ETV Bharat / state

ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

author img

By

Published : Aug 11, 2022, 1:58 PM IST

ଲଖନପୁର ବ୍ଲକ ବାଦିମାଲ ଓ ପିଥିଣ୍ଡା ଗ୍ରାମରେ ଝାଡାବାନ୍ତି ଆତଙ୍କ । ଏକାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ
ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

ଝାରସୁଗୁଡା: ରାୟଗଡା ପରେ ଏବେ ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ବାଦିମାଲ ଗ୍ରାମର ପ୍ରିୟଙ୍କା ପ୍ରଧାନ।

ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

ସୂଚନା ଅନୁଯାୟୀ, ଜିଲ୍ଲାର ଲଖନପୁର ବ୍ଲକ ବାଦିମାଲ ଓ ପିଥିଣ୍ଡା ଗ୍ରାମରେ କିଛିଦିନ ହେଲା ଝାଡାବାନ୍ତି ବ୍ୟାପିଥିବା ବେଳେ ବାଦିମାଲ ଗ୍ରାମରେ 10ରୁ ଅଧିକ ଆକ୍ରାନ୍ତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ସେହିପରି ପିଥିଣ୍ଡା ଗ୍ରାମରେ 26ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ 18 ଜଣ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ସହ ପିଥିଣ୍ଡା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.