ETV Bharat / state

୧୨୬ ବର୍ଷ ପୁରୁଣା ଡାକଘର ହେବ 'ଐତିହ୍ୟ ପୋଷ୍ଟ ଅଫିସ' ! ଅଶ୍ବିନୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି - ଐତିହ୍ୟ ଡାକଘର

ଝାରସୁଗୁଡ଼ା ଡାକଘରକୁ ‘ଐତିହ୍ୟ ଡାକଘର’ ଘୋଷଣା କରିବା ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

୧୨୬ ବର୍ଷ ପୁରୁଣା ଡାକଘର ହେବ 'ଐତିହ୍ୟ ପୋଷ୍ଟ ଅଫିସ' ! ଅଶ୍ବିନୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

author img

By

Published : Aug 5, 2021, 6:34 PM IST

ଝାରସୁଗୁଡା: ଡାକ ଘରର ଇତିହାସ ବହୁ ପୁରୁଣା । ଇଂଲଣ୍ଡରେ ପ୍ରଥମେ ଡାକ ଘର ପ୍ରତିଷ୍ଠାର ପ୍ରାୟ ୨୦୦ ବର୍ଷ ଭାରତରେ ନିର୍ମାଣ ହୋଇଥିଲା ଡାକଘର । ଆଗରୁ କେବଳ ଡାକଘର ମୁଖ୍ୟତଃ ଚିଠି ଦେବା ଆଣିବା, ମନି ଅର୍ଡର, ଟେଲିଗ୍ରାମ ସହ ଜଡିତ ଥିଲା । ହେଲେ କାଳକ୍ରମେ ଏଥିରେ ଅନ୍ୟ ସେବା ଯୋଡିହୋଇଥିଲା । ଏବେ ବି ରହିଛି ଅନେକ ବର୍ଷ ପୁରୁଣା ଡାକଘର ।

୧୨୬ ବର୍ଷ ପୁରୁଣା ଡାକଘର ହେବ 'ଐତିହ୍ୟ ପୋଷ୍ଟ ଅଫିସ' ! ଅଶ୍ବିନୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଝାରସୁଗୁଡାରେ ୧୨୬ ବର୍ଷର ପୁରୁଣା ଡାକଘରକୁ ‘ଐତିହ୍ୟ ଡାକଘର’ ଭାବେ ଘୋଷଣା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଲେଖିଛନ୍ତି ଚିଠି । ଅନ୍ୟପକ୍ଷେ ଏକ ଗୌରବ ଓ ସ୍ମୃତିକୁ ବହନ କରୁଥିବା ଏହି ପୁରାତନ ଡାକଘରକୁ ଐତିହ୍ୟ ଡାକଘର ଭାବେ ଘୋଷଣା କରିବା ସହିତ ଏହାର ମରାମତି ଓ ରକ୍ଷଣାବେକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ସ୍ବାଗତ କରିଛନ୍ତି ଝାରସୁଗୁଡାବାସୀ ।

ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ଏକ ଦାବିପତ୍ରକୁ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲେଖିଛନ୍ତି, ୧୮୯୫ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପୁରାତନ ଡାକଘର ଅନେକ ଐତିହ୍ୟ ଓ ସ୍ମୃତିକୁ ବହନ କରୁଛି। ସ୍ଵାଧୀନତା ସଂଗ୍ରାମ ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟତମ ବ୍ୟାବସାୟିକ ପେଣ୍ଠ ଭାବେ ପରିଚିତ ଝାରସୁଗୁଡ଼ା ଇତିହାସରେ ଏହି ଡାକଘର ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହିପରି ଏକ ଗୌରବ ଓ ସ୍ମୃତିକୁ ବହନ କରୁଥିବା ଏହି ପୁରାତନ ଡାକଘରକୁ ଐତିହ୍ୟ ଡାକଘର’ ଭାବେ ଘୋଷଣା କରିବା ସହିତ ଏହାର ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦିଆଗଲେ ଏହା ପରବର୍ତ୍ତୀ ପୀଢ଼ିଙ୍କ ପାଇଁ ଏକ ଶିକ୍ଷଣୀୟ ପ୍ରତିଷ୍ଠାନ ହୋଇପାରିବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଡାକ ବିଭାଗ ପକ୍ଷରୁ ଦେଶରେ ଏମିତି ୩୬ଟି ଐତିହ୍ୟ ଡାକଘରର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ସେଥି ମଧ୍ୟରେ ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ଡାକଘର ରହିଛି।

୧୮୯୫ରେ ତିଆରି ହୋଇଥିବା ଏବଂ ଝାରସୁଗୁଡ଼ା ଇତିହାସରେ ବିଶେଷ ଅବଦାନ ରଖିଥିବା ଏହି ଡାକଘରର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ମରାମତି ସହିତ ଏହାକୁ ‘ଐତିହ୍ୟ ଡାକଘର’ ଭାବେ ଘୋଷଣା କରିବାକୁ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବେ ଆଗ୍ରହ ପ୍ରକାଶ କରିଥିବା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଗୌରବ ଓ ସ୍ମୃତିକୁ ବହନ କରୁଥିବା ଝାରସୁଗୁଡା ପୁରାତନ ଡାକଘରକୁ ଐତିହ୍ୟ ଡାକଘର’ ଭାବେ ଘୋଷଣା କରିବା ସହିତ ଏହାର ମରାମତି ଓ ରକ୍ଷଣାବେକ୍ଷଣ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ସ୍ବାଗତ କରିଛନ୍ତି ଝାରସୁଗୁଡାବାସୀ ।

ଝରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.