ETV Bharat / state

30ରୁ ଝାରସୁଗୁଡା ସହର 7 ଦିନ ପାଇଁ ସଟଡାଉନ

author img

By

Published : Aug 28, 2020, 9:27 AM IST

Updated : Aug 28, 2020, 9:45 AM IST

ଝାରସୁଗୁଡାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତା 30ରୁ ସହରକୁ 7 ଦିନ ସଟଡାଉନ କରାଯାଇଛି ।

30ରୁ ଝାରସୁଗୁଡା ସହର 7 ଦିନ ସଟଡାଉନ
30ରୁ ଝାରସୁଗୁଡା ସହର 7 ଦିନ ସଟଡାଉନ

ଝାରସୁଗୁଡା: କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଦୃଷ୍ଟିରେ ରଖି ଝାରସୁଗୁଡା ସହରକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛି ପ୍ରଶାସନ । ଆସନ୍ତା 30 ତାରିଖରୁ 5 ତାରିଖ ଯାଏ ସହର ସଟଡାଉନ ରହିବ ବୋଲି ସୂଚନା ମିଳିଛି ।

30ରୁ ଝାରସୁଗୁଡା ସହର 7 ଦିନ ସଟଡାଉନ

ଗତ ସାତଦିନରେ ସହରାଞ୍ଚଳରେ 180ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି । ତେବେ ସଟଡାଉନ ସମୟରେ ସମସ୍ତ ଜରୁରୀ ସେବା ଚାଲୁ ରହିବ । ପରିବା, କ୍ଷୀର, ମାଛ, ମାଂସ ଦୋକାନ ସକାଳ 6ଟାରୁ 11ଟା ଯାଏଁ ଖୋଲା ରହିବ ।

ତେବେ ଔଷଧ ଦୋକାନ ସବୁଦିନ ପରି ଖୋଲା ରହିବ । ଏହି ସମୟରେ ଜରୁରୀ କାମ ନଥିଲେ ଲୋକେ ବାହାରକୁ ନଯିବାକୁ କୁହାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 28, 2020, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.