ETV Bharat / state

କୋରୋନାକୁ ନେଇ ଝାରସୁଗୁଡ଼ାର ସ୍ଥିତି ସମୀକ୍ଷା କଲେ ଡିଜିପି ଅଭୟ

author img

By

Published : Apr 14, 2020, 1:48 AM IST

Updated : Apr 14, 2020, 11:39 AM IST

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଅଭୟ ସୋମବାର ଝାରସୁଗୁଡା ଜିଲ୍ଲା ଗସ୍ତ କରି କୋଭିଡ-19କୁ ନେଇ ଝାରସୁଗୁଡ଼ା ଜିଲ୍ଲାର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ...

DGP Abhay reviewed the situation in Jharsuguda over Corona
କୋରୋନାକୁ ନେଇ ଝାରସୁଗୁଡ଼ାର ସ୍ଥିତି ସମୀକ୍ଷା କଲେ ଡିଜିପି ଅଭୟ

ଝାରସୁଗୁଡ଼ା: କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ତେବେ ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ସୋମବାର ଝାରସୁଗୁଡା ଜିଲ୍ଲା ଗସ୍ତ କରି କୋଭିଡ-19 କୁ ନେଇ ଝାରସୁଗୁଡ଼ା ଜିଲ୍ଲାର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହ ଆଲୋଚନା କରିଥିଲେ ।

ସୋମବାର ରାଉରକେଲାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅପରାହ୍ନ 2ଟା 45 ମି ରେ ଜିଲ୍ଲା ପୋଲିସ ଅଫିସରେ ପହଞ୍ଚି ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏଥିରେ ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ, ଏସପି ଅଶ୍ୱିନୀ କୁମାର ମହାନ୍ତି ସମେତ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ । ସେପଟେ ଝାରସୁଗୁଡ଼ା ସହରର ବିଭିନ୍ନ ଛକରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ଝାରସୁଗୁଡ଼ା ଟାଉନ ଥାନା ପରିଦର୍ଶନ କରିଥିଲେ ଡିଜିପି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 14, 2020, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.