ETV Bharat / state

ନବ ଦାସ ହତ୍ୟା ମାମଲା; ଡିସଚାର୍ଜ ପିଟିସନ ଖାରଜ, ଅକ୍ଟୋବର ୫ରେ ପରବର୍ତ୍ତୀ ଶୁଣାଣି

author img

By ETV Bharat Odisha Team

Published : Sep 14, 2023, 8:33 PM IST

ବହୁଚର୍ଚ୍ଚିତ ନବଦାସ ହତ୍ୟା ମାମଲା । ଆଜି ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନକୁ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat
ଅକ୍ଟୋବର ୫ରେ ପରବର୍ତ୍ତୀ ଶୁଣାଣି

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣି ହୋଇଛି । କୋର୍ଟ ଏହାକୁ ଖାରଜ କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ତାରିଖରେ ହେବ ଡିଫେନ୍ସ କାଉନସିଲ ନରେଶ ନାଏକ ସୂଚନା ଦେଇଛନ୍ତି ।

ଆଜି ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଶୁଣାଣି ହୋଇଥିଲା । ମାତ୍ର ଗୋପାଳର ଆଇନଜୀବୀ ମହେଶ ଜେନା ଅନୁପସ୍ଥିତ ଥିବାରୁ କୋର୍ଟରେ ଟାଇମ ପିଟିସନ ଦାଖଲ ହୋଇଥିଲା । କୋର୍ଟ ଟାଇମ ପିଟିସନ ଗ୍ରହଣ କରିନଥିବା ବେଳେ ଡିସଚାର୍ଜ ପିଟିସନ ଉପରେ ଦିନ ୨ଟାରେ ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିଲା । ଏଥିରେ ଅଦାଲତ ଶୁଣାଣି କରି ଡିସଚାର୍ଜ ପିଟିସନକୁ ଖାରଜ କରିଥିଲେ । ଆସନ୍ତା ଅକ୍ଟୋବର ୫ତାରିଖରେ ପୁଣି ଶୁଣାଣି ହେବ ବୋଲି ଡିଫେନ୍ସ କାଉନସିଲ କହିଛନ୍ତି ।

ଏହା ବି ପଢନ୍ତୁ- Naba Das Murder Case: ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ

ସୂଚନା ଥାଉ କି ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ନବଦାସଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ଦାଖଲ ହୋଇଥିଲା ।

ଏହା ବି ପଢନ୍ତୁ- ଗୋପାଳର ମେଡିକାଲ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚ, ଖାରଜ କଲେ JMFC କୋର୍ଟ

କିନ୍ତୁ ବର୍ତ୍ତମାନ ତଥ୍ୟ ପଦାକୁ ଆସିଛି ଗୋପାଳ ଦାସଙ୍କ ପୂର୍ବତନ ଓକିଲ ନରେଶ ନାଏକଙ୍କ କହିବା ଅନୁଯାୟୀ ଗୋପାଳ ଦାସ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ ବୋଲି ତାଙ୍କ ପକ୍ଷ ରଖାଯାଇଛି । ତାଙ୍କ କେସରେ କ୍ରାଇମବ୍ରାଞ୍ଚର ଯେଉଁ ତଦନ୍ତ ହୋଇଥିଲା ତାହା ଗୋପାଳର ମାନସିକ ବିକୃତିକୁ ସର୍ବ ସମ୍ମୁଖରେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛନ୍ତି । ଗତ ମେ ୨୬ ତାରିଖରେ JMFC କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ସ୍ପଷ୍ଟ କରିଥିଲା ଯେ ଗୋପାଳ ପାଗଳ ନୁହେଁ । ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ସେ ନବ ଦାସଙ୍କୁ ହତ୍ୟା କରିଥିଲା । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିଲା । ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ତା' ଜୀବନ ପ୍ରତି ବିପଦ ଥିବା ଗୋପାଳ ଭାବୁଥିଲା ।

ତେଣୁ ନବ ଦାସଙ୍କ ପ୍ରତି ଗୋପାଳ ମନରେ ଆକ୍ରୋଶ ସୃଷ୍ଟି ହୋଇଥିଲା । ହତ୍ୟା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା । ହତ୍ୟା ପରେ ଗୋପାଳର ମାନସିକ ଅବସ୍ଥା ଠିକ୍ ନଥିବା ତା'ର ପରିବାର ଲୋକେ କହିଥିଲେ । ମେଡିକାଲ ଟିମ୍ ଗୋପାଳର ଟେଷ୍ଟ କରି ମାନସିକ ଅସ୍ବାଭାବିକତା ନଥିବା ସ୍ପଷ୍ଟ କରିଥିଲେ । ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ମଧ୍ୟ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ବାଭାବିକ ଥିବା କହିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.