ETV Bharat / state

ଭଦୋଦରା ଆତ୍ମ ବିବାହକୁ ଝାରସୁଗୁଡା ଓକିଲ ସଙ୍ଘର ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jun 9, 2022, 5:04 PM IST

Updated : Jun 9, 2022, 5:24 PM IST

ଗୁଜରାଟର ଭଦୋଦରାରେ କ୍ଷମା ବିନ୍ଦୁ ନାମକ ନାମକ ଜଣେ ୨୪ ବର୍ଷିୟା ଯୁବତୀ ଆତ୍ମବିବାହ(Sologamy) କରିଛନ୍ତି । ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡା ଓକିଲ ସଂଘ । ଅଧିକ ପଢ଼ନ୍ତୁ

ଭଦୋଦରା ଆତ୍ମ ବିବାହକୁ ଝାରସୁଗୁଡା ଓକିଲ ସଙ୍ଘର ବିରୋଧ,  ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଝାରସୁଗୁଡ଼ା: ଗୁଜରାଟର ଭଦୋଦରାରେ କ୍ଷମା ବିନ୍ଦୁ ନାମକ ନାମକ ଜଣେ ୨୪ ବର୍ଷିୟା ଯୁବତୀ ଆତ୍ମବିବାହ(Sologamy) କରିଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ବିବାହ ହୋଇଛି । ତେବେ ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡା ଓକିଲ ସଂଘ । ଯୁବତୀଙ୍କ ଆତ୍ମବିବାହକୁ ବିରୋଧ କରି ଝାରସୁଗୁଡା ଓକିଲ ସଂଘ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି(ଗୁରୁବାର) ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ନିଜକୁ ନିଜେ ବିବାହ କରିବା ଆଇନ ଓ ଧର୍ମ ଉଭୟର ବିରୁଦ୍ଧ ହୋଇଥିବାରୁ ଏହା ଉପରେ ରୋକ ଲଗାଇବାକୁ ଦାବି କରିଛି ଝାରସୁୁଗୁଡ଼ା ଓକିଲ ସଂଘ ।

ଆତ୍ମବିବାହ(Sologamy) କରିଥିବା ଯୁବତୀ କ୍ଷମା ବିନ୍ଦୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଝାରସୁଗୁଡ଼ା ଓକିଲ ସଙ୍ଘ ଦାବି କରିଛି l ଏହାସହ କେବଳ ଆତ୍ମ ପ୍ରଚାର ଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କ୍ଷମା ବିନ୍ଦୁ ଏହିପରି କରିଥିବା ଓକିଲ ସଙ୍ଘ ଅଭିଯୋଗ କରିଛି । ଭଦୋଦରାରେ କ୍ଷମା ବିନ୍ଦୁ ପ୍ରଥମେ ଜୁନ ୧୧ ତାରିଖରେ ଏକ ମନ୍ଦିରରେ ବିବାହ କରିବେ ବୋଲି ଘୋଷଣା କରିଥିଲେ ।

ତେବେ ମନ୍ଦିର ପ୍ରଶାସନ ଏହି ବିବାହ ପାଇଁ ରାଜି ନହେବାରୁ ସେ ଆଜି(ଗୁରୁବାର) ନିଜ ବାସ ଭବନରେ ବିବାହ କରିଛନ୍ତି । ପ୍ରଥମ ଥର ପାଇଁ ଦେଶରେ ଏଭଳି ଏକ ବିବାହ ଅନୁଷ୍ଠିତ ହୋଇଛି । ଯେଉଁଠି ବର ଓ ବରଯାତ୍ରୀଙ୍କୁ ଛାଡ଼ି ବିବାହ ଅନୁଷ୍ଠିତ ହୋଇଛି । ଏହାପରେ ନବ ବିବାହିତ ମହିଳାଙ୍କୁ ଶାଶୁ ଘରକୁ ମଧ୍ୟ ଯିବାକୁ ପଡ଼ିନାହିଁ । କାରଣ ସେ ନିଜେ ନିଜକୁ ବିବାହ କରିଛନ୍ତି ।

Last Updated : Jun 9, 2022, 5:24 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.