ETV Bharat / state

ଆଜିଠୁ ଝାରୁସୁଗୁଡ଼ାରୁ ମୁମ୍ବାଇ-ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ - Flight service from Jharsuguda to Mumbai and Bengaluru will start

ବହୁପ୍ରତିକ୍ଷିତ ଝାରୁସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆଜିଠାରୁ ଆରମ୍ଭ । ଏଥିପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ...

ଆଜିଠାରୁ ଝାରୁସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁକୁ ବିମାନ ସେବା ଆରମ୍ଭ

author img

By

Published : Jan 12, 2021, 11:57 AM IST

Updated : Jan 12, 2021, 12:18 PM IST

ଝାରସୁଗୁଡ଼ା: ବହୁ ପ୍ରତିକ୍ଷିତ ଝାରୁସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁକୁ ବିମାନ ସେବା ଆଜିଠାରୁ ଆରମ୍ଭ। ଏଥିପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁମ୍ବାଇରୁ ଆସୁଥିବା ବିମାନକୁ ୱାଟର କେନରେ ସ୍ଵାଗତ କରାଯିବା ସହ କେକ୍ କଟାଯିବ । ଯାତ୍ରୀଙ୍କୁ ଫୁଲ ସହିତ ଚକୋଲେଟ ପ୍ରଦାନ କରାଯାଇ ସ୍ବାଗତ କରାଯିବ । ଏହି ସେକ୍ଟକୁ ସ୍ପାଇସଜେଟ ( spicejet) ର ବୋଇଂ -୭୩୭ ବିମାନ, ସପ୍ତାହକୁ ଚାରିଦିନ ଚଳାଚଳ କରିବ । ଏନେଇ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ କରାଯାଇଛି।

ଆଜିଠାରୁ ଝାରୁସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁକୁ ବିମାନ ସେବା ଆରମ୍ଭ
ଆଜିଠାରୁ ଝାରୁସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁକୁ ବିମାନ ସେବା ଆରମ୍ଭ

ଆଜି 12:30 ସମୟରେ ମୁମ୍ବାଇରୁ ବୋଇଂ ୭୩୭ ବିମାନ ଆସି ବିମାନ ବନ୍ଦରରେ ଅବତରଣ କରିବ । ଦିନ 1:00 ଟାରେ ପୁଣି ବାଙ୍ଗାଲୋର ଅଭିମୁଖେ ଉଡାଣ ଭରିବ। ସେହିପରି ବାଙ୍ଗାଲୋରରୁ ଉଡାଣ ଭରି ଝାରସୁଗୁଡ଼ା ବିମାନବନ୍ଦରକୁ ସନ୍ଧ୍ୟା 5:40 ପହଞ୍ଚି ମୁମ୍ବାଇ ଅଭିମୁଖେ ସନ୍ଧ୍ୟା 06:10 ରେ ଉଡିବ ବିମାନ।

2018 ମସିହାରେ ସେପ୍ଟେମ୍ବର 22 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦର ଉଦଘାଟନ କରିବା ପରେ ପରେ ଝାରସୁଗୁଡ଼ାରୁ ଫିଲ୍ମ ସିଟି ଏବଂ ସିଲିକନ ସିଟିକୁ ବିମାନ ସେବା ଆରମ୍ଭ ନେଇ ଦାବି ହୋଇ ଆସୁଥିଲା, ଯାହା ଆଜି ପୂରଣ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ସମେତ ସମସ୍ତ ପଶ୍ଚିମ ଓଡିଶାବାସୀ ବହୁତ ଖୁସି ଅଛନ୍ତି । କାରଣ ଏବେ ପଶ୍ଚିମ ଓଡିଶା ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଏବଂ ବାଣିଜ୍ୟରେ ବିକାଶ ହେବ ବୋଲି ଜନସାଧାରଣ ଆଶା କରିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 12, 2021, 12:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.