ETV Bharat / state

ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର

author img

By

Published : Oct 13, 2022, 1:34 PM IST

ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ହନୁମାନ ନଗର ଠାରେ ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଛାତ । ଅଳ୍ପକେ ବର୍ତ୍ତିଲେ ପରିବାର । ଅଧିକ ପଢନ୍ତୁ

jharsuguda gas cylinder blast
ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଛାତ

ଝାରସୁଗୁଡା: ଅଚାନକ ଫାଟିଲା ଗ୍ୟାସ ଟାଙ୍କି । ଉଡିଗଲା ଛାତ । ଆବାସପତ୍ର ସବୁ ଛିନଛତର । ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ହନୁମାନ ନଗର ଠାରେ ଗୋଟିଏ ପରିବାରରେ ଗ୍ୟାସ ସିଲିଣ୍ଡର ଫାଟିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ।

ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଛାତ

ସୂଚନାଅନୁସାରେ, ହନୁମାନ ନଗରରେ ଭଗତ ସିଂ ଭଡାଘରେ ରହୁନ୍ତି । ତାଙ୍କ ସ୍ତ୍ରୀ ଅନିତା ସିଂ ପ୍ରତିଦିନ ପରି ଆଜି ରୋଷେଇ କରିବାକୁ ଯାଇଥିଲେ । ପ୍ରେସର କୁକରରେ ଆଳୁ ବସାଇ ଅନ୍ୟ ଏକ କାମ କରୁଥିଲେ । ଏହି ସମୟରେ ହଠାତ ଗ୍ୟାସ ଟାଙ୍କି ଫାଟିଥିଲା । ଟାଙ୍କି ବିସ୍ଫୋରଣର ଶବ୍ଦ ଭୟଙ୍କର ଥିଲା । ଟାଙ୍କି ଫାଟିବାକୁ ଘର ଛାତ ଉଡିଯାଇଛି । ସବୁ କିଛି ଛିନଛତର ହୋଇଯାଇଛି । ସୌଭଗ୍ୟବଶତଃ ଜୀବନ ବଞ୍ଚିଯାଇଛି । ପରିବାରର 3 ପ୍ରାଣୀ ଅଳ୍ପରେ ବର୍ତ୍ତି ଯାଇଛନ୍ତି ।

ଏହା ବି ପଢନ୍ତୁ....ଭାରସାମ୍ୟ ହରାଇ ଡ୍ରେନକୁ ଓଲଟିଲା ବସ, ୨୦ ଆହତ

ଘଟଣାସ୍ଥଳରେ ଓରିଏଣ୍ଟ ପୋଲିସ ପହଁଚି ତଦନ୍ତ ଜାରି ରଖିଛନ୍ତି । କେଉଁ କାରଣରୁ ଟାଙ୍କି ଫାଟିଲା ତାହା ଜଣାପଡିନାହିଁ । ଲୋକେ ଗ୍ୟାସ ସିଲିଣ୍ଡରରେ ଅନେକ ସମୟରେ ଗ୍ୟାସ ଲିକ ହେଉଥିବା ଏବଂ ତାହାର ସଠିକ ନିରୀକ୍ଷଣ ନ କରାଯାଇ ଗ୍ରାହକଙ୍କୁ ଦିଆଯାଉଥିବାରୁ ଏପରି ଦୁର୍ଘଟଣା ହେଉଥିବା କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.