ETV Bharat / state

ଆରମ୍ଭ ହେବ ହକି ବିଶ୍ବକପ, ଝାରସୁଗୁଡ଼ା ଏୟାରପୋର୍ଟରେ ବିମାନ ଚିନ୍ତା - ଝାରସୁଗୁଡ଼ା ଏୟାରପୋର୍ଟରେ ବିମାନ ଚିନ୍ତା

ଝାରସୁଗୁଡ଼ାର ପଡୋଶୀ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। କିନ୍ତୁ ବିମାନବନ୍ଦରରୁ ବିମାନ ସଂଖ୍ୟା ହ୍ରାସ ପାଉଛି ଯାହାକୁ ନେଇ ହକି ବିଶ୍ବକପ ଉପରେ ପକେଇବ ପ୍ରଭାବ। ଅଧିକ ପଢନ୍ତୁ

flight tension in Jharsuguda Airport
ଝାରସୁଗୁଡ଼ା ଏୟାରପୋର୍ଟରେ ବିମାନ ଚିନ୍ତା
author img

By

Published : Dec 19, 2022, 12:10 PM IST

ଝାରସୁଗୁଡ଼ା ଏୟାରପୋର୍ଟରେ ବିମାନ ଚିନ୍ତା

ଝାରସୁଗୁଡା: ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ବିଶ୍ବକପ୍‌ ହକି । ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ବିଶ୍ବକପ ଆୟୋଜନ ସୁଯୋଗ ମିଳିଛି । ଆୟୋଜିତ ହେବାକୁ ଥିବା ଏହି ହକି ବିଶ୍ବକପକୁ ଆୟୋଜନ କରିବାର ଦାୟିତ୍ୱ ନେଇଛି ଓଡ଼ିଶା । ତେବେ ଝାରସୁଗୁଡ଼ାର ପଡୋଶୀ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ, କିନ୍ତୁ ଖେଳାଳିଙ୍କୁ ଆଣିବା ପାଇଁ ଏବେ ବିମାନ ଚିନ୍ତା ବଢ଼ିବାରେ ଲାଗିଛି ।

ଝାରସୁଗୁଡ଼ାରେ ରହିଛି ଓଡ଼ିଶାର ଦ୍ବିତୀୟ ବିମାନବନ୍ଦର । ଏହି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଗମନାଗମନ ସୁବିଧା ସମ୍ଭବ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ବିମାନବନ୍ଦରରେ ବିମାନସଂଖ୍ୟା ହ୍ରାସ ପାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଯୋଗାଯୋଗ ବନ୍ଦ ହୋଇଥିବା ଭଳି ସମସ୍ୟା ସୃଷ୍ଟି ହୋଇଛି । ଯାହା ଆଗକୁ ହେବାକୁ ଥିବା ହକି ବିଶ୍ବକପ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଏନେଇ ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବାବଦରେ ବେସାମରିକ ବିମାନ ମନ୍ତ୍ରଣାଳୟ ସହିତ ଯୋଗାଯୋଗ ଓ ପର୍ଯ୍ୟାୟକ୍ରମେ ଆଲୋଚନା ଚାଲିଥିବା ବେଳେ ରାଜ୍ୟ ସରକାର RCSରେ ଏକ ବିମାନ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.