ETV Bharat / state

ଆଦିବାସୀଙ୍କ ଅଧିକାର ପାଇଁ ଦିଲ୍ଲୀ ଯାତ୍ରା - ଦିଲ୍ଲୀ ଯାତ୍ରା

ସମ୍ମିଳିତ ଆଦିବାସୀ ସମାଜର ସାଧାରଣ ଅଧବେଶନ ଅନୁଷ୍ଠିତ । ଆଦିବାସୀଙ୍କ ଅଧିକାର ଉପରେ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ..

ଆଦିବାସୀଙ୍କ ଅଧିକାର ପାଇଁ ଦିଲ୍ଲୀ ଯାତ୍ରା
ଆଦିବାସୀଙ୍କ ଅଧିକାର ପାଇଁ ଦିଲ୍ଲୀ ଯାତ୍ରା
author img

By

Published : Jul 31, 2021, 1:00 PM IST

ଝାରସୁଗୁଡ଼ା: ଜିଲ୍ଲା କାମୁମାଲସ୍ଥିତ ଗୋଁଣ୍ଡ ଭବନଠାରେ ସମ୍ମୀଳିତ ଆଦିବାସୀ ସମାଜର ସାଧାରଣ ଅଧବେଶନ ଅନୁଷ୍ଠିତ ହୋଇଛି। ଆଦିବାସୀଙ୍କ ହକ ଅଧିକାର ଉପରେ ସରକାର ଦୃଷ୍ଟି ଦେଉନଥିବା ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଝାରସୁଗୁଡ଼ାର ଲଇକେରା ଓ କିର୍ମିରା ସହ ସମ୍ବଲପୁରର ଯୁଜୁମୁରା ବ୍ଳକ ସରକାରଙ୍କ ସମସ୍ତ ନୀତି ନିୟମ ପୂରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତିନୋଟି ବ୍ଲକ ଟିଏସ୍‌ପିରେ ଅନ୍ତର୍ଭୁକ୍ତ ହୋଇନାହିଁ ।

ଆଦିବାସୀଙ୍କ ଅଧିକାର ପାଇଁ ଦିଲ୍ଲୀ ଯାତ୍ରା

୨୦୧୧ ମସିହା ଜନଗଣନା ଅନୁସାରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ବସବାସ କରି ଆସୁଛନ୍ତି । ଦୀର୍ଘ ୧୦ ବର୍ଷ ହେଲା ଏହି ଅଞ୍ଚଳର ଆଦିବାସୀ ତାଙ୍କର ହକ ଓ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଫଳରେ ଆସନ୍ତା ଅଗଷ୍ଟ ୧ ତାରିଖଠାରୁ ଜିଲ୍ଲାର ୭୮ଟି ପଞ୍ଚାୟତରେ ଦସ୍ତଖତ ଅଭିଯାନ କରାଯିବ । ୯ ଅଗଷ୍ଟ ଆଦିବାସୀ ଦିବସ ଦିନ ବସଷ୍ଟାଣ୍ଡ ଗାନ୍ଧିମୂର୍ତ୍ତି ଛକଠାରୁ ରାଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ପହଞ୍ଚି ଦାବିପତ୍ର ପ୍ରଦାନ କରାଯିବ ।

ଅଗଷ୍ଟ ତୃତୀୟ ସପ୍ତାହରେ କୋରୋନା ମହାମାରୀକୁ ଆଖି ଆଗରେ ରଖି ସମ୍ମିଳିତ ଆଦିବାସୀ ସମାଜର ଏକ ପ୍ରତିନିଧି ଦଳ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରମୁଖଙ୍କ ପାଖରେ ପୁଣି ଥରେ ଦାବି ଉପସ୍ଥାପନା କରିବା ପାଇଁ ଦିଲ୍ଲୀ ଯାତ୍ରା କରିବେ ବୋଲି ନିଷ୍ପତ୍ତି ହୋଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.