍ଠିତ । ଅଧିକ ପଢନ୍ତୁ

ଶ୍ରମ ଆଇନକୁ ନେଇ ଝାରସୁଗୁଡା କଂଗ୍ରେସ ପକ୍ଷରୁ ସମାବେଶ

ଝାରସୁଗୁଡା: ଜିଲ୍ଲାର ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ପକ୍ଷରୁ ସମାବେଶ ଅନୁଷ୍ଠିତ । ସଂଗଠନର ଜିଲ୍ଲା ଅଧକ୍ଷ ରାକେଶ ସାହିସଙ୍କ ସଭାପତିତ୍ଵରେ ଏକ ଘରୋଇ ହୋଟେଲର ଏହି ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲ ଯୋଗଦେଇ ଶ୍ରମ ଆଇନକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।

ବିଭିନ୍ନ ଶ୍ରମ ଆଇନକୁ ପରିବର୍ତ୍ତନ କରି ୪ଗୋଟି କୋର୍ଡ ଗଠନ କରିବା ତଥା ଶ୍ରମ କାର୍ଯ୍ୟ ୮ଘଣ୍ଟା ସମୟକୁ ୧୨ ଘଣ୍ଟା କରି ବେଆଇନ ଭାବେ ଅଧ୍ୟାଦେଶ ଜରିଆରେ ସଂଶୋଧତ କରି ବିଜେପି ସରକାର ପୁଞ୍ଜିପତି ମାନଙ୍କ ରକ୍ଷା କବଚ ସାଜିଛନ୍ତି ବୋଲି କିଶୋର ପଟେଲ ଅଭିଯୋଗ କରିଛନ୍ତି । ସେହିପରି ଯୁବକ ଯୁବତୀ ଶ୍ରମିକ କର୍ମଚାରୀଙ୍କୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ କରିବା ସହିତ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହେବା ନେଇ ଆହ୍ୱାନ ଦେଇଥିଲେ କେନ୍ଦ୍ରୀୟ ସଂଯୋଜିକା ଚନ୍ଦ୍ରରେଖାପାଣ୍ଡେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.