ଝାରସୁଗୁଡ଼ା: ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଆଜି(ମଙ୍ଗଳବାର) ଏହି ଗଣଧାରଣା ଦିଆଯାଇଛି ।
କୋଭିଡି-୧୯ ମହାମାରୀ କାରଣରୁ ଦେଶରେ ଆର୍ଥିକ ମାନଦଣ୍ଡ ଦୁର୍ବଳ ହେଇପଡି ଥିବାବେଳେ ରାଜ୍ୟରେ ବିଦ୍ୟୁତ୍ ବିଲ ବୃଦ୍ଧି କରିବାକୁ ଦୃଢ ବିରୋଧ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ସାମ୍ପ୍ରତିକ ପରିସ୍ଥିତିରେ କୋରୋନା ମହାମାରୀ ନେଇ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି । ଏଭଳି ସମୟରେ ଲୋକେ ଜୀବନ ଜୀବିକା ସହ ସଂଘର୍ଷ କରୁଥିବାବେଳେ ବିଦ୍ୟୁତ ବିଲ, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ମଧ୍ୟ ବୃଦ୍ଧି ଘଟିବ । ଜନସାଧାରଣଙ୍କ ପାଇଁ ଏକପ୍ରକାର ସମସ୍ୟା ସୃଷ୍ଟି କରିଛି । ତେଣୁ ଆଗକୁ ଦରଦାମ ନିୟନ୍ତ୍ରଣ ନହେଲେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସଙ୍ଗଠନ ପକ୍ଷରୁ ମଙ୍ଗଳବାର ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଗଣଧାରଣା ଓ ପ୍ରତିବାଦ ସଭା ତିନିଦିନ ଧରି ଦିନ ୧୧ଟାରୁ ଏକଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ