ETV Bharat / state

କୁନି ବୟସରେ ଜୀବନ ସହ ସଂର୍ଘଷ, ସରକାରୀ ସହାୟତା ଆଶାରେ ଗାଙ୍ଗୁଲିର ପରିବାର - ଓପନ ହାର୍ଟ ସର୍ଜରି

ମାତ୍ର 9 ବର୍ଷ ବୟସରେ ଜୀବନ ସଂର୍ଘଷ କରୁଛି ଜମେରା ଗାଁର ଗୋବିନ୍ଦ ରୋହିଦାସଙ୍କ ଝିଅ ଗାଙ୍ଗୁଲି । ଖେଳକୁଦ ବୟସରେ କିଡନୀ ରୋଗରେ ପିଡୀତ । ଅଧିକ ପଢ଼ନ୍ତୁ

କିଡନୀ ରୋଗରେ ପିଡୀତ କୁନି ଝିଅ
କିଡନୀ ରୋଗରେ ପିଡୀତ କୁନି ଝିଅ
author img

By ETV Bharat Odisha Team

Published : Sep 17, 2023, 6:23 PM IST

କିଡନୀ ରୋଗରେ ପିଡୀତ କୁନି ଝିଅ, ସରକାରୀ ସାହଯ୍ୟ ଆଶାରେ ପରିବାର

ଝାରସୁଗୁଡା: କଥାରେ ଅଛି ବିପଦ ଆସିଲେ ଏକ ଆସେ ନାହିଁ ସାଥିରେ ବନ୍ଧୁବାନ୍ଧବ, ସାଥୀମାନଙ୍କୁ ନେଇ ଆସେ । ଏମତି ଏକ ବିପଦ ମାଡି ଆସିଛି ଝାରସୁଗୁଡାର ଜମେରା ପଞ୍ଚାୟତ ଅନ୍ତର୍ଗତ ଜମେରା ଗାଁର ଗୋବିନ୍ଦ ରୋହିଦାସଙ୍କ ପରିବାର ଉପରକୁ । ଗୋବିନ୍ଦ ରୋହିଦାସ ନିଜେ ହାର୍ଟ ରୋଗୀ ହୋଇଥିବା ବେଳେ ଏବେ ଏକ ମାତ୍ର ଝିଅ ଗାଙ୍ଗୁଲି କିଡନୀ ରୋଗରେ ପୀଡ଼ିତ । ଦଇବକୁ ଗୁହାରି କରିବେ ନା ଭାଗ୍ୟକୁ ନିନ୍ଦିବେ ? ଝିଅର ଚିକିତ୍ସା ପାଇଁ ଯୋଗାଡି ପାରୁ ନାହାଁନ୍ତି ଅର୍ଥ । ମାତ୍ର ୯ବର୍ଷ ବୟସରେ ପାଠ ପଢ଼ିବା, ସ୍କୁଲ ଯିବା ଛାଡ଼ି ଜୀବନ ସହ କରୁଛି ସଂର୍ଘଷ ।

ଜମେରା ଗାଁର ଗୋବିନ୍ଦ ରୋହିଦାସ ତାଙ୍କ ପତ୍ନ ଓ ଝିଅ ଗାଙ୍ଗୁଲିକୁ ନେଇ ରୋହିଦାସଙ୍କର ଛୋଟ ପରିବାର । ସ୍ବାମୀ-ସ୍ତ୍ରୀ ମୂଲ ଲାଗିଲେ ପରିବାର ଚଳେ । ପରିବାର ହସଖୁସିରେ ଚାଲୁଥିବେ ବେଳେ କିଛି ବର୍ଷ ପୂର୍ବ ଗୋବିନ୍ଦ ହୃଦୟଜନିତ ରୋଗରେ ପୀଡ଼ିତ ଥିବ ପରିବାର ଜାଣିବାକୁ ପାଇଥିଲେ । ଧାର ଉଦ୍ଧାର କରି ତାଙ୍କର ଓପନ ହାର୍ଟ ସର୍ଜରି ହୋଇଥିଲା ।

ଗାଙ୍ଗୁଲି ବାପା ଗୋବିନ୍ଦ ରୋହିଦାସ କହିଛନ୍ତି, "ମୋର ଅସୁସ୍ଥତା ପରେ ଘର ଚଲାଇବାର ଭାର ପତ୍ନାଙ୍କ କାନ୍ଧ ରେ । ବାହାରେ କାମ କରି ଯାହା କିଛି ରୋଜଗାର କରନ୍ତି ସେଥିରେ ବେଳେ ଖାଇଲେ ବେଳେ ଉପବାସ । ମେଡିସିନ୍‌ ବି ଖାଇବା ପାଇଁ ଟଙ୍କା ନାହିଁ । ଏହି ସମୟରେ ସମୟରେ 8ବର୍ଷ ବୟସରେ ଝିଅ ଗାଙ୍ଗୁଲି ଅଚାନକ ଚେତାଶୂନ୍ୟ ହୋଇ ପଡିଥିଲା । ଝିଅର ଚିକିତ୍ସା କରିବା ପରେ ଗାଙ୍ଗୁଲିର କିଡନୀ ଖରାପ ଥିବା ଡାକ୍ତର ସୂଚନା ଦେଇଥିଲେ । ଝିଅର ଭଲ ଚିକିତ୍ସା ପାଇଁ ପରିବାର ବୁର୍ଲା ବଡ଼ମେଡ଼ିକାଲରେ ଦେଖାଇବାକୁ ଚେଷ୍ଟା କରିଥିଲୁ । ସ୍ବାସ୍ଥ୍ୟାବ୍ୟସ୍ଥା ଗୁରୁତର ଥିବାରୁ ଡାକ୍ତର ଝିଅକୁ କଟକ SCB ସ୍ଥାନାନ୍ତର କଲେ ।" ହେଲେ କଟକ ଯାଇ ଚିକିତ୍ସା କରିବା ପାଇଁ ତାଙ୍କର ପାଖରେ ଅର୍ଥ ନାହିଁ । ସରକାର କିଛି ସାହାଯ୍ୟ କଲେ ଝିଅକୁ ନୂଆ ଜୀବନ ମିଳିବ ବୋଲି କହିଛନ୍ତି ରୋହିଦାସ ।

ଏହା ମଧ୍ୟ ପଢନ୍ତୁ.. ପୁଅର ଔଷଧ ଖର୍ଚ୍ଚ ପାଇଁ ଟଲି ଟାଣୁଛି ବାପା, ଦୁଇଟି କିଡନୀ ହରାଇ ଶଯ୍ୟାଶାୟୀ ପୁଅ

ଝାରସୁଗୁଡା DMO ଏମଏମ୍ ପଣ୍ଡା କହିଛନ୍ତି, "ଗାଙ୍ଗୁଲିର ରିପୋର୍ଟ ଆମ ପାଖରେ ଅଛି । ସରକାରଙ୍କ ଦ୍ବାରା ଜାରିଥିବା ମାଗଣା ସ୍ୱାସ୍ଥ୍ୟସେବା ସ୍କିମ୍‌ରେ ତାର ଚିକିତ୍ସା କରାଯିବ । ଏହାସହ ରେଡ୍‌ କ୍ରସ ପାଣ୍ଠିରୁ ତାଙ୍କୁ କିଛି ଅର୍ଥ ସାହଯ୍ୟ ଦେବା ପାଇଁ ଆମେ ଚେଷ୍ଟା କରୁଛୁ । ଗାଙ୍ଗୁଲିର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.