ETV Bharat / state

ଜନ୍ମଭୂମିରେ ଜଳିଲା ଜୁଇ, ପଞ୍ଚଭୂତରେ ବିଲୀନ ହେଲେ ନବ ଦାସ - ପଞ୍ଚଭୂତରେ ବିଲୀନ ହେଲେ ସ୍ବସ୍ଥ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କର୍ମଭୂମି ଝାରସୁଗୁଡା ଖେରୁଆଲରେ ସ୍ବସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

health minister Naba Das
health minister Naba Das
author img

By

Published : Jan 30, 2023, 5:14 PM IST

Updated : Jan 30, 2023, 9:17 PM IST

ଜନ୍ମଭୂମିରେ ଜଳିଲା ଜୁଇ

ଝାରସୁଗୁଡା: ପଞ୍ଚଭୂତରେ ବିଲୀନ ହେଲେ ସ୍ବସ୍ଥ୍ୟମନ୍ତ୍ରୀ ନବ ଦାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କର୍ମଭୂମି ଝାରସୁଗୁଡା ଖେରୁଆଲରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ସମର୍ଥକଙ୍କଠୁ ବିଦାୟ ନେଇଛନ୍ତି ନବ ଦାସ । ଶେଷ ଦର୍ଶନ ପାଇଁ ମୁଖ୍ୟ ଶାସନ ସଚିବ ଭିକେ ପାଣ୍ଡିଆନ ଖେରୁଆଲ ଠାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୁଅ ବିଶାଲ ଦାସ ମୁଖାଗ୍ନି ଦେଇ ନିଜ ପିତାଙ୍କ ମୁକ୍ତି କାମନା କରିଛନ୍ତି । ସମସ୍ତ ବଡ଼ ବଡ଼ ରାଜନେତା ଆଜି ନବ ଦାସଙ୍କୁ ଗଭୀରତାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନବ ଦାସଙ୍କ ଶେଷ ଦର୍ଶନ କାର୍ଯ୍ୟକ୍ରମ ପରେ ତାଙ୍କ ବାସଭବନରୁ ବେହେରାମାଲକୁ ମରଶରୀରକୁ ଅଣାଯାଇଥିଲା । ସେଠାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଜନସାଧାରଣ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ପରେ ଖେରୁଆଲ ଅଭିମୁଖେ ବାହାରିଥିଲା ପାର୍ଥିବ ଶରୀର । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଇ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଅନ୍ୟପଟେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଉପ ବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଶେଷ ଦର୍ଶନ କରିଥିଲେ । ନିଜର ପ୍ରିୟ ସାଥୀଙ୍କୁ ଶେଷ ବିଦାୟୀ ଜଣାଇବା ପାଇଁ ବିଧାନସଭା ପରିସରରେ ପ୍ରାୟ ୭୦ରୁ ଅଧିକ ବିଧାୟକ ଏବଂ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବାଚସ୍ପତି ଏବଂ ଉପ ବାଚସ୍ପତିଙ୍କ ପରେ ଜଣେଜଣେ ମନ୍ତ୍ରୀ ଏବଂ ବିଧାୟକ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂରା ପରିବେଶ ଦୁଃଖ ଏବଂ କୋହରେ ଭିଜିଥିଲା । ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ବିଧାନସଭା ପରିସର । ସବୁ ନେତା ମନ୍ତ୍ରୀ ସ୍ତବ୍ଧ ହୋଇଯାଇଥିବା ବେଳେ କାହାର ପାଟିରୁ ମଧ୍ୟ ଶବ୍ଦ ବାହାରୁ ନଥିଲା । ସ୍ବାସ୍ଥ୍ୟ କ୍ଷେତ୍ରରେ ଅପୂର୍ବ ପରିବର୍ତ୍ତନ ଆଣିବାକୁ ସ୍ବପ୍ନ ଦେଖୁଥିବା ଲୋକ ଯେ ଏତେ ଶୀଘ୍ର ଆରପାରିକୁ ଚାଲିଯିବ କେହି ମଧ୍ୟ ବିଶ୍ବାସ କରିପାରୁନାହାନ୍ତି । ବିଧାନସଭାରେ ଶେଷ ଦର୍ଶନ ପରେ ତାଙ୍କ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଥିଲା ।

ସେହିପରି ବାସଭବନ ଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଭୁବନେଶ୍ବରରେ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଅନ୍ତିମ ଯାତ୍ରାରେ ବାହାରିଥିଲେ ନବ ଦାସ । ଆଜି ତାଙ୍କ ଜନ୍ମମାଟିରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟମନ୍ତ୍ରୀ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ ପରିବାର ସହ କଥା ହୋଇ ସେମାନଙ୍କୁ ଆଶ୍ବସନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ 5ଟି ସଚିବ ଭିକେ ପାଣ୍ଡିଆନ ଓ ବରିଷ୍ଠ ନେତା ପ୍ରସନ ପାଟଶାଣୀ ମଧ୍ୟ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ପ୍ରକାଶ ଥାଉକି, ଗତକାଲି ବ୍ରଜରାଜନଗରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ଜଣେ ପୋଲିସକର୍ମୀ ଗୁଳି କରିଥିଲେ ।ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିପ୍ଟ କରାଯାଇଥିଲା । ରାତି ପ୍ରାୟ ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ନବ ଦାସ । ଏନେଇ ହତ୍ୟା ଉଦ୍ଦେଶ୍ୟରେ ଗୁଳି ଚାଳନା କରାଯାଇଛି ବୋଲି FIR କରିଛନ୍ତି ଥାନା ଅଧିକାରୀ । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତକାଲି ଘଟଣା ସ୍ଥଳକୁ ଯାଇ ସିବିଆଇ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Jan 30, 2023, 9:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.