ETV Bharat / state

ମା-ବାପାଙ୍କୁ ହରାଇଥିବା 2 ପିଲାଙ୍କ ପାଖରେ ପହଁଞ୍ଚିଲା ପ୍ରଶାସନ

author img

By

Published : Jun 7, 2021, 10:38 PM IST

ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଝାରସୁଗୁଡ଼ାର ଦୁଇ ଅନାଥ ଛୁଆଙ୍କୁ ଭେଟିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଝାରସୁଗୁଡ଼ା: ବ୍ରଜରାଜନଗର ଅଞ୍ଚଳରେ ମା-ବାପାଙ୍କୁ ହରାଇଥିବା ଶିଶୁ ଦ୍ବୟଙ୍କ ପାଖରେ ପହଁଞ୍ଚିଲା ପ୍ରଶାସନ। ଦୁଇ ପିଲାଙ୍କ ବିଷୟରେ ବ୍ରଜରାଜନଗରର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଜୟନ୍ତ ଦୀକ୍ଷିତ ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କୁ ଅବଗତ କରିଥିଲେ । ଯାହାପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କୁ ଏ ଘଟଣା ବିଷୟରେ ପଣ୍ଡା ଜଣାଇଥିଲେ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଖବର ପାଇ ତୁରନ୍ତ ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା,ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା, ଡିପିପିୟୁର କାଉନସେଲର ସମୀର କୁମାର ମିଶ୍ର, ଚାଇଲ୍ଡ ଲାଇନ ସଦସ୍ୟା ଜ୍ୟୋସ୍ନା ପ୍ରଧାନ, ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଜୟନ୍ତ ଦୀକ୍ଷିତ,ୱାର୍ଡ କାଉନ୍ସେଲର ରୁନୁ ବାଗ ଶିଶୁ ଦ୍ବୟଙ୍କୁ ଭେଟିବା ପାଇଁ ଲମତିବାହଲରେ ଥିବା ମାମୁଁ ଘରେ ପହଞ୍ଚିଥିଲେ ।

ଶିଶୁଙ୍କ ମାମୁଁ ମାଇଁଙ୍କ ସହ ଘଟଣା ବିଷୟରେ କଥାବାର୍ତ୍ତା ହୋଇ ସାରିବା ପରେ ଅନଲାଇନ ମାଧ୍ୟମରେ ଶିଶୁ ଦ୍ବୟଙ୍କୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା । ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ କ୍ରମେ ଶିଶୁ ଦ୍ବୟ ମାମୁଁ ମାଇଁଙ୍କ ହେପାଜତରେ ରହିବେ ବୋଲି ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜକ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଦୁଇ ଶିଶୁ ମାମୁଁ ମାଇଁଙ୍କ ପାଖରେ ରହିବୁ ବୋଲି କହିଥିବାରୁ ମାମୁଁ ମାଇଁ ନିଜ ପାଖରେ ରଖିବେ ବୋଲି ଶିଶୁ ମଙ୍ଗଳ କମିଟି ଆଗରେ କହିଥିଲେ ।

ଆଗରୁ ବାପାଙ୍କୁ ଏବଂ ଏବେ କୋଭିଡ଼ରେ ମାଙ୍କୁ ହରାଇଥିବା ଶିଶୁଦ୍ବୟଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଯୋଜନାରେ ସାମିଲ କରାଯିବ ବୋଲି ଡିସିପିଓ ମହାରଣା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଏହି ଶିଶୁଙ୍କ ବାପା ଗୋଟିଏ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ମା' ଗତ ମେ ୩୧ ତାରିଖରେ ମଙ୍ଗଳ ବଜାର କୋଭିଡ଼ ହସ୍ପିଟାଲରେ ଆଡ଼ମିଟ ହେଇଥିଲେ ଓ ଜୁନ ୩ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.