ETV Bharat / state

ବୋଝ ଉପରେ ନଳିତା ବିଡା: ପର୍ଯ୍ୟାପ୍ତ ପରିମାଣରେ ମିଳୁନି ସାର, ଚିନ୍ତାରେ ଚାଷୀକୂଳ - ଝାରସୁଗୁଡାରେ ସାର ସମସ୍ୟା

ଝାରସୁଗୁଡା ଜିଲ୍ଲାରେ ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । ଖରିପ ଋତୁ ଧାନଚାଷ ପାଇଁ ଚାଷୀଙ୍କୁ ରୁଆ ପାଇଁ ମିଳୁନି ସାର । ଚଳିତ ବର୍ଷ ଚାଷବାସ ଆରମ୍ଭ ସମୟରେ ବର୍ଷା ଅଭାବ ସାଙ୍ଗକୁ ସାର ସଙ୍କଟ ଯେମିତି ଏମାନଙ୍କ ଚାଷ କାର୍ଯ୍ୟ ଉପରେ ଅଭିଶାପ ପାଲିଟିଛି । ସାର ବସ୍ତା ଟିଏ ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ଚାଷୀ । ଅଧିକ ପଢନ୍ତୁ

ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କୁ ମିଳୁନି ସାର
ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କୁ ମିଳୁନି ସାର
author img

By

Published : Aug 5, 2022, 10:24 PM IST

ଝାରସୁଗୁଡା: ଜିଲ୍ଲାରେ ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । ମୌସୁମୀ ଆଗମନ ପରେ ଖରିଫ ଧାନଚାଷ ଆରମ୍ଭ କରିଛନ୍ତି ଚାଷୀ । ଏହି ସମୟରେ ଚାଷୀଙ୍କୁ ଆବଶ୍ୟକ ହୁଏ ଡିଏପି ଏବଂ ପଟାସ ସାର । ହେଲେ ସମ୍ବଲପୁର ଜିଲ୍ଲାରେ ସାରର ଅଭାବ ଦେଖାଦେଇଛି । ଚଳିତ ବର୍ଷ ଚାଷବାସ ଆରମ୍ଭ ସମୟରେ ବର୍ଷା ଅଭାବ ସାଙ୍ଗକୁ ସାର ସଙ୍କଟ ଯେମିତି ଏମାନଙ୍କ ଚାଷ କାର୍ଯ୍ୟ ଉପରେ ଅଭିଶାପ ପାଲିଟିଛି । ସାର ବସ୍ତା ଟିଏ ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଜିଲ୍ଲାରେ ଥିବା ସେବା ସମବାୟ ସମିତି ଗୁଡିକରେ ଡିଏପି,ପଟାସ ଓ ଗ୍ରୋମର ସାର ଆବଶ୍ୟକତା ଅନୁଯାଇ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହାର ବିକଳ୍ପରେ ଚାଷୀଙ୍କୁ ଷୋହଳ-ଷୋହଳ ନାମରେ ଯେଉଁ ସାର ଦିଆଯାଉଛି ସେହି ସାର ପରିବର୍ତ୍ତେ ଡିଏପି ସାର ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ ।

ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କୁ ମିଳୁନି ସାର

ଜଣେ ଚାଷୀଙ୍କ ଅଭିଯୋଗ ଅନୁସାରେ, "ଜିଲ୍ଲାରେ ଥିବା ସେବା ସମବାୟ ସମିତି ଗୁଡିକରେ ଡିଏପି, ପଟାସ ଓ ଗ୍ରୋମର ସାର ଆବଶ୍ୟକତା ଅନୁସାରେ ମିଳୁନାହିଁ । ଡିଏପି ଓ ପଟାସ ବଦଳରେ ଷୋହଳ-ଷୋହଳ ନାମରେ ଅନ୍ୟ ଏକ ସାର ଦିଆଯାଉଛି l ଯାହାକୁ ଆମେ କେବେ ପୂର୍ଵରୁ ପ୍ରୟୋଗ କରି ନାହାନ୍ତି । ତେଣୁ ଏହି ସାର ଉପରେ ବିଶ୍ଵାସ ନକରି ଯୁଦ୍ଧକାଳୀନ ଭିତ୍ତିରେ ସରକାର ଡିଏପିି, ପଟାସ ଏବଂ ୟୁରିଆ ସାର ଯୋଗାଇ ଦିଅନ୍ତୁ ।"

ଅନ୍ୟପଟେ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଏବଂ ସାର ଅଭାବକୁ ସ୍ବିକାର କରିବା ସହ ଅବଗତ ଥିବା ପ୍ରକାଶ କରିଛି ଜିଲ୍ଲା କୃଷି ବିଭାଗ । ଏନେଇ ଝାରସୁଗୁଡା ସହକାରୀ ଜିଲ୍ଲା କୃଷି ଅଧିକାରୀ ସୁପ୍ରିତି ମାଝୀ କହିଛନ୍ତି ଯେ, "ହୋଲସେଲର ଏବଂ ମାର୍କଫେଡ଼କୁ ମିଶାଇ ଝାରସୁଗୁଡା ଜିଲ୍ଲାକୁ 5ହଜାର 2ଶହ 43 ମେଟ୍ରିକ ଟନ ସାର ଆସିଛି । ଯେଉଁଥିରେ 2ହଜାର 2ଶହ 83 ମେଟ୍ରିକ ଟନ ୟୁରିଆ ଏବଂ 610 ମେଟ୍ରିକ ଟନ ଡିଏପି ରହିଛି l ଏହାସହ ମାର୍କଫେଡ଼କୁ 4ହଜାର7ଶହ 11 ମେଟ୍ରିକ ଟନ ସାର ଆସିଛି ଯେଉଁଥିରେ ୟୁରିଆ 2ହଜାର 2ଶହ 22 ମେଟ୍ରିକ ଟନ ରହିଛି ଏବଂ ଡିଏପି 3ଶହ 77 ମେଟ୍ରିକ ଟନ ରହିଛି l ଝାରସୁଗୁଡା ଜିଲ୍ଲାରେ ମୋଟ 4ହଜାର ମେଟ୍ରିକ ଟନର ଡିଏପି ସାର ଆବଶ୍ୟକ ହେଉଥିବାବେଳେ ଚଳିତ ବର୍ଷ ହୋଲସେଲର ଏବଂ ମାର୍କଫେଡ଼କୁ ମିଶାଇ କେବଳ 6ଶହ 10 ମେଟ୍ରିକ ଟନ ଡିଏପି ସାର ପହଞ୍ଚିଛି l ଯାହାଫଳରେ ଜିଲ୍ଲାରେ ଏବେ ଡିଏପି ସାରର ଘୋର ଅଭାବ ଦେଖା ଦେଇଛି । ଶୀଘ୍ର ଆବଶ୍ୟକ ମୁତାବକ ସାର ଜିଲ୍ଲାକୁ ଯୋଗାଇବା ପାଇଁ ଉପରସ୍ତ ଅଧିକାରୀଙ୍କୁ ଜଣାଯାଇଛି ।"

ଚଳିତ ବର୍ଷ କମ୍ ବୃଷ୍ଟିପାତ କାରଣରୁ ଚାଷୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି । ଠିକ ଏହି ସମୟରେ ଚାଷୀଙ୍କୁ ସାର ନମିଳିଲେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ସହ ଚାଷୀ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବାର ଆବଶ୍ୟକତା ପଡିଛି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.