ETV Bharat / state

ଉଚ୍ଛେଦ ହେଲା ଧାରା 370, ଖୁସ ଝାରସୁଗୁଡାବାସୀ

ଜମ୍ମୁ କଶ୍ମୀରରୁ ଧାରା 370 ଏବଂ 35(ଏ) ଧାରା ଉଚ୍ଛେଦକୁ ନେଇ ଉତ୍ସାହିତ ସାରାଦେଶ । ଏହି ଅବସରରେ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ଝାରସୁଗୁଡାବାସୀ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଝାରସୁଗୁଡା
author img

By

Published : Aug 5, 2019, 8:49 PM IST

ଝାରସୁଗୁଡା: ସପ୍ତାହେ ବ୍ୟାପି ଜମ୍ମୁ କାଶ୍ମୀରକୁ ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନା ଏବଂ ଅନିଶ୍ଚିତତାର ଅନ୍ତ ଘଟିଛି । ବଦଳିଲା ଦୀର୍ଘ 70 ବର୍ଷର ପୁରୁଣା ନିୟମ । ଜମ୍ମୁ କାଶ୍ମୀରରୁ ଉଚ୍ଛେଦ ହେଲା ଧାରା 370 ଏବଂ 35(ଏ) । ଏହି ନିୟମକୁ ହଟାଇବା ପାଇଁ ଗୃହମନ୍ତ୍ରୀ ଅମିତ୍‌ ଶାହ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ରାଜ୍ୟସଭାକୁ ସମ୍ବୋଧିତ କରିବା ସମୟରେ ଅମିତ ଶାହ ଏସମ୍ପର୍କରେ ସୂଚନା ଦେଇଥିଲେ ।

ଭିିଡିଓ ସୌଜନ୍ୟ :ପ୍ରତିନିଧି, ଝାରସୁଗୁଡା

ଏହି ଧାରା ଉଚ୍ଛେଦ ହେବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ-କଶ୍ମୀର । ଏଥିସହିତ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ମୋଦି ସରକାର । ଏତତ୍‌ବ୍ୟତୀତ ଜମ୍ମୁ କଶ୍ମୀରରୁ ଲଦାଖକୁ ଭିନ୍ନ କରାଯାଇ କେନ୍ଦ୍ରସାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଉତ୍ସବମୁଖର ସାରା ଦେଶ । ସେପଟେ ଝାରସୁଗୁଡାବାସୀ ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ହଟାଇଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ପୂର୍ବାହ୍ନ ୧୧.୦୦ ସମୟରେ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ଏହି ଦୁଇ ଧାରା ଉଠାଯିବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ଅଧିକାର ମିଳିପାରିବ ନାହିଁ । ଜମ୍ମୁ କାଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ବେଳେ ଲଦାଖକୁ ମଧ୍ୟ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।
ସପ୍ତାହେ ବ୍ୟାପୀ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା କଳ୍ପନାଜଳ୍ପନା ଏବଂ ଅନିଶ୍ଚିତତା ଶେଷ ହୋଇଛି। ।କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି କୁ ଏହି ଅବସରରେ ସେ ଦେଶବାସୀଙ୍କ ସମର୍ଥନ କରୁଥିବା ବେଳେ ଝାରସୁଗୁଡ଼ା ରେ ଏବେ ଉତ୍ସବମୁଖର ।

Byte1:- ଦିନେଶ ଜୈନ
byte2: ଦୀପକ Body:।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.