ଝାରସୁଗୁଡ଼ା: ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଜିଲ୍ଲାରେ କେମିତି ମାଦକ ଦ୍ରବ୍ୟର କାରବାରକୁ ରୋକିବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନ ସୃଷ୍ଟି କରିବା ନେଇ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ନିଜର ମତ ପ୍ରକାଶ କରିଥିଲେ ।
ଝାରସୁଗୁଡ଼ାରେ ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାଏକ ଯୋଗ ଦେଇ କହିଛନ୍ତି, ସୁସ୍ଥ ସମାଜ ଗଠନ କରିବାରେ ଯୁବବର୍ଗଙ୍କ ଭୂମିକା ସମାଜର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେମାନେ ମାଦକ ଦ୍ରବ୍ୟ ଠାରୁ ସର୍ବଦା ଦୂରେଇ ରହିବା ସହିତ ଏସବୁ ବାବଦରେ ସଚେତନ ରୁହନ୍ତୁ । ଜିଲ୍ଲା ପ୍ରଶାସନ ତରଫରୁ ସୁସ୍ଥ ସମାଜ ଗଠନ କରିବାରେ ପ୍ରୟାସ ଜାରି ରହିଛି । ସମ୍ମାନିତ ଅତିଥି ଭାବେ ଏକ୍ସାଇଜ୍ ସୁପରିଣ୍ଟେଡେଣ୍ଟ ଯୋଗ ଦେଇଥିଲେ । ଏହା ସହିତ ଯୁବବର୍ଗ ଏବଂ ଝାରସୁଗୁଡ଼ା ସାମାଜିକ ସୁରକ୍ଷା ବିଭାଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଇଟଭି ଭାରତ ଭାରତ, ଝାରସୁଗୁଡା