ETV Bharat / state

ତନୁଜାଙ୍କୁ ମିଳିଲା ରୋଜଗାର, ସୁଯୋଗ ଦେଲା ଏନଆଇଟି 1990 ବ୍ୟାଚ୍‌

ତନୁଜା ବାଗଙ୍କ ସଂଘର୍ଷମୟ ଜୀବନରେ ପଡିଲା ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ରାଉରକେଲା ସ୍ଥିତ ଏନଆଇଟି 1990 ବ୍ୟାଚର ପୁରାତନ ଛାତ୍ର ।

author img

By

Published : Dec 30, 2019, 7:42 PM IST

ETV IMAPACT: Rourkela nit 1990 batch helped Tanjua bag
ଇଟିଭି ପ୍ରଭାବ: ତନୁଜା ବାଗକୁ ସହାୟତାରେ ହାତ ବଢାଇଲା ଏନଆଇଟି 1990 ବ୍ୟାଚ୍‌

ଝାରସୁଗୁଡା: ଝାରସୁଗୁଡା ଦେବଡିହିର ତନୁଜା ବାଗ । ଗତ ଜୁଲାଇ 1 ତାରିଖରେ ତନୁଜାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଇଟିଭି ଭାରତରେ ହୋଇଥିଲା ଖବର ପ୍ରସାରଣ । ଏହା ପରେ ତାଙ୍କ ଦୁଃଖ ଶୁଣି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିଲା ଚାକିରିର ପ୍ରତିଶ୍ରୁତି । କିନ୍ତୁ ସରକାରୀ କଳ କଚ୍ଛପ ଗତିରେ କାମ କରୁଥିବାରୁ ତାଙ୍କୁ ଏଯାବତ୍‌ ଚାକିରିଟିଏ ମିଳିପାରିନାହିଁ । ହେଲେ ଏବେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ରାଉରକେଲା ସ୍ଥିତ ଏନଆଇଟି 1990 ବ୍ୟାଚର ପୁରାତନ ଛାତ୍ର ।

ଇଟିଭି ପ୍ରଭାବ: ତନୁଜା ବାଗକୁ ସହାୟତାରେ ହାତ ବଢାଇଲା ଏନଆଇଟି 1990 ବ୍ୟାଚ୍‌

ଏହି ଛାତ୍ରମାନେ ତନୁଜାଙ୍କ ଖବର ଲିଙ୍କକୁ ସାମାଜିକ ଗଣମାଧ୍ୟମ ଗ୍ରୁପରେ ସେୟାର କରି ସାହାଯ୍ୟ କରିବାକୁ ଯୋଜନା ଆରମ୍ଭ କରିଥିଲେ । ସେହି ବ୍ୟାଚର ପୁରାତନ ଛାତ୍ର ସଦସ୍ୟ ଉରେନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲାରେ ଥିବା କୋଇଲା ଖଣିରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିବାରୁ ତାଙ୍କୁ ତନୁଜାଙ୍କ ସହ ଯୋଗାଯୋଗ କରିବାକୁ ଅନ୍ୟ ସଦସ୍ୟମାନେ ଅନୁରୋଧ କରିଥିଲେ । ପରେ ସେ ତାଙ୍କ ସହ ଯୋଗଯୋଗ କରି ଖବର ନେଇଥିଲେ । ଏହି ସମୟରେ ତନୁଜା ନିଜେ କିଛି ବ୍ୟବସାୟ କରି କୁକୁଡା ବିକ୍ରି କରି ପରିବାର ଚଳାଇବା କଥା ପ୍ରକାଶ କରିଥିଲେ । ଏହା ପରେ ପୁରାତନ ଛାତ୍ରମାନେ ରାଜି ହୋଇ ତନୁଜା ରହୁଥିବା ବାସସ୍ଥାନରେ ଏକ ଦୋକାନ ଘର, ବିଦ୍ୟୁତ ବ୍ୟବସ୍ଥା, କୁକୁଡା ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସ୍ଥା କରିଥିଲେ । ଯାହାକୁ ନେଇ ତାଙ୍କ ପରିବାରରେ ଖୁସି ଦେଖିବାକୁ ମିଳିଛି । କୁକୁଡା ଦୋକାନର ପ୍ରତିଷ୍ଠା ଓ ପୂଜା କରାଯିବ ସହ ଭୋଜିର ଆୟୋଜନ ମଧ୍ୟ କରିଥିଲେ ।

ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମତେ ବିଭିନ୍ନ କର୍ପୋରେଟ ସଂସ୍ଥା କ୍ରୀଡ଼ା ଏବଂ କ୍ରୀଡ଼ାବିତମାନଙ୍କ ପାଇଁ ଅନେକ କିଛି କାର୍ଯ୍ୟକ୍ରମ କରିବା ସହ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ତନୁଜାଙ୍କ ଭଳି ଜଣେ ଜାତୀୟ ପ୍ରତିଭା ଶିଳ୍ପ ନଗରୀ ଝାରସୁଗୁଡାରେ ଅଲୋଡ଼ା ହୋଇ ପଡ଼ିଛନ୍ତି । ବିଭିନ୍ନ ଦଳରେ ପ୍ରତିନିଧିତ୍ବ କରି ତନୁଜା ବିଭିନ୍ନ ସ୍ଥାନରେ ତାଙ୍କର ଖେଳର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ଯାହାର ମୁକସାକ୍ଷୀ ଭାବେ ତାଙ୍କର ପ୍ରଶଂସାପତ୍ର, ଟ୍ରଫି, ସିଲ୍‌ଡ ଓ ମେଡାଲ ଲିପିବଦ୍ଧ ହୋଇରହିଛି । ମାତ୍ର ଏହି ସିଲ୍‌ଡ ଓ ଟ୍ରଫି ତାଙ୍କ ଜୀବନରେ କୌଣସି ବି କାମରେ ଆସିଲାନି କହିଛନ୍ତି ତନୁଜା । ଜିଲ୍ଲା ପ୍ରଶାସନ ହେଉ କି ପୋଲିସ ପ୍ରଶାସନ ସମସ୍ତେ ଦୀର୍ଘ ବର୍ଷ ହେଲା ତନୁଜାଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି । ଏପରିକି ଝାରସୁଗୁଡା ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବା ବେଳେ ବଡ଼ ବଡ଼ କଳକାରଖାନା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେବାରେ ଅବହେଳା କରି ନାହାନ୍ତି । ମାତ୍ର ସମସ୍ତେ ନିଜ ପ୍ରତିଶ୍ରୁତି ଦେଇ ଭୂଲିଯାଇଥିଲେ ।

ହେଲେ ଏନଆଇଟି ରାଉରକେଲାର ପୁରାତନ ଛାତ୍ରଙ୍କ ସହଭାଗିତାରେ ଆଜି ସେ ସ୍ବାବଲମ୍ବୀ । ସତେଯେମିତି ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ ହୋଇଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ତନୁଜା ବାଗ କଥା ମନେ ଥିବ ନିଶ୍ଚୟ !!! ରାଜ୍ୟ ପାଇଁ ସୁନାମ ଆଣିଥିବା ଜଣେ ଖେଳାଳି ପେଟ ପୋଷିବା ପାଇଁ ଛେଳିଚରାଳି ଦୃଶ୍ୟ କ୍ରୀଡ଼ାବିତଙ୍କୁ ହତୋତ୍ସାହିତ କରୁଥିବା ଓ ପରିବାର ବୋଝ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡିଥିବା ଖବର ପ୍ରଥମେ ETV BHARAT ରେ ଗତ ଜୁଲାଇ ମାସରେ ଖବର ପ୍ରସାରଣ ପରେ ଚେତିଥିଲା ପ୍ରଶାସନ । ଝାରସୁଗୁଡା ଦେବାଡ଼ିହି ରେ ରହୁଥିବା ଜାତୀୟ ଫୁଟବଲ ଓ ରଗବି ଖେଳାଳି ତନୁଜା ବାଗଙ୍କ ଦୁର୍ଦ୍ଦଶାର ଖବର ETV BHARAT ରେ ପ୍ରଥମେ ପ୍ରସାରିତ ଖବର ପାଇ ତନୁଜାଙ୍କ ଦୁଃଖ ଶୁଣି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିଲା ଚାକିରିର ପ୍ରତିଶ୍ରୁତି । କିନ୍ତୁ ଛଅ ମାସ ପରେ ମଧ୍ୟ ସରକରୀ କଳ କଚ୍ଛପ ଗତିରେ କାର୍ଯ୍ୟ କରୁଥିବାରୁ ତନୁଜା ଙ୍କୁ ଚାକିରୀ ଟିଏ ଏପରଜନ୍ତ ମିଳି ନ ଥିବା ବେଳେ ଏବେ ସହାୟତା ର ହାତ ବଢ଼ାଇଛନ୍ତି Rourkela ସ୍ଥିତ NIT ୧୯୯୦ ବ୍ୟାଚ ର ପୁରାତନ ଛାତ୍ର । Body:ଜାତୀୟ ସ୍ତରରେ ଚାରି ଚାରି ଥର ମହିଳା ଫୁଟବଲ ଟିମ ରେ ଓଡିଶା ପକ୍ଷରୁ ଗୋଲ କିପର ଭାବେ ଖେଳିଥିବା ତନୁଜା ବାଗ ଙ୍କ ଦାରିଦ୍ର୍ୟତା ତାଙ୍କୁ ଜଙ୍ଗଲରେ ଛେଳି ଚରାଳି ସଜାଇଦେଇଥିଲା ଖବର ଦେଖି ସାହାଯ୍ୟର ହାତ ବଢାଇଛନ୍ତି । NIT ର ପୁରାତନ ଛାତ୍ର ତନୁଜଙ୍କ ଖବର ଲିଙ୍କ କୁ ସାମାଜିକ ଗଣମାଧ୍ୟମ ଗ୍ରୁପ ରେ ଚର୍ଚା କରି ସାହାଯ୍ୟ ପାଇ ଯୋଜନା ଆରମ୍ଭ କରିଥିଲେ । NIT ୧୯୯୦ ବ୍ୟାଚ ର ପୁରାତନ ଛାତ୍ର ର ସଦସ୍ୟ ଉରେନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲାରେ ଥିବା କୋଇଲା ଖଣି ରେ ପ୍ରୋଜେକ୍ଟ ମେନେଜର ଭାବରେ କାର୍ଯ୍ୟରତ ଥିବାରୁ ତାଙ୍କୁ ତନୁଜାଙ୍କ ସହ ସମ୍ପର୍କ କରିବା ପାଇ ବ୍ୟାଚ ର ପୁରାତନ ଛାତ୍ର ମାନେ ଅନୁରୋଧ କରିଥିଲେ ପରେ ଶ୍ରୀ ପଟ୍ଟନାୟକ ତନୁଜାଙ୍କ ସହ ସମ୍ପର୍କ କରିବାରୁ ତନୁଜା ନିଜେ କିଛି ବ୍ୟବସାୟ କରି କୁକୁଡା ବିକ୍ରି କରି ପରିବାର ଚଳାଇବା କଥା ପ୍ରକାଶ କରିଥିବା ବେଳେ ବ୍ୟାଚ ର ପୁରାତନ ଛାତ୍ର ମାନେ ରାଜି ହୋଇ ତନୁଜା ରହୁଥିବା ବାସସ୍ତନ ରେ ଏକ ଦୋକାନ ଘର , ବିଦ୍ୟୁତ ବ୍ୟବସ୍ତା , କୁକୁଡା ଓ ଅନ୍ୟାନ ସାମଗ୍ରୀର ବ୍ୟବସ୍ତା କରିଥିବା ବେଳେ ଆଜି ତନୁଜାଙ୍କ ପରିବାରରେ ଖୁସି ଦେଖିବାକୁ ମିଳିଛି । କୁକୁଡା ଦୋକାନର ପ୍ରତିଷ୍ଠା ଓ ପୂଜା କରାଯିବ ସହ ଭୋଜିର ଆୟୋଜନ ଦେଖିବାକୁ ମିଳିଛି ।
ଗୋଟିଏ ପଟେ ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ବିଭିନ୍ନ କପୋର୍ରେଟ ସଂସ୍ଥା କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ପାଇଁ ଅନେକ କିଛି କାର୍ଯ୍ୟକ୍ରମ କରୁଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ତନୁଜାଙ୍କ ଭଳି ଜଣେ ଜାତୀୟ ପ୍ରତିଭା ଶିଳ୍ପନଗରୀ ଝାରସୁଗୁଡାରେ ଅଲୋଡ଼ା ହୋଇ ପଡ଼ିଛନ୍ତି। ବିଭିନ୍ନ ଦଳରେ ପ୍ରତିନିଧିତ୍ବ କରି ତନୁଜା ବିଭିନ୍ନ ସ୍ଥାନରେ ତାଙ୍କର ଖେଳର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ବହୁ ପ୍ରଶଂସାପତ୍ର, ଟ୍ରଫି, ସିଲ୍‌ଡ ଓ ମେଡାଲ କେବଳ ତାର ମୁକସାକ୍ଷୀ ହୋଇରହିଛି । ଏହି ସିଲ୍‌ଡ ଓ ଟ୍ରଫି ତାଙ୍କ ଜୀବନରେ କୌଣସି ବି କାମରେ ଆସିଲାନି କହିଛନ୍ତି ତନୁଜା।ଜିଲ୍ଲା ପ୍ରଶାସନ ହେଉ କି ପୁଲିସ ପ୍ରଶାସନ ସମସ୍ତେ ଦୀର୍ଘ ବର୍ଷ ହେଲା ତନୁଜାଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି । ଝାରସୁଗୁଡା ଶିଳ୍ପ ସମୃଦ୍ଧ ଜିଲା ହୋଇଥିବା ସତ୍ବେ ବଡ଼ ବଡ଼ କଳକାରଖାନା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେବାରେ ଅବହେଳା କରି ନାହାନ୍ତି କିନ୍ତୁ ମାତ୍ର କେହି ବି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।
Conclusion:ତେବେ ଦେଶ ଓ ରାଜ୍ୟ ପାଇଁ ଫୁଟବଲ ଓ ରଗବି ଖେଳିଥିବା ତନୁଜା ବାଗ ଦାରିଦ୍ର୍ୟତା ତାଙ୍କୁ ଜଙ୍ଗଲରେ ଛେଳି ଚରାଳି ସଜାଇ ଦେଇଥିବା ଖବର ETV BHARAT ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବେ ସହାୟତା ହାତ ବଢାଇଛନ୍ତି NIT Rourkrla ର ପୁରାତନ ଛାତ୍ର । ତନୁଜା ଙ୍କ ଇଛା ଅନୁସାରେ ତାଙ୍କ ପାଇଁ ଏକ ଦୋକାନ ଘର ତିଆରି କରିବା ସହ କୁକୁଡ଼ା ବ୍ୟବସାୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି । ଦାରିଦ୍ର୍ୟତା ପାଇଁ ତନୁଜା ଦିନେ ଛେଳି ଚରାଳି ଥିବା ବେଳେ ଆଜିଠୁ ଏକ ନୂଆ ଇନିଂସ ଆରମ୍ଭ କରି ଆଗକୁ ସଫଳ ହୋଇ ପାରିବେ ବୋଲି କହିଛନ୍ତି ତନୁଜା ।

ବାଇଟ1:ତନୁଜା ବାଗ, ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ।
ବାଇଟ2:ଉରେନ ପଟ୍ଟନାୟକ, NIT ର ପୁରାତନ ଛାତ୍ର ଓ ପ୍ରୋଜେକ୍ଟ ମେନେଜର MCL

Last Published on :01 Jul 2019 __ 02 Jul 2019__11 Jul 2019 ( ଫାଇଲ ଭିଜୁଆଲ ବ୍ୟବହାର କରାଯିବ ପାଇ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.