ଝାରସୁଗୁଡା: ରେଳ ଧାରଣାରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ମଝି ରାସ୍ତା ଅଟକି ରହିଲା ଟ୍ରେନ । ଫଳରେ ରାସ୍ତାର ଉଭୟ ପାର୍ଶ୍ବ ଜାମ ହେବା ସହ ଶହ ଶହ ଗାଡି ଅଟକି ରହିଥିଲା । ଦୁର୍ଘଟଣାଟି ଗତକାଲି ରାତି 8ରେ ଝାରସୁଗୁଡାରୁ ବସୁନ୍ଧରା କୋଇଲାଖଣିକୁ ସଂଯୋଗ କରୁଥିବା ରେଳ ଲାଇନ ରାଜପୁର ରେଲୱେ କ୍ରୋସିଂ ଠାରେ ଘଟିଥିଲା ।
ମାଲବାହୀ ଟ୍ରେନର ଗୋଟିଏ ଡବା ଲାଇନ ଚ୍ୟୁତ ହେବାରୁ ଗୋଟିଏ ଡବା ଲାଇନରୁ ବାହାରିପଡିଥିଲା । ତେବେ ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳ ଟ୍ରେନଟି ଅଟକି ରହିଥିବାରୁ ଗାନ୍ଧୀଛକରୁ ସୁନ୍ଦରଗଡ ରାସ୍ତା ଯାଏ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା ।
ସୂଚନାଯୋଗ୍ୟ,24 ଅଗଷ୍ଟରେ ସେହି ସ୍ଥାନରେ ଦୁର୍ଘଟଣା ଘଟିଥିବାବେଳେ ରାଜପୁର ଠାରେ ଦୀର୍ଘ ଦିନ ହେଲା ଆଓବି(ROB) ଅଧପନ୍ତରିଆ ଭାବେ ପଡିଥିବାକୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ